ଜିଏସ୍‌ଟି ପୈଠ ନ କଲେ କଡା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୭-୧୨: ଧାର୍ଯ୍ୟ ସମୟରେ ଜିଏସ୍‌ଟି ପୈଠ କରୁ ନ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ସରକାର ଏବେ ଆଭିମୁଖ୍ୟ ବଦଳାଇଛନ୍ତି। ଏହି ଲୋକମାନଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ହେବ ବୋଲି କୁହାଯାଉଛି। ଜିଏସ୍‌ଟିଆର୍‌-୩ବି ଟିକସଦାତାଙ୍କ ପାଖକୁ ୫ ଦିନ ପରେ ନୋଟିସ ଜାରି କରାଯିବ ବୋଲି ସୂଚନା ରହିଛି। ଟିକସ ପୈଠ କ୍ଷେତ୍ରରେ ଟାଇମ୍‌ ଲାଇନ ରହୁ ନ ଥିବାରୁ ବିଭିନ୍ନ ରାଜ୍ୟରେ ଟିକସ ସଂଗ୍ରହ ନେଇ ତାରତମ୍ୟ ଦେଖାଯାଉଛି। ଏହାକୁ ନଜରରେ ରଖି କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ପକ୍ଷରୁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରାଯାଇଛି। ଟିକସଦାତାଙ୍କୁ ନୋଟିସ ଗଲା ପରେ ଯଦି ଫାଇଲିଂ ନ ହୁଏ ତେବେ ୧୫ ଦିନ ପରେ ଆସେସ୍‌ମେଣ୍ଟ ନୋଟିସ ପୁଣି ଦିଆଯିବ। ଏହା ପରେ ରେସ୍‌ପନ୍ସ ନ ମିଳିଲେ ଟିକସ ଅଧିକାରୀ ଆସେସିଙ୍କ ଉପଲବ୍ଧ ରେକର୍ଡ ଏବଂ ଡାଟା ଆଧାରରେ ଆସେସ୍‌ମେଣ୍ଟ ଦ୍ୱାରା ଟିକସ ଡିମାଣ୍ଡ ଅସୁଲ କରିପାରିବେ।
ଲଗାତର ୨ ମାସ ଲାଗି ରିଟର୍ନ ଭରୁ ନ ଥିବା ଲୋକଙ୍କ ଇ-ଓ୍ବେବିଲ ରଦ୍ଦ କରିବା ଲାଗି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ୬ ମାସ ଧରି ରିଟର୍ନ ଭରୁ ନ ଥିବା ଲୋକଙ୍କ ଲାଗି ପଞ୍ଜୀକରଣ ମଧ୍ୟ ରଦ୍ଦ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୩.୫ ଲକ୍ଷ ବ୍ୟବସାୟୀଙ୍କ ଇ-ଓ୍ବେବିଲ ବ୍ଲକ୍‌ କରାଯାଇଛି। ସେହିଭଳି ୧୨.୫ ଲକ୍ଷ ବ୍ୟବସାୟୀଙ୍କ ପଞ୍ଜୀକରଣ ରଦ୍ଦ କରିବା ଲାଗି ନିଷ୍ପତ୍ତି ହୋଇଛି। ଜିଏସ୍‌ଟି ରିଟର୍ନ ଫାଇଲ କରୁ ନ ଥିଲେ ସାରା ଦେଶ ଲାଗି ଏକକ ସମୟ ଏବଂ ଗୋଟିଏ ପ୍ରକାରର ଫର୍ମ, ନୋଟିସ ବା ଡିମାଣ୍ଡ ନୋଟିସ ଜାରି ହେବ ବୋଲି ଜିଏସ୍‌ଟିର ପ୍ରିନ୍ସପାଲ କମିଶନର ଯୋଗେନ୍ଦ୍ର ଗର୍ଗ କହିଛନ୍ତି। ସେହିଭଳି ଜିଏସ୍‌ଟି ଫାଇଲ କରୁ ନ ଥିଲେ ସେକ୍ସନ ୩୯,୪୪ ବା ୪୫ ମୁତାବକ ଡିଫଲ୍ଟର ଘୋଷଣା କରାଯିବ। ଟିକସ ପ୍ରଦାନ ଶେଷ ତାରିଖର ୫ ଦିନ ଗଲା ପରେ ଜିଏସ୍‌ଟିଆର୍‌-୩ଏ ନୋଟିସ ଜାରି କରାଯିବ। ସେହିଭଳି ୧୫ ଦିନରେ ଟିକସ ପ୍ରଦାନ କରିବା ଲାଗି କୁହାଯିବ। ପୈଠ ନ କ୍ଷେତ୍ରରେ ଏଏସ୍‌ଏମ୍‌ଟି-୧୩ ଦ୍ୱାରା ୩୦ ଦିନର ଡେଡ ଲାଇନ ସହ ଆସେସମେଣ୍ଟ ନୋଟିସ ପଠାଯିବ। ଏହା ପରେ ଅଧିକାରୀ ଇ-ଓ୍ବେ ବିଲ୍‌ ରେକର୍ଡ, ଜିଏସ୍‌ଟିଆର୍‌ ୨-ଏ ଡାଟା ଏବଂ ବ୍ୟାଙ୍କ ନେଣଦେଣ ଆଧାରରେ ଟିକସ ଡିମାଣ୍ଡ ଅସୁଲ କରିପାରିବେ।
ବ୍ୟାଙ୍କ ଆକାଉଣ୍ଟ, ସମ୍ପତ୍ତି ଜବତ ହୋଇପାରେ
ଜିଏସ୍‌ଟି ରିଟର୍ନ ଫାଇଲ କରୁ ନ ଥିଲେ ଟିକସ ଅଧିକାରୀଙ୍କ ଦ୍ୱାରା ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟ ଜବତ ହୋଇପାରେ। ଜାରି ହୋଇଥିବା ଏସ୍‌ଓପି ମୁତାବକ କେନ୍ଦ୍ରୀୟ ଜିଏସ୍‌ଟି ଧାରା ୮୩ ମୁତାବକ ଜିଏସ୍‌ଟି କମିଶନର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଏକ ଆକଳନ ମୁତାବକ ୨୦ ଲକ୍ଷରୁ ଅଧିକ ଟିକସଦାତା ନିୟମିତ ଭିତ୍ତିରେ ଜିଏସ୍‌ଟି ପ୍ରଦାନ କରୁ ନାହାନ୍ତି। ଏହାବାଦ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ୬ ମାସରୁ ଅଧିକ ସମୟ ହେବ ରିଟର୍ନ ଫାଇଲ କରିନାହାନ୍ତି। ଟିକସ ଫାଇଲ ନ କରିବା ଯୋଗୁ ଅଧିକ ପରିମାଣର ଟିକସ ଚୋରି ହେଉଥିବା ସରକାର ଆକଳନ କରିଛନ୍ତି। ଏହା ଉପରେ ଲଗାମ ଲାଗିଲେ ସପ୍ଲାଇ ଚେନ୍‌ର ଅନ୍ୟ ବ୍ୟବସାୟୀମାନେ ମଧ୍ୟ ନିୟମିତ ଭାବେ ଟିକସ ପ୍ରଦାନ କରିବାକୁ ବାଧ୍ୟ ହେବେ। ସରକାର ମିଥ୍ୟା ଆଇଟିସି କ୍ଲେମ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିଲେ ହେଲେ ବୃହତ୍‌ ପରିମାଣର ଲୋକ ଟିକସ ଫାଇଲ ନ କରିବା ଯୋଗୁ ରାଜସ୍ବ ହ୍ରାସ ହେଉଥିବା ସହ ଟିକସ ଫସି ରହୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?