ଜିଏସ୍‌ଟି ସ୍ଲାବ୍‌ ୩କୁ ଖସିପାରେ

ନୂଆଦିଲ୍ଲୀ,୨୬।୧୨: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ଏବେ ୪ଟି ସ୍ଲାବ ରହିଛି। ଏହାକୁ ସରକାର ୩କୁ ହ୍ରାସ କରିପାରନ୍ତି। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି)ର ଜଣେ ସଦସ୍ୟ ନାମ ଗୋପନ ରଖି ଏନେଇ ସୂଚନା ଦେଇଛନ୍ତି। ଜିଏସ୍‌ଟି ସ୍ଲାବ ସଂଖ୍ୟା ହ୍ରାସ କରିବା ନେଇ ସରକାର ଯୋଜନା କରୁଛନ୍ତି। ଜିଏସ୍‌ଟି ହାରରେ ପରିବର୍ତ୍ତନ ନେଇ ମଧ୍ୟ ପ୍ରସ୍ତାବ ରହିଛି। ଏହି ପ୍ରସଙ୍ଗ ଉପରେ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ। ଆଗାମୀ ଦିନରେ ଜିଏସ୍‌ଟି ପରିଷଦ ବୈଠକ ବସିବାକୁ ଥିବା ବେଳେ ଏହା ସଂଶୋଧିତ ଦର ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ବିଚାର କରିବ। ଜିଏସ୍‌ଟି ସଂକ୍ରାନ୍ତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧିକାରୀ କମିଟି ୧୦ ଏବଂ ୨୦% ଟିକସ ସ୍ଲାବ ନେଇ ପ୍ରସ୍ତାବ ଦେଇଥିବା ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ କରିଛି। ଏହାବାଦ ୧୮% ସ୍ଲାବରେ ଥିବା କିଛି ସାମଗ୍ରୀକୁ ୨୮% ସ୍ଲାବକୁ ନିଆଯାଇ ପାରିବ ବୋଲି ଏହି କମିଟି ପ୍ରସ୍ତାବ ରଖିଛି।
ଜିଏସ୍‌ଟିର ଟିକସ ଢାଞ୍ଚାରେ ଥିବା ସମସ୍ୟା ଏବଂ ସିଷ୍ଟମର ସରଳୀକରଣ ଏବଂ ପରୋକ୍ଷ ଟିକସ ରାଜସ୍ବ ବୃଦ୍ଧି ନେଇ ଜିଏସ୍‌ଟି ପରିଷଦ ପରାମର୍ଶ ଦେଇଛି। କିଛି କ୍ଷେତ୍ରରେ କଞ୍ଚାମାଲ ଲାଗି ଅଧିକ ଟିକସ ଏବଂ ଚୂଡାନ୍ତ ପ୍ରଡକ୍ଟ କ୍ଷେତ୍ରରେ ଟିକସ କମିବା ଯୋଗୁ ଇନପୁଟ ଟାକ୍ସ କ୍ରେଡିଟ ବାବଦ ଅଧିକ ଟଙ୍କା ସରକାରଙ୍କୁ ଦେବାକୁ ପଡୁଛି। ଏହି ବାବଦରେ ସରକାର ପ୍ରାୟ ୨୦ ହଜାର କୋଟି ଟଙ୍କା ବ୍ୟବସାୟୀଙ୍କୁ ଦେଉଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ୬୩,୨୦୦ କୋଟି ଟଙ୍କାର ଜିଏସ୍‌ଟି କମିବ ବୋଲି ଆକଳନ କରାଯାଇଛି। ୨୦୨୧ ପର୍ଯ୍ୟନ୍ତ ୨ ଲକ୍ଷ କୋଟି ଟଙ୍କାର ରାଜସ୍ବ ହ୍ରାସ ହେବାର ସମ୍ଭାବନା ରହିଛି। ଚଳିତ ବର୍ଷ ୧୮ ତାରିଖରେ ହୋଇଥିବା ଜିଏସ୍‌ଟି ପରିଷଦ ବୈଠକରେ ଟିକସ ରାଜସ୍ବ ବଢାଇବା ନେଇ ଆଲୋଚନା ହୋଇଥିଲା। ଜିଏସ୍‌ଟି ଢାଞ୍ଚାରେ ବର୍ତ୍ତମାନ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କହିଛନ୍ତି। ଜିଏସ୍‌ଟିରେ ପରିବର୍ତ୍ତନ ନେଇ ବର୍ତ୍ତମାନ ଠିକ୍‌ ସମୟ ନୁହେଁ ବୋଲି ସେ ମତ ଦେଇଥିଲେ। ମାନ୍ଦାବସ୍ଥା ଲାଗି ରହିଥିବାରୁ ଏବେ ରାଜସ୍ବ କମୁଛି। କେନ୍ଦ୍ର କିମ୍ବା ରାଜ୍ୟ ଏହି ସମୟ ମଧ୍ୟରେ ରାଜସ୍ବ ବୃଦ୍ଧି ସପକ୍ଷରେ ନ ଥିବା ସେ କହିଛନ୍ତି।

ଟିକସଦାତାଙ୍କ ଅଭିଯୋଗ ସମାଧାନ ଲାଗି ଆସିବ ବ୍ୟବସ୍ଥା
ଜିଏସ୍‌ଟି ବ୍ୟବସ୍ଥାରେ ଟିକସଦାତାଙ୍କ ଅଭିଯୋଗ ସମାଧାନ କରିବା ଲାଗି ଜିଏସ୍‌ଟି ପରିଷଦ ପକ୍ଷରୁ ଅଭିଯୋଗ ସମାଧାନ ବ୍ୟବସ୍ଥା ଆସିବ। ନିକଟରେ ବସିଥିବା ଜିଏସ୍‌ଟି ପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଜିଏସ୍‌ଟି ସମ୍ପର୍କିତ ସମସ୍ୟାର ସମାଧାନ ଲାଗି ଏଭଳି ଏକ ବ୍ୟବସ୍ଥା ଆସିବ ବୋଲି ବୁଧବାର ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଜିଏସ୍‌ଟି ପରିଷଦ ପକ୍ଷରୁ ଜୋନାଲ ଏବଂ ରାଜ୍ୟ ସ୍ତରରେ ଗ୍ରିଭାନ୍ସ ରିଡ୍ରେସାଲ କମିଟି(ଜିଆର୍‌ସି) ଗଠନ କରାଯିବ। ଏଥିରେ କେନ୍ଦ୍ରୀୟ ଏବଂ ରାଜ୍ୟ ଟିକସ ପ୍ରଶାସନର ଅଧିକାରୀମାନେ ରହିବେ। ଏହା ସହ ବାଣିଜ୍ୟ ଏବଂ ଶିଳ୍ପଜଗତରୁ ପ୍ରତିନିଧିମାନେ ଏଠାରେ ରହିବେ ବୋଲି ସୂଚନା ରହିଛି। କମିିଟିର ସଦସ୍ୟମାନେ ୨ ବର୍ଷ ଲାଗି କାର୍ଯ୍ୟ କରିବେ।

୨ ସ୍ଲାବ୍‌ ନେଇ ନୀତି ଆୟୋଗ ସଦସ୍ୟଙ୍କ ପରାମର୍ଶ
ଜିଏସ୍‌ଟିରେ ୨ ଟିକସ ସ୍ଲାବ ନେଇ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗର ସଦସ୍ୟ ରମେଶ କୁମାର ଚାନ୍ଦ ବୁଧବାର ପରାମର୍ଶ ଦେଇଛନ୍ତି। ସରକାର ଅନେକ ସ୍ଲାବ ପରିବର୍ତ୍ତେ କେବଳ ଦୁଇ ସ୍ଲାବ ରଖିବାର ଆବଶ୍ୟକତା ରହିଥିବା ସେ ମତ ଦେଇଛନ୍ତି। ସେହିଭଳି ବାରମ୍ବାର ଟିକସ ପରିବର୍ତ୍ତନ ହେବା ଦ୍ୱାରା ଏହାର ପ୍ରଭାବ ନକାରାତ୍ମକ ହେଉଛି। ଆବଶ୍ୟକତା ହେଲେ ବାର୍ଷିକ ଥରେ ଟିକସ ହାରରେ ପରିବର୍ତ୍ତନ କରାଯାଇପାରିବ ବୋଲି ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍‌ସଙ୍ଗ୍‌ର ନୂଆ ଗାଲାକ୍ସି ଏସ୍‌୨୦ ଏଫ୍‌ଇ

ନୂଆଦିଲ୍ଲୀ: ସାମ୍‌ସଙ୍ଗ୍‌ ଇଲେକ୍‌ଟ୍ରୋନିକ୍ସ କମ୍ପାନୀ ଲିମିଟେଡ୍‌ ପକ୍ଷରୁ ନୂଆ ଗାଲାକ୍ସି ଏସ୍‌୨୦ ଫ୍ୟାନ୍‌ ଏଡିଶନ(ଏଫ୍‌ଇ)ର ବଜାର ପ୍ରବେଶ କରାଯାଇଛି। ଗାଲାକ୍ସି ଏସ୍‌ ୨୦ ସିରିଜରେ ଏହା...

ଗ୍ଲେନ୍‌ମାର୍କକୁ ଡିଜିସିଆଇ ନୋଟିସ

ନୂଆଦିଲ୍ଲୀ,୨୦ା୭(ଆଇଏଏନ୍‌ଏସ୍‌): କୋଭିଡ୍‌-୧୯ ଔଷଧ ଫାବିଫ୍ଲୁ ସମ୍ପର୍କରେ ମିଥ୍ୟା ଦାବି ଓ ଅତ୍ୟଧିକ ମୂଲ୍ୟକୁ ନେଇ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସ୍‌ସିଓ) ପକ୍ଷରୁ ଏହାର...

ଗୁପ୍ତା ଡିଷ୍ଟ୍ରବ୍ୟୁଟର୍ସରେ ଓ୍ବାନ ପ୍ଲସ ମୋବାଇଲର ବିକ୍ରି ଆରମ୍ଭ

ଭୁବନେଶ୍ୱର,୨୬-୧୧: ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ଓ୍ବାନପ୍ଲସ ମୋବାଇଲର ବିକ୍ରି ଆରମ୍ଭ ହୋଇଛି। ଅନଲାଇନର ପ୍ରଡକ୍ଟ ଏବଂ ପ୍ରାଇସ ଅଫଲାଇନରେ ଉପଲବ୍ଧ କରାଇଥିବା ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ...

୨୦୨୦ରେ ମାଡି ଆସୁଛି ମାନ୍ଦାବସ୍ଥା

ନୂଆଦିଲ୍ଲୀ,୨୦-୮: ଆସନ୍ତା ଏକ ବର୍ଷ ମଧ୍ୟରେ ୮ବର୍ଷରେ ସବୁଠାରୁ ଭୟଙ୍କର ମାନ୍ଦାବସ୍ଥା ମାଡିଆସୁଛି। ଏକ ତୃତୀୟାଂଶ ଗ୍ଲୋବାଲ ଫଣ୍ଡ ମ୍ୟାନେଜର ଏ ସମ୍ପର୍କରେ ଅନୁମାନ ଦର୍ଶାଇଛନ୍ତି।...

ଚିପ୍ସରେ ବ୍ୟବହୃତ ଆଳୁ କିସମ ଚାଷ ;ଚାଷୀଙ୍କୁ ଅଦାଲତକୁ ଟାଣିଲା ପେପ୍ସିକୋ

ନୂଆଦିଲ୍ଲୀ,୨୬-୪: ଆଳୁ ଚାଷ କରି ଏବେ ଗୁଜରାଟର ୯ ଜଣ ଚାଷୀ ଅଡୁଆରେ ପଡିଯାଇଛନ୍ତି। ସେମାନଙ୍କୁ ଏବେ ଅଦାଲତଙ୍କ ଚକ୍କର କାଟିବାକୁ ପଡୁଛି। ସେମାନେ ସ୍ବତନ୍ତ୍ର...

୧୮ ବ୍ୟାଙ୍କରେ ୩୨ ହଜାର କୋଟିର ଠକେଇ: ଏସ୍‌ବିଆଇରେ ସର୍ବାଧିକ

ନୂଆଦିଲ୍ଲୀ,୯-୯: ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ(ଏପ୍ରିଲ-ଜୁନ୍‌)ରେ ୧୮ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ମୋଟ୍‌ ୩୧,୮୯୮.୬୩ କୋଟି ଟଙ୍କାର ୨୪୮୦ ମାମଲା ଧରାପଡିଛି। ଦେଶର ଶୀର୍ଷ ବ୍ୟାଙ୍କ...

ବେକାରି ୩ ବର୍ଷର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ,୬-୯: ଜିଡିପି ସମେତ ଅନ୍ୟ ଆର୍ଥିକ ତଥ୍ୟ କାରଣରୁ ବିରୋଧୀ ଦଳଗୁଡ଼ିକ ସମାଲୋଚନାର ଶିକାର ହେଉଥିବା ମୋଦି ସରକାରଙ୍କୁ ଆଉ ଏକ ଅଡୁଆ ପରିସ୍ଥିତିର ସାମ୍ନା...

ନିବେଶକଙ୍କ କ୍ଷତି ୩.୩୦ ଲକ୍ଷ କୋଟି

ନୂଆଦିଲ୍ଲୀ,୨୨।୪: ମଙ୍ଗଳବାର ଦେଶର ପୁଞ୍ଜିବଜାରରେ କାରବାର ଗଭୀର ଭାବେ ପ୍ରଭାବିତ ହୋଇଥିବା ଜଣାପଡିଛି। ଏହି ସମୟରେ ନିବେଶକଙ୍କ ୩.୩୦ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି କ୍ଷତିଗ୍ରସ୍ତ...

Coronavirus Update

Archives

Model This Week

Why Dharitri