ଜିଏସ୍‌ଟି ସଂଗ୍ରହ ୯୧,୯୧୬ କୋଟି ଟଙ୍କାକୁ ହ୍ରାସ

ନୂଆଦିଲ୍ଲୀ,୨-୧୦: ସେପ୍ଟେମ୍ବରରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ପରିମାଣ ୯୧,୯୧୬ କୋଟି ଟଙ୍କାକୁ ହ୍ରାସ ଘଟିଛି। ଜିଏସ୍‌ଟି ସଂଗ୍ରହ ୧୯ ମାସର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଏହା ଅଗଷ୍ଟ ମାସରେ ୯୮,୨୦୨ କୋଟି ଟଙ୍କା ରହିଥିବା ସରକାର ମଙ୍ଗଳବାର ଦେଇଥିବା ତଥ୍ୟରୁ ଜଣାପଡିଛି। ଗତ ବର୍ଷ ସେପ୍ଟେମ୍ବରରେ ଜିଏସ୍‌ଟି ସଂଗ୍ରହ ୯୪,୪୪୨ କୋଟି ଟଙ୍କା ରହିଥିଲା। ସଂଗ୍ରହ ହୋଇଥିବା ମୋଟ ୯୧,୯୧୬ କୋଟି ଟଙ୍କା ଜିଏସ୍‌ଟି ମଧ୍ୟରୁ କେନ୍ଦ୍ର ଜିଏସ୍‌ଟି ଅଂଶ ୧୬,୬୩୦ କୋଟି, ରାଜ୍ୟ ଜିଏସ୍‌ଟି ବାବଦ ୨୨,୫୯୮ କୋଟି, ସମନ୍ବିତ ଜିଏସ୍‌ଟି ବାବଦ ୪୫,୦୬୯ କୋଟି ଏବଂ ସେସ୍‌ ବା ଉପକର ବାବଦକୁ ୭୬୨୦ କୋଟି ଟଙ୍କା ରହିଥିବା ଅର୍ଥମନ୍ତ୍ରଣାଳୟ ପ୍ରକାଶ କରିଛି। ସେପ୍ଟେମ୍ବର ୩୦ ସୁଦ୍ଧା ଅଗଷ୍ଟ ମାସ ଲାଗି ୭୫.୯୪ ଲକ୍ଷ ଜିଏସ୍‌ଟିଆର୍‌-୩ବି ରିଟର୍ନ ଫାଇଲ କରାଯାଇଛି। ଗତ ବର୍ଷ ସମାନ ମାସ ତୁଳନାରେ ଚଳିତ ବର୍ଷ ସେପ୍ଟେମ୍ବରରେ ରାଜସ୍ବ ସଂଗ୍ରହ ୨.୬୭% କମିଛି।
ସମନ୍ବିତ ଜିଏସ୍‌ଟି ମଧ୍ୟରୁ କେନ୍ଦ୍ର ଏବଂ ରାଜ୍ୟ ଜିଏସ୍‌ଟି ବାବଦକୁ ଯଥାକ୍ରମେ ୨୧,୧୩୧ କୋଟି ଏବଂ ୧୫,୧୨୧ କୋଟି ଟଙ୍କା ସମାଧାନ କରାଯାଇଛି। ସେପ୍ଟେମ୍ବର ମାସ ଲାଗି ନିୟମିତ ଜିଏସ୍‌ଟି ସମାଧାନ ପରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଯଥାକ୍ରମେ କେନ୍ଦ୍ର ଜିଏସ୍‌ଟି ବାବଦକୁ ୩୭,୭୬୧ କୋଟି ଏବଂ ରାଜ୍ୟ ଜିଏସ୍‌ଟି ବାବଦକୁ ୩୭,୭୧୯ କୋଟି ଟଙ୍କାର ରାଜସ୍ବ ହାସଲ କରିଛନ୍ତି। ଚଳିତ ବର୍ଷ ଏପ୍ରିଲ-ସେପ୍ଟେମ୍ବର ସମୟ ମଧ୍ୟରେ ଦେଶ ମଧ୍ୟରୁ ପରୋକ୍ଷ ଟିକସ ସଂଗ୍ରହ ୭.୮୨% ବଢିଛି। ଆମଦାନୀରୁ ଜିଏସ୍‌ଟି ସଂଗ୍ରହ ନକାରାତ୍ମକ ରହି ୪.୯୦%କୁ ଖସି ଆସିଥିବା ଅର୍ଥ ମନ୍ତ୍ରଣାଳୟ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟକ ବଜାରରୁ ବିଦେଶୀ ନିବେଶକଙ୍କ ମୋହଭଙ୍ଗ

ନୂଆଦିଲ୍ଲୀ,୧୯-୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଦେଶର ଆର୍ଥିକ ପ୍ରଗତିକୁ ଆହୁରି ଉଚ୍ଚକୁ ନେବେ ବୋଲି ବିଦେଶୀ ନିବେଶକଙ୍କ ଭରସା ଥିଲା। ଏହି...

ରେଡ୍‌ମି ନୋଟ୍‌ ୧୨ସିରିଜ୍‌ ଉନ୍ମୋଚିତ

ନୂଆଦିଲ୍ଲୀ,୭ା୧: ସାଓମି ଇଣ୍ଡିଆର ପ୍ରମୁଖ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ରେଡ୍‌ମିର ନୋଟ୍‌ ୧୨ ସିରିଜ୍‌ର ନୂତନ ଉତ୍ପାଦକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ରେଡ୍‌ମି ନୋଟ୍‌ ୧୨...

ପାତ୍ର ଇଲେକ୍‌ଟ୍ରୋନିକ୍ସର ସ୍ବତନ୍ତ୍ର ଅଫର

ଭୁବନେଶ୍ୱର,୧୭ା୧୦: ଚଳିତ ପାର୍ବଣ (ଦୁର୍ଗାପୂଜା) ଅବସରରେ ଗ୍ରାହକମାନଙ୍କର ସୁବିଧା ପାଇଁ ସ୍ଥାନୀୟ ଶହୀଦନଗର ଦୁର୍ଗାପୂଜା ମଣ୍ଡପଠାରେ ପାତ୍ର ଇଲେକ୍‌ଟ୍ରୋନିକ୍ସ ପକ୍ଷରୁ ଏକ ଆକର୍ଷଣୀୟ ଷ୍ଟଲ୍‌ ଖୋଲାଯାଇଛି।...

ଟ୍ରେନ୍‌ ସେବା ସ୍ବାଭାବିକ ନେଇ ରେଲଓ୍ବେର ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଏପ୍ରିଲ ମାସରେ ନିର୍ଦ୍ଦିଷ୍ଟ ତାରିଖ ସହ ଦେଶରେ ଯାତ୍ରୀବାହୀ ଟ୍ରେନ୍‌ ପୂର୍ଣ୍ଣମାତ୍ରାରେ ଚଳାଚଳ କରିବାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କିଛି ଦିନ...

ପେଟ୍ରୋଲ, ଡିଜେଲ ଦର ବଢ଼ିଲା

ନୂଆଦିଲ୍ଲୀ,୧୮-୯: ସୌଦି ଆରବର ତୈଳ ଭଣ୍ଡାର ଉପରେ ଡ୍ରୋନ ଆକ୍ରମଣ ପରେ ଅଶୋଧିତ ତେଲ ବଜାରରେ ହଇଚଇ ସୃଷ୍ଟି ହୋଇଛି। ଏହି କାରଣରୁ ଦେଶରେ ପେଟ୍ରୋଲ...

ଗ୍ରାହକ ସମ୍ପର୍କ ମେଳାରେ ବ୍ୟାଙ୍କ ଦେଲେ ୮୧,୭୦୦ କୋଟିର ଋଣ

ନୂଆଦିଲ୍ଲୀ,୧୫-୧୦: ଅକ୍ଟୋବର ପହିଲାରୁ ଦେଶର ବ୍ୟାଙ୍କଗୁଡିକ ପକ୍ଷରୁ ଆରମ୍ଭ ହୋଇଥିବା ଗ୍ରାହକ ସମ୍ପର୍କ ଅଭିଯାନରେ ୮୧,୭୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ୯ ଦିନ...

ଚଳିତ ଆର୍ଥିକ ଜିଡିପି ୧୦.୩% ଖସିବ: ଗୋଲ୍ଡମ୍ୟାନ ସ୍ୟାଚ୍‌

ମୁମ୍ବାଇ: ବିଦେଶୀ ବ୍ରୋକ୍‌ରେଜ କମ୍ପାନୀ ଗୋଲ୍ଡମ୍ୟାନ ସ୍ୟାଚ୍‌ ଭାରତ ଲାଗି ପୂର୍ବରୁ କରିଥିବା ଅଭିବୃଦ୍ଧ ଆକଳନକୁ ବଦଳାଇଛି। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଭାରତର ଅଭିବୃଦ୍ଧି ୧୦.୩%...

କଟକରେ ଏଲ୍‌ଜିର ପ୍ରଥମ ବ୍ରାଣ୍ଡ୍‌ ଶପ୍‌ ଉଦ୍‌ଘାଟିତ

କଟକ,୨୬।୧: ଦେଶର ପ୍ରମୁଖ ଇଲେଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ କମ୍ପାନୀ ଏଲ୍‌ଜି ଇଲେଟ୍ରୋନିକ୍ସ ଇଣ୍ଡିଆ ପ୍ରା.ଲି.ର ଆଉ ଏକ ବ୍ରାଣ୍ଡ୍‌ ଶପ୍‌ (ବେଷ୍ଟ ଶପ୍‌) ନିକଟରେ ଶୁଭାରମ୍ଭ...

Advertisement
Archives

Model This Week