ଜିଏସ୍‌ଟି ଆଦାୟ ଲକ୍ଷ୍ୟ ବଢିଲା

ନୂଆଦିଲ୍ଲୀ,୨୦-୧: ଜାନୁୟାରୀ, ଫେବୃୟାରୀ ମାସ ଲାଗି ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଆଦାୟ ଲକ୍ଷ୍ୟ ବୃଦ୍ଧି କରାଯାଇ ୧.୧୫ ଲକ୍ଷ କୋଟି ଟଙ୍କା କରାଯାଇଛି। ରାଜସ୍ବ ବିଭାଗ ପକ୍ଷରୁ ଶୁକ୍ରବାର ଏଭଳି ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି। ସେହିଭଳି ମାର୍ଚ୍ଚ ମାସ ଲାଗି ଟିକସ ସଂଗ୍ରହ ଲକ୍ଷ୍ୟକୁ ୧.୨୫ ଲକ୍ଷ କୋଟି ଟଙ୍କାକୁ ବଢାଯାଇଛି। ଡାଟା ଆନାଲିଟିକ୍ସର ବ୍ୟବହାର ଦ୍ୱାରା ବେଆଇନ ଇନପୁଟ ଟିକସ କ୍ରେଡିଟ ଉପରେ ଲଗାମ ଲଗାଇବା ଲାଗି କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ବିଭିନ୍ନ ପଦକ୍ଷେପ ହାତକୁ ନେଉଥିବା ଜଣାପଡିଛି।
ଚଳିତ ଆର୍ଥତ୍କ ବର୍ଷ ଡିସେମ୍ବର ଯାଏ ସରକାର ଜିଏସ୍‌ଟି ରାଜସ୍ବ ବାବଦ ମାସିକ ୧ ଲକ୍ଷ କୋଟି ଟଙ୍କାରୁ କମ୍‌ ଆଦାୟ କରୁଛନ୍ତି। ବର୍ତ୍ତମାନର ପ୍ରକୃତ ଟିକସ ସଂଗ୍ରହ ଠାରୁ ଅଧିକ ୧୦ ହଜାର କୋଟି ଟଙ୍କା ଅଧିକ ରାଜସ୍ବ ସଂଗ୍ରହ ନେଇ ଯୋଜନା ରଖାଯାଇଛି। ଡିସେମ୍ବରରେ ସରକାର ୧.୦୩ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ଆଦାୟ କରିଛନ୍ତି। ଡିସେମ୍ବର,ଜାନୁୟାରୀ,ଫେବୃୟାରୀ ମାର୍ଚ୍ଚ ଲାଗି ପ୍ରତି ମାସ ୧.୧ ଲକ୍ଷ କୋଟି ଟିକସ ଆଦାୟ କରିବାକୁ ଗତ ମାସରେ ଲକ୍ଷ୍ୟ ରଖାଯାଇଥିଲା। ଏହା ମଧ୍ୟରେ କୌଣସି ଏକ ମାସରେ ୧.୨୫ ଲକ୍ଷ କୋଟି ଆଦାୟ ନେଇ ମଧ୍ୟ ସରକାର ଯୋଜନା କରିଥିଲେ।
ଶୁକ୍ରବାର ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଟିକସର ପରିବର୍ତ୍ତିତ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ବୈଠକରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଏବଂ କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମାନ୍ଦାବସ୍ଥା ଯୋଗୁ ଏବେ ଟିକସ ସଂଗ୍ରହ କମିଛି। ଏହାପରେ ଅର୍ଥ ବ୍ୟବସ୍ଥାକୁ ଗତି ଦେବା ଲାଗି ସରକାର କର୍ପୋରେଟ ଟିକସ ହ୍ରାସ କରିଛନ୍ତି। ଏହା ଫଳରେ ଅର୍ଥ ବ୍ୟବସ୍ଥା ଉପରେ ପ୍ରାୟ ୧.୪୫ ଲକ୍ଷ କୋଟି ଟଙ୍କା ହ୍ରାସ ଘଟିଛି। ଟିକସ ସଂଗ୍ରହ ଲକ୍ଷ୍ୟକୁ କିଭଳି ପୂରଣ କରାଯିବ ସେ ଦିଗରେ ଅଧିକାରୀମାନେ ଆଲୋଚନା କରିଛନ୍ତି। ଜିଏସ୍‌ଟି ଅଧିକାରୀମାନେ ଯୋଗାଣ ଏବଂ କ୍ରୟ ଇନଭଏସରେ ରହୁଥିବା ପାର୍ଥକ୍ୟ, ରିଟର୍ନ ଫାଇଲିଂରେ ରହୁଥିବା ଅସୁବିଧା, ଓଭର ଇନଭଏସିଂ ଭଳି ପ୍ରସଙ୍ଗଗୁଡିକୁ ବିଚାର କରିବେ। ଯେଉଁମାନେ ବେଆଇନ ଇନପୁଟ ଟିକସ କ୍ରେଡିଟ ଦାବି କରୁଛନ୍ତି ସେମାନଙ୍କୁ ଇମେଲ,ମେସେଜ ପଠାଯିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

E-20 ସହିତ ସାଧାରଣ ପେଟ୍ରୋଲ୍ ମଧ୍ୟ… ଏବେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲର ବିକଳ୍ପ?

ନୂଆଦିଲ୍ଲୀ,୧୧ା୭: E-20 ଇନ୍ଧନ (ଫ୍ୟୁଏଲ୍‌)କୁ ନେଇ ଏବେ ସାରା ଦେଶରେ ହଙ୍ଗାମା ମାତିଛି। ଏଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ (ଏଥାନଲ୍ ମିଶ୍ରିତ ପେଟ୍ରୋଲ୍‌)କୁ ନେଇ ଆଲୋଚନା ଓ ବିବାଦର…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri