ଜିଓ’ରୁ ନିବେଶ କରିବେ ମାଇକ୍ରୋସଫ୍ଟ, ମୁବାଡାଲ

ମୁମ୍ବାଇ,୨୯।୫: ପ୍ରମୁଖ ବାଣିଜି୍ୟକ ଗ୍ରୁପ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ରିଲ୍‌)ର ରିଲାଏନ୍ସ ଜିଓ ଡିଜିଟାଲ ପ୍ଲାଟଫର୍ମରେ ଆବୁଧାବିର ପ୍ରମୁଖ ଅର୍ଥ ନିବେଶକାରୀ ସଂସ୍ଥା ମୁବାଡାଲ ୧ବିଲିୟନ ଓ ୟୁଏସ’ର ପ୍ରମୁଖ ସଫ୍ଟଓ୍ବାର କମ୍ପାନୀ ମାଇକ୍ରୋସଫ୍ଟ ପ୍ରାୟତଃ ୨ବିଲିୟନ ଅର୍ଥ ଜିଓରେ ନିବେଶ ଯୋଜନା ରଖିଛନ୍ତି। ଗୁରୁବାର ଜିଓ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଜିଓ’ରେ ରହିଥିବା ବିଭିନ୍ନ ପ୍ରକାରର ଫିଚର ଆପ ସବୁ ବର୍ଗଙ୍କୁ ସୁହାଉଛି। ଏହି ଫିଚର ଆପରେ ଖବର,ନାଚ,ଗୀତ,ଚଳଚ୍ଚିତ୍ର ଓ ମନୋରଞ୍ଜନ ଭଳି ଅନେକ ସୁବିଧା ରହିଛି ଯାହା ଗ୍ରାହକଙ୍କ ନିକଟତର ହେବା ସହ ବ୍ୟବସାୟରେ ବେଶ ସହାୟକ ପ୍ରଦାନ ହୋଇପାରିବ। ଜିଓ’ର ଏହି ଫିଚର ଓ ଗ୍ରାହକଙ୍କ ସଂଖ୍ୟାକୁ ଲକ୍ଷ୍ୟ କରି ଗତ ମାସରେ ଫେସବୁକ ଜିଓ’ରେ ୧୦ବିଲିୟନ ନିବେଶ କରିଥିବା କମ୍ପାନୀ ମତ ଦେଇଛି । ଜିଓ’ରେ ନିବେଶ କରିବା ଫଳରେ ଏହି ଦୁଇ ବୃହତ କମ୍ପାନୀର କାରବାର ମଧ୍ୟ ବୃଦ୍ଧି ପାଇବ ବୋଲି ମତ ପ୍ରକାଶ ପାଇଛି। ଜିଓ ହେଉଛି ଟେଲିକମ୍‌ ସେବାର ଏକ ବୃହତ ଡିଜିଟାଲ ପ୍ଲାଟଫର୍ମ। ଏହି ପ୍ଲାଟଫର୍ମରେ ବାଣିଜି୍ୟକ କାରବାର ବେଶ ସହଜ ଓ ଲାଭପ୍ରଦ ହେବ । ଜିଓ ବିଶ୍ୱ ଦରବାରରେ ପରିଚିତ ଯାହା ବାଣିଜି୍ୟକ କାରବାର ଓ ନିବେଶକଙ୍କ ପାଇଁ ଏକ ପ୍ରମୁଖ ମାଧ୍ୟମ ପାଲଟିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟସେବାରେ ଉତ୍କର୍ଷର ୧୫ ବର୍ଷ

ରାଜ୍ୟରେ ଉନ୍ନତ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଅଶ୍ୱିନୀ ହସ୍ପିଟାଲକୁ ୧୫ ବର୍ଷ ପୂରିଛି। ୫୦ ଶଯ୍ୟାରେ ୩ଟି ବିଭାଗକୁ ନେଇ ଆରମ୍ଭ ହୋଇଥିବା...

ଭାରତକୁ ବିଶ୍ୱ ବ୍ୟାଙ୍କର ସହାୟତା

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଙ୍କ ଭାରତର ଅର୍ଥନୀତିରେ ସୁଧାର ପାଇଁ ଋଣ ଆକାରରେ ୧.୭୫ ବିଲିୟନ ଡଲାରର ସହାୟତା ଘୋଷଣା କରିଛି। ଏହି ଅର୍ଥ ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ...

ସୁଧ ଛାଡ଼ ପିଟିଶନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୋରାଟୋରିୟମ ବେଳେ ସୁଧ ଛାଡ଼ କରିବା ନେଇ ଅନେକ ପିଟିଶନ ସୁପ୍ରିମକୋର୍ଟରେ ପଡି ରହିଛି। ଚଳିତ ମାସ ୧୯ ତାରିଖଠାରୁ ଏହି ପିଟିଶନ ଉପରେ...

ପାଓ୍ବାର ଲିଷ୍ଟ୍‌-୨୦୨୨

କରୋନା ମହାମାରୀରୁ ଆଶ୍ୱସ୍ତି ପାଇବା ପରେ ୨୦୨୨ ପ୍ରଥମାର୍ଦ୍ଧରେ ବିଶ୍ୱ ଦେଖିଥିଲା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ। ପରବର୍ତ୍ତୀ ସମୟରେ ବିଭିନ୍ନ ଦେଶରେ ରାଜନୈତିକ ପରିବର୍ତ୍ତନ ଓ ଅର୍ଥନୈତିକ...

ପରିବାର ସହ ଲଣ୍ଡନ ଚାଲିଯିବେ ମୁକେଶ ଅମ୍ବାନୀ, ୩୦୦ ଏକର ଜମିରେ ନିର୍ମାଣ କରୁଛନ୍ତି ବଙ୍ଗଳା !

ନୂଆଦିଲ୍ଲୀ,୫।୧୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଚେୟାରମ୍ୟାନ୍‌ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ନିଜ ତଥା ପରିବାର ଲାଗି ଦ୍ୱିତୀୟ ଘର ନିର୍ମାଣ...

କୋଭିଡ୍‌ ଯୋଗୁ କ୍ଷତିଗ୍ରସ୍ତ ଅଟୋମୋବାଇଲ ବଜାର; ଯାତ୍ରୀବାହୀ ଯାନ ବିକ୍ରି ୪୯.୫୯% ହ୍ରାସ

ନୂଆଦିଲ୍ଲୀ,୧୫।୭: କରୋନା ମହାମାରୀ ପାଇଁ ବଜାର ପ୍ରଭାବିତ ହୋଇଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ୨ ମାସରୁ ଅଧିକ ସମୟ ଦେଶକୁ ଲକ୍‌ଡାଉନ କରିବା ଫଳରେ...

ଜୟପୁରରେ ସ୍ମାର୍ଟ ବଜାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ

ଭୁବନେଶ୍ୱର,୧୪।୨: ରିଲାଏନ୍ସ ରିଟେଲରର ପ୍ରମୁଖ ସଂସ୍ଥା ‘ସ୍ମାର୍ଟ ବଜାର’ର ଆଉ ଏକ ଏକ୍ସକ୍ଲୁସିଭ ଆଉଟଲେଟ ଓଡ଼ିଶା ବଜାରରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି କୋରାପୁଟ ଜିଲା ଜୟପୁରର...

ବିଦେଶୀ ମୁଦ୍ରା ଭଣ୍ଡାରରେ ସର୍ବକାଳୀନ ରେକର୍ଡ

ମୁମ୍ବାଇ,୧୭ -୮: ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଅଗଷ୍ଟ ୯ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ୧.୬୨୦ ବିଲିୟନ ଡଲାର ବୃଦ୍ଧି ପାଇ ୪୩୦.୫୭୨ ବିଲିୟନ ଡଲାର...

Advertisement
Archives

Model This Week