ଜିଓରେ ୫୦୦୦ କର୍ମଚାରୀଙ୍କୁ ଛଟେଇ

ମୁମ୍ବାଇ,୩୦-୫: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ବ୍ୟୟଭାର କମାଇ କାର୍ଯ୍ୟକାରୀ ଲାଭକୁ ଅଧିକ କରିବା ଲକ୍ଷ୍ୟରେ କର୍ମଚାରୀ ଛଟେଇ ଉପରେ ଗୁରୁତ୍ୱ ଦେଇଛି। ଜାନୁୟାରୀ-ମାର୍ଚ୍ଚ ତ୍ରୈମାସରେ କମ୍ପାନୀର ଅପରେଟିଂ ମାର୍ଜିନ(କାର୍ଯ୍ୟକାରୀ ଲାଭ) ହ୍ରାସ ପାଇଥିଲା। ଜିଓ ପକ୍ଷରୁ କଣ୍ଟ୍ରାକ୍ଟରେ ଥିବା ଏବଂ ନିୟମିତ ହୋଇଥିବା ପ୍ରାୟ ୫ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଛି। ସେମାନଙ୍କ ମଧ୍ୟରୁ ୬୦୦ ଜଣ ନିୟମିତ କର୍ମଚାରୀ ରହିଛନ୍ତି। ଅବଶିଷ୍ଟ କର୍ମଚାରୀ କଣ୍ଟ୍ରାକ୍ଟରେ ଥିଲେ। ଜିଓ ନିକଟରେ ଏବେ ୧୫ହଜାରରୁ ୨୦ ହଜାର କର୍ମଚାରୀ ରହିଛନ୍ତି। ତେବେ କମ୍ପାନୀ ପାଇଁ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସଂଖ୍ୟା ବହୁ ଅଧିକ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଥାର୍ଡ ପାର୍ଟି ଦ୍ୱାରା କଣ୍ଟ୍ରାକ୍ଟରେ ନିଯୁକ୍ତ ହୋଇଛନ୍ତି। ପ୍ରାପ୍ତ ସୂତ୍ରରୁ ଜଣାପଡିଛି ଯେ, କମ୍ପାନୀ କଞ୍ଜ୍ୟୁମର ସହ ଜଡ଼ିତ ସପ୍ଲାଇ ଚେନ୍‌, ହ୍ୟୁମାନ ରିସୋର୍ସେସ୍‌, ଫାଇନାନ୍ସ, ଆଡମିନିଷ୍ଟ୍ରେଶନ ଏବଂ ନେଟ୍‌ଓ୍ବାର୍କ ଭଳି ଏରିଆରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା କମାଇଛି। ଏ ସମ୍ପର୍କରେ ଜିଓ ମୁଖପାତ୍ର କହିଛନ୍ତି ଯେ, କମ୍ପାନୀ କଞ୍ଜ୍ୟୁମର ବିଜ୍‌ନେସ୍‌କୁ ବଢ଼ାଇବାକୁ ଚାହୁଁଛି। ତେବେ ଜିଓ ଟେଲିକମ୍‌ ଇଣ୍ଡଷ୍ଟ୍ରିରେ ନିଯୁକ୍ତି କ୍ଷେତ୍ରରେ ସର୍ବାଗ୍ରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଏସ୍‌ବିଏମ୍‌ର ୨ୟ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର,୨୧ା୯: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା...

୪ କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୧.୧୪ ଲକ୍ଷ କୋଟି ବଢ଼ିଲା

ନୂଆଦିଲ୍ଲୀ,୧୨।୪:  ଦେଶର ୧୦ ସବୁଠାରୁ ଭାଲ୍ୟୁ କମ୍ପାନୀଙ୍କ ମଧ୍ୟରୁ ୪ଟିର ବଜାର ପୁଞ୍ଜୀକରଣ ୧.୧୪ ଲକ୍ଷ କୋଟି ଟଙ୍କା ବଢିଛି। ଏହି ସମୟରେ ପ୍ରମୁଖ ଆଇଟି...

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୩।୫: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟମାନଙ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର ଭେଟିଛନ୍ତି। ଭିଡିଓ କନ୍‌ଫରେନ୍ସ ଯୋଗେ ହୋଇଥିବା ଏହି ବୈଠକରେ ଅର୍ଥମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗ ଉପରେ...

ଯୁଦ୍ଧର ପ୍ରଭାବ, ୧୦୦ କମ୍ପାନୀର ୩.୪୦ ଲକ୍ଷ କୋଟି ଚୁକ୍ତି ବାତିଲ…

ଓ୍ବାଶିଂଟନ/ମସ୍କୋ/କ୍ୱିଭ୍‌, ୩।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ପୃଥିବୀର ବହୁ କମ୍ପାନୀ କ୍ଷତି ସହିଛନ୍ତି। ବିଶ companies ର କମ୍ପାନୀଗୁଡିକ ମଧ୍ୟ କ୍ଷତି ସହିଛନ୍ତି। ଯୁଦ୍ଧର...

ଅର୍ଥ ଯୋଗାଡରେ ବାହାରିଛନ୍ତି ସରକାର;ଲିଜ୍‌ ଦିଆଯିବ ଖାଲି ପଡିଥିବା ସରକାରୀ ଜମି, ଘର

ନୂଆଦିଲ୍ଲୀ,୧୦-୭: ନିବେଶ ବୃଦ୍ଧି ମାଧ୍ୟମରେ ଅର୍ଥନୀତିର ପ୍ରଗତିକୁ ଦ୍ରୁତତର କରିବା ଲାଗି କେନ୍ଦ୍ରରେ ମୋଦି ସରକାର ୨.୦ ଏବେ କାର୍ଯ୍ୟରେ ଲାଗିପଡିଛନ୍ତି। ନିବେଶ ଲାଗି ଅର୍ଥ...

କଳିଙ୍ଗ ହସ୍ପିଟାଲରେ ଆର୍ଥୋସ୍କୋପି ଶଲ୍ୟ ଚିକିତ୍ସାର ସିଧା ପ୍ରସାରଣ ସମ୍ମିଳନୀ

ଭୁବନେଶ୍ୱର,୧୮।୧୧:ଗତ ୨ଦିନ ଧରି ଓଆସ୍କନ୍‌ ୨୦୨୨ ଆର୍ଥୋସ୍କୋପି ଚିକିତ୍ସକ ସମ୍ମିଳନୀକୁ କଳିଙ୍ଗ ହସ୍ପିଟାଲ ଆର୍ଥୋସ୍କୋପି ଶଲ୍ୟ ଚିକିତ୍ସାର ସିଧା ପ୍ରସାରଣ କରାଯାଇଥିଲା। ଏହି ସମ୍ମିଳନୀରେ ରାଜ୍ୟର...

ଟିଭି, ଆପ୍ଲାଏନ୍ସ ଦର ବଢ଼ିବ

ନୂଆଦିଲ୍ଲୀ: ଏଲ୍‌ଇଡି ଟିଭି ସମେତ ରେଫ୍ରିଜରେଟର, ଓ୍ବାଶିଂମେଶିନ ଭଳି ଆପ୍ଲାଏନ୍ସ ଦର ପ୍ରାୟ ୧୦% ବୃଦ୍ଧି ହେବାକୁ ଯାଉଛି। ତମ୍ବା, ଆଲୁମିନିୟମ ଏବଂ ଇସ୍ପାତ ଦର ବଢ଼ିବା...

ଚାଇନା ଉପରେ ବ୍ରିଟେନ୍‌ ଲଗାଇଲା କଟକଣା: ସହାୟତାକାରୀଙ୍କ ବିରୋଧରେ ହେବ ତଦନ୍ତ

ଲଣ୍ଡନ,୨୧।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏପରିସ୍ଥଳେ ଅନ୍ତର୍ଜାତୀୟ...

Advertisement
Archives

Model This Week