ଜିଏସ୍‌ଟି ରାଜସ୍ବ ବୃଦ୍ଧି ପାଇଁ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୧୧-୧୦: କିଛି ମାସ ହେବ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦକୁ ଆଦାୟ ହେଉଥିବା ଟିକସ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍‌ ରହୁଛି। ଏହା ସରକାରଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ପରୋକ୍ଷ ଟିକସ ସଂଗ୍ରହ କିଭଳି ବଢିବ ସେ ନେଇ ସରକାରଙ୍କ ପକ୍ଷରୁ ଯୋଜନା ଧାର୍ଯ୍ୟ ହୋଇଛି। ଜିଏସ୍‌ଟି ରାଜସ୍ବ ବଢାଇବା ଲାଗି ସରକାର ଏକ ନୂଆ କମିଟି ଗଠନ କରିଛନ୍ତି। ପରୋକ୍ଷ ଟିକସ ବୃଦ୍ଧି ଏବଂ ଟିକସ ପ୍ରସାଶନ ପ୍ରସଙ୍ଗ ନେଇ ବିଭିନ୍ନ ପଦକ୍ଷେପ ଉପରେ ଏହି କମିଟି ସରକାରଙ୍କୁ ପ୍ରସ୍ତାବ ହେବ। ପରୋକ୍ଷ ଟିକସ କ୍ଷେତ୍ରରେ ବିସ୍ତୃତ ସଂସ୍କାର ଉପରେ କମିଟି ବିଚାର କରିବ। ଏହା ଦ୍ୱାରା କମିଟି ଏକ ନିଷ୍କର୍ଷରେ ପହଞ୍ଚିବା ସହ ସରକାରଙ୍କୁ ପ୍ରସ୍ତାବ ରଖିବ ବୋଲି ସରକାରୀ ଅର୍ଡରରେ କୁହାଯାଇଛି।
ସାମଗ୍ରୀ ଓ ସେବା ଟିକସ ବ୍ୟବସ୍ଥାରେ ସିଷ୍ଟମେଟିକ ପରିବର୍ତ୍ତନ, ଚେକ୍‌ ଆଣ୍ଡ ବାଲାନ୍ସ, ବ୍ୟବସ୍ଥାର ଅପବ୍ୟବହାର, ସ୍ବେଚ୍ଛାକୃତ ଭାବେ ଅନୁପାଳନ ବଢାଇବା ଭଳି ବିଭିନ୍ନ ଦିଗକୁ କମିଟି ବିଚାର କରିବ। ଟିକସ ପରିସର ବଢାଇବା ଦିଗରେ କେଉଁ ସବୁ ପଦକ୍ଷେପ ନିଆଯିବା ଆବଶ୍ୟକ ତାକୁ ମଧ୍ୟ କମିଟି ତର୍ଜମା କରିବା ସହ ମତ ରଖିବ। ଏହାବାଦ ଆବଶ୍ୟକ ହେଲେ କୌଣସି ଆଇନରେ ପରିବର୍ତ୍ତନ, ଅନୁପାଳନ ମନିଟରିଂ, ଟିକସ ଠକେଇ ରୋକିବା, ଉନ୍ନତ ଡାଟା ଆନାଲିଟିକ୍ସ, ଜିଏସ୍‌ଟିରେ ଉନ୍ନତ ପ୍ରଶାସନିକ ବ୍ୟବସ୍ଥା ଉପରେ ମଧ୍ୟ ବିଚାର କରାଯିବ। କମିଟି ୧୫ ଦିନ ମଧ୍ୟରେ ଏହାର ପ୍ରଥମ ରିପୋର୍ଟ ଜିଏସ୍‌ଟି କାଉନସିଲ ସଚ୍ଚିବାଳୟକୁ ପ୍ରଦାନ କରିବା ନେଇ ଯୋଜନା ରହିଛି।
ସେପ୍ଟେମ୍ବର ମାସରେ ଜିଏସ୍‌ଟି ସଂଗ୍ରହ ୧୯ ମାସର ସର୍ବନିମ୍ନ ସ୍ତର ୯୧,୯୧୬ କୋଟି ଟଙ୍କାକୁ ଖସିଛି। ଲଗାତର ଭାବେ ଦୁଇ ମାସ ଲାଗି ଜିଏସ୍‌ଟି ସଂଗ୍ରହ ପରିମାଣ କମିଛି। ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି ସରକାର କର୍ପୋରେଟ ଟିକସ ହ୍ରାସ କରିଛନ୍ତି। ଏହା ଦ୍ୱାରା ରାଜକୋଷକୁ ୧.୪୫ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି। ସରକାର ଗଠନ କରିଥିବା ପ୍ୟାନେଲରେ ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଏବଂ ପଞ୍ଜାବର ଜିଏସ୍‌ଟି କମିଶନରଙ୍କ ସମେତ ଜିଏସ୍‌ଟି ପ୍ରିନ୍ସପାଲ କମିଶନର ରାଜସ୍ବ ସଚିବ ରହିବେ। ପ୍ୟାନେଲରେ ଯୋଗଦେବା କିମ୍ବା ଲିଖିତ ଆକାରରେ ମତାମତ ଦେବାକୁ ରାଜ୍ୟଗୁଡିକୁ କୁହାଯାଇଛି।
ମୂଳ କମ୍ପାନୀର ବ୍ରାଣ୍ଡ ନାମ ଲୋଗୋ ବ୍ୟବହାର ଉପରେ ଲାଗିପାରେ ଟିକସ
ଦେଶର କେତେକ ବଡ କମ୍ପାନୀ ଓ ବିଦେଶୀ ବ୍ୟାଙ୍କଗୁଡିକ ଏବେ ଟିକସ ଅଧିକାରୀଙ୍କ ନଜରରେ । ଏମାନେ ସହାୟକ କମ୍ପାନୀ ଏବଂ ଭାରତୀୟ ୟୁନିଟଗୁଡିକୁ ମୂଳ କମ୍ପାନୀର ବ୍ରାଣ୍ଡ ନାମ ତଥା ଲୋଗୋ ବ୍ୟବହାର କରିବା ଲାଗି ଅନୁମତି ଦେଉଛନ୍ତି। ଏଭଳି କ୍ଷେତ୍ରରେ ବ୍ରାଣ୍ଡ ନା ଏବଂ ଲୋଗୋର ମୂଲ୍ୟାଙ୍କନ କରିବା ଲାଗି ମୂଳ କମ୍ପାନୀଙ୍କୁ ପରୋକ୍ଷ ଟିକସ ବିଭାଗ ପକ୍ଷରୁ କୁହାଯାଇଛି। ସହାୟକ କମ୍ପାନୀ ଏବଂ ଗ୍ରୁପ କମ୍ପାନୀଠାରୁ ଦେୟ ସଂଗ୍ରହ କରି ଏହା ଉପରେ ୧୮% ଜିଏସ୍‌ଟି ପ୍ରଦାନ କରିବାକୁ ପରୋକ୍ଷ ଟିକସ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟୟୋଟାର ନୂଆ ଡ୍ରାଇଭିଂ ସ୍କୁଲ ଉନ୍ମୋଚିତ

ଭୁବନେଶ୍ୱର,୨୧-୧୧(ବ୍ୟୁରୋ): ଟୟୋଟା କିର୍ଲୋସ୍କାର ମୋଟର୍ସ ପକ୍ଷରୁ ଓଡିଶାରେ ଏହାର ପ୍ରଥମ ଡ୍ରାଇଭିଂ ସ୍କୁଲ ସ୍ଥାନୀୟ ପଟିଆସ୍ଥିତ ଏସ୍ପିରିଟି ଟୟୋଟା ଶୋ’ରୁମଠାରେ ବୁଧବାର ଉନ୍ମୋଚିତ ହୋଇଛି। ଏହା...

ନୂଆମୁଣ୍ଡି ଖଣିକୁ ୫-ଷ୍ଟାର ରେଟିଂ

ନୂଆଦିଲ୍ଲୀ,୧୩।୩: ଟାଟା ଷ୍ଟିଲକୁ ନିକଟରେ ଆଉ ଏକ ଜାତୀୟ ସମ୍ମାନ ଓ ସ୍ବୀକୃତି ମିଳିଥିବା ଜଣାପଡିଛି। ଏପରିକି କ୍ରମାଗତ ୭ମ ଥର ଲାଗି ଟାଟା ଷ୍ଟିଲର...

ଚୋକ୍‌ସିଙ୍କ ୨୪.୭୭ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୧୨।୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଠକେଇ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ଦେଶ ତଥା ବିଦେଶରେ ଥିବା ୨୪.୭୭ କୋଟି...

ଡିଜିଟାଲ ଅର୍ଥ ବ୍ୟବସ୍ଥା,ଷ୍ଟାର୍ଟଅପ୍‌ ପ୍ରତିନିଧିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ

  ନୂଆଦିଲ୍ଲୀ,୧୭-୧୨: ସାଧାରଣ ବଜେଟ ୨୦୨୦-୨୧ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପ୍ରାକ୍‌ ବଜେଟ ପରାମର୍ଶ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଓବିର ଦାନ

ଭୁବନେଶ୍ୱର,୩। ୫: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ଓଡ଼ିଶାର ସମସ୍ତ କର୍ମଚାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୮.୦୮ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।...

ଟ୍ରେଣ୍ଡ୍‌ସ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ‘ଖୁସିର ପର୍ବ’

ଭୁବନେଶ୍ୱର,୨୭।୯: ରିଲାଏନ୍ସ ରିଟେଲ୍‌ର ପ୍ରମୁଖ ବ୍ରାଣ୍ଡ୍‌ ଟ୍ରେଣ୍ଡ୍‌ସ ପକ୍ଷରୁ ଚଳିତ ବର୍ଷର ପାର୍ବଣ ପାଇଁ ଗ୍ରାହକଙ୍କମାନଙ୍କ ଲାଗି ଏକ ସ୍ବତନ୍ତ୍ର ଅଭିଯାନ ‘ଖୁସିର ପର୍ବ’ ସମ୍ପର୍କରେ...

ପାଓ୍ବାର ଗ୍ରୀଡ୍‌କୁ ଆଉ ୩ ଏସ୍‌ପିଭି

ନୂଆଦିଲ୍ଲୀ,୫।୪: କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ମହାରତ୍ନ ସିପିଏସ୍‌ୟୁ ପାଓ୍ବାର ଗ୍ରୀଡ୍‌ (ପାଓ୍ବାର ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ)କୁ ନିକଟରେ ଆଉ ୩ଟି...

ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ

ନୂଆଦିଲ୍ଲୀ,୧୯।୯: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ପୁନଃ ଆରମ୍ଭ କରାଯାଇଥିବା ସଡ଼କ ସୁରକ୍ଷା ସଚେତନତା ଅଭିଯାନ ନିକଟରେ ଅନୁଗୋଳ ଜିଲାରେ ପହଞ୍ଚତ୍ଛି।...

Advertisement
Archives

Model This Week