ଜିଏସ୍‌ଟି ଆଦାୟ ଲକ୍ଷେ କୋଟି ଟଙ୍କା ଟପିଲା

ନୂଆଦିଲ୍ଲୀ,୧-୨: ଚଳିତ ଆର୍ଥତ୍କ ବର୍ଷରେ ଲଗାତର ଭାବେ ଦ୍ୱିତୀୟ ଥର ଲାଗି ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟ ଲକ୍ଷେ କୋଟି ଟଙ୍କା ଟପିଛି। ଡିସେମ୍ବର ମାସରେ ଜିଏସ୍‌ଟି ରାଜସ୍ବ ବାବଦକୁ ୧,୦୩,୪୯୨ କୋଟି ଟଙ୍କା ଆଦାୟ କରାଯାଇଛି। ଲୋକଙ୍କର ଖର୍ଚ୍ଚ ବଢିବା ଯୋଗୁ ରାଜସ୍ବ ସଂଗ୍ରହ ଉନ୍ନତ ହୋଇଥିବା ଜଣାପଡିଛି। ଏହା ପୂର୍ବରୁ ଚଳିତ ବର୍ଷ ଜୁଲାଇରେ ରାଜସ୍ବ ସଂଗ୍ରହ ୧ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱରେ ରହିବା ସହ ୧.୦୨ ଲକ୍ଷ କୋଟି ଟଙ୍କା ଛୁଇଁଥିଲା। ୨୦୧୮ ଡିସେମ୍ବରରେ ସରକାର ୯୪,୭୨୬ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ ବୋଲି ସରକାରୀ ଡାଟାରୁ ଜଣାପଡିଛି। ଅନୁପାଳନ ଏବଂ ଲୋକଙ୍କ ଖର୍ଚ୍ଚରେ ଉନ୍ନତି ଯୋଗୁ ରାଜସ୍ବ ବଢିଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି। ଚଳିତ ବର୍ଷ ଡିସେମ୍ବରରେ ଜିଏସ୍‌ଟି ରାଜସ୍ବ ଗତ ବର୍ଷ ସମାନ ସମୟ ତୁଳନାରେ ୧୬% ବୃଦ୍ଧି ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ସେହିଭଳି ଆମଦାନୀରୁ ସଂଗ୍ରହ ହେଉଥିବା ମୋଟ୍‌ ଜିଏସ୍‌ଟି କଥା ବିଚାରକୁ ନେଲେ ଏଥିରେ ଗତ ବର୍ଷ ଡିସେମ୍ବର ତୁଳନାରେ ୯% ବୃଦ୍ଧି ଘଟିଛି। ସଂଗ୍ରହ ହୋଇଥିବା ମୋଟ ୧.୦୩ ଲକ୍ଷ କୋଟି ଟଙ୍କାର ରାଜସ୍ବ ମଧ୍ୟରୁ କେନ୍ଦ୍ର ଜିଏସ୍‌ଟି ବା ସିଜିଏସ୍‌ଟି ବାବଦ ୧୯,୯୬୨ କୋଟି, ରାଜ୍ୟ ଜିଏସ୍‌ଟି ବା ଏସ୍‌ଜିଏସ୍‌ଟି ବାବଦ ୨୬,୭୯୨ କୋଟି, ସମନ୍ବିତ ଜିଏସ୍‌ଟି ବା ଆଇଜିଏସ୍‌ଟି ବାବଦ ୪୮,୦୯୯ କୋଟି, ସେସ୍‌ ବା ଉପକାର ବାବଦ ୮୩୩୧ କୋଟି ଟଙ୍କା ସାମିଲ ରହିଛି। ଡିସେମ୍ବର ୩୧ ସୁଦ୍ଧା ୮୧.୨୧ ଲକ୍ଷ ଜିଏସ୍‌ଟି ଆର୍‌ ୩ବି ଫାଇଲ କରାଯାଇଛି। ନିୟମିତ ସମାଧାନ ଦ୍ୱାରା ଆଇଜିଏସ୍‌ଟିରୁ ସରକାର ସିଜିଏସ୍‌ଟି ବାବଦ ୨୧,୮୧୪ କୋଟି ଏବଂ ଏସ୍‌ଜିଏସ୍‌ଟି ବାବଦ ୧୫,୩୬୬ କୋଟି ଟଙ୍କା ସମାଧାନ କରିଛନ୍ତି। ନିୟମିତ ସମାଧାନ ଦ୍ୱାରା ଡିସେମ୍ବରରେ କେନ୍ଦ୍ର ଏବଂ ରାଜ୍ୟ ସରକାର ସିଜିଏସ୍‌ଟି ବାବଦ ୪୧,୭୭୬ କୋଟି ଏବଂ ଏସ୍‌ଜିଏସ୍‌ଟି ବାବଦ ୪୨,୧୫୮ କୋଟି ଟଙ୍କା ପାଇଛନ୍ତି।
ଚଳିତ ଆର୍ଥତ୍କ ବର୍ଷ ବାକି ଥିବା ମାସଗୁଡିକରେ ପ୍ରତିମାସ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କାର ଜିଏସ୍‌ଟି ସଂଗ୍ରହ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ଟିକସ ଅଧିକାରୀଙ୍କୁ କୁହାଯାଇଛି। ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ ଉଚ୍ଚ ଟିକସ ଅଧିକାରୀଙ୍କ ସହ ଏ ନେଇ ଗତ ମାସରେ ଭିଡିଓ କନଫରେନ୍ସିଂ ଯୋଗେ ବୈଠକ କରିଥିଲେ। ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣ କରିବା ଲାଗି ଆସନ୍ତା ମାସଗୁଡିକରେ ରାଜସ୍ବ ସଂଗ୍ରହ ଉନ୍ନତ ହେବା ଆବଶ୍ୟକ ବୋଲି ଡେଲଏଟ ଇଣ୍ଡିଆର ପାର୍ଟନର ଏମ୍‌.ଏସ୍‌. ମଣି କହିଛନ୍ତି। ଟିକସ ସଂଗ୍ରହରେ ଉନ୍ନତି, ଇନଭଏସିଂ, ନୂଆ ରିଟର୍ନ ପ୍ରଣାଳୀ ଦ୍ୱାରା ରାଜସ୍ବ ସଂଗ୍ରହ ବଢିବ ନେଇ ଆଶା ରହିଥିବା ସେ ମତ ଦେଇଛନ୍ତି। ଡିସେମ୍ବରରେ ହିମାଞ୍ଚଳ ପ୍ରଦେଶର ଜିଏସ୍‌ଟି ସଂଗ୍ରହ ୨ ଗୁଣା ବଢି ୨୬ରୁ ୫୮ କୋଟି ଟଙ୍କା ଟପିଛି। ଏହାବାଦ ନାଗାଲାଣ୍ଡରେ ରାଜସ୍ବ ଆଦାୟ ୮୮%, ମଣିପୁର ୬୪%, ମିଜୋରାମ ୬୦% ବଢିଛି। ସେହିଭଳି ଲାକ୍ଷାଦୀପର ରାଜସ୍ବ ସଂଗ୍ରହ ୭୮% କମିଥିବା ବେଳେ ଝାଡଖଣ୍ଡର ୩% ଟିକସ ସଂଗ୍ରହ କମିଛି।


Enter your email to get our daily news in your inbox.

All Right Reserved By Dharitri.Com

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri