ଜାହ୍ନବୀଙ୍କ ଖୁସି

ଜାହ୍ନବୀ କପୁର ଏବେ ଖୁସିରେ ଉଛୁଳୁଛନ୍ତି। ଦିନ ଯେତିକି ପାଖେଇ ଆସୁଛି ତାଙ୍କର ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି। ହେଲେ କ’ଣ ପାଇଁ ଜାଣନ୍ତି ? କାରଣ ସେ ଅଭିନୟ କରିବାକୁ ଯାଉଥିବା ହିନ୍ଦୀ ସିନେମା ‘ଦୋସ୍ତାନା-୨’ର ଶୁଟିଂ ଆସନ୍ତା ମାସ ଅର୍ଥାତ୍‌ ନଭେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହେବାକୁ ଯାଉଛି। ତେଣୁ ଏ ନେଇ ସେ ପ୍ରାରମ୍ଭିକ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏ ନେଇ ଜାହ୍ନବୀ କହନ୍ତି, ‘ଏହି ଫିଲ୍ମରେ ମୋତେ ସ୍ପୋଟର୍‌ସ ଲୁକ୍‌ରେ ଦର୍ଶକ ଦେଖିବାକୁ ପାଇବେ। ତେଣୁ ସେଥିପାଇଁ ପ୍ରସ୍ତୁତ ହେବାକୁ ପଡୁଛି। ଏଥିରେ ମୋ ସହ ଅଭିନୟ କରୁଥିବା କାର୍ତ୍ତିକ ଆର୍ଯ୍ୟନ ଜଣେ ଭଲ ଅଭିନେତା। ତାଙ୍କ ସହ ମୋ ଯୋଡିକୁ ଦର୍ଶକ ନିଶ୍ଚୟ ପସନ୍ଦ କରିବେ ବୋଲି ମୋର ଆଶା ରହିଛି। ‘ଦୋସ୍ତାନା-୨’ର ଶୁଟିଂ ନଭେମ୍ବର ପ୍ରଥମ ସପ୍ତାହରେ ଚଣ୍ଡିଗଡ, ପଟିଆଲା ଏବଂ ଉତ୍ତର ଭାରତର କେତେକ ସ୍ଥାନରେ ହେବ। ଭାରତରେ ୨୨-ଦିନିଆ ଶୁଟିଂ ସିଡ୍ୟୁଲ ପରେ ବିଦେଶର କେତେକ ସ୍ଥାନରେ ଏହାର ଶୁଟିଂ ହେବାର କାର୍ଯ୍ୟକ୍ରମ ରହିଛି। ଫିଲ୍ମଟିର ନିର୍ଦ୍ଦେଶନା ଦେଉଛନ୍ତି କୋଲିନ୍‌ ଡି’କୁଞ୍ଚ। ‘ଭାଗ୍‌ ମିଲଖା ଭାଗ୍‌’, ‘ତଲାସ’ ଏବଂ ‘ଏନଏଚ-୧୦’ରେ ସହ ନିର୍ଦ୍ଦେଶନ ଭାବରେ କାମ କରିଥିବା କୋଲିନ୍‌ ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ସିଟ୍‌ରେ ବସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ପ୍ରତିଭାଙ୍କୁ ସମର୍ଥନ କରିବ ସୁଶାନ୍ତ ସିଂ ରାଜପୁତ ଫାଉଣ୍ଡେଶନ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁରଙ୍କ ଆତ୍ମହତ୍ୟା ଘଟଣା ତାଙ୍କ ପ୍ରଶଂସକଙ୍କ ସମେତ ପରିବାରକୁ ଖୁବ୍‌ ଆଘାତ ଦେଇଛି। ଏଥିପାଇଁ ପରିବାର ପୁଅ ନାମରେ ଏକ...

କଳିଙ୍ଗ ଷ୍ଟୁଡିଓ କଟ୍‌ ଇଟ୍‌…

ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଆଶାଭରସା କଳିଙ୍ଗ ଷ୍ଟୁଡିଓ ନିର୍ମାଣ ଆରମ୍ଭରୁ ଏଯାବତ୍‌ କେବଳ ଝଡ଼ଝଞ୍ଜା ମଧ୍ୟରେ ସଂଗ୍ରାମ କରିଚାଲିଛି। ୧୯୭୬ରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ...

ବାହା ବେଳ ହୋଇନି

ଯାହା କହନ୍ତୁ ନା କାହିଁକି କ୍ୟାଟ୍ରିନାଙ୍କ ଆଇଡିଆକୁ ମାନିବାକୁ ପଡ଼ିବ। ମ୍ୟାରେଜ ନେଇ ପ୍ରଶ୍ନ କଲେ ତାହାର ଉତ୍ତର କେତେ ଚତୁରତାର ସହ ଦେବାକୁ ପଡ଼େ...

ରିଲିଜ୍ ହେଲା ଇମ୍ରାନ ହାସମିଙ୍କ ଫିଲ୍ମର ଟ୍ରେଲର୍‌

ମୁମ୍ବାଇ: କିଛି ଦିନର ବିରତି ପରେ ଏବେ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି ଇମ୍ରାନ ହାସମି । ଏଥର ସେ ତାଙ୍କ ଫିଲ୍ମ “ହରାମି”ରେ ନଜର...

ଟାଇମ୍‌ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଆଉ ଏକ ସଫଳତା ହାସଲ କରିଛନ୍ତି। ସେ ଟାଇମ୍‌ ପତ୍ରିକାର ୧୦୦ ଜଣ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। କେବଳ...

‘ଲକ୍ଷ୍ମୀ ବମ୍‌’ର ନୂଆ ପୋଷ୍ଟର ରିଲିଜ୍‌: ଶାଢ଼ି ପିନ୍ଧି ଭିନ୍ନ ଲୁକ୍‌ରେ ଅକ୍ଷୟ

ଖିଲାଡି କିଙ୍ଗ୍‌ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ଏକ ନୂଆ ଏବଂ ଦମ୍‌ଦାର ପୋଷ୍ଟର ରିଲିଜ୍‌ ହୋଇଛି। ନିଜେ ଅକ୍ଷୟ ଏହି ପୋଷ୍ଟରଟିକୁ...

ପସନ୍ଦ ଆସୁଛି ‘ପଙ୍ଗା’: ଦୁଇ ଦିନରେ ରୋଜଗାର କଲାଣି ୮.୩୧ କୋଟି

ବମ୍ବେ: ବଡ଼ ପରଦାରେ ରିଲିଜ ହୋଇଛି କଙ୍ଗନା ରାଣାଓ୍ବତ ଅଭିନୀତ ‘ପଙ୍ଗା’। ଶୁକ୍ରବାର ରିଲିଜର ପ୍ରଥମ ଦିନରେ ଫିଲ୍ମର ବ୍ୟବସାୟ ସାମାନ୍ୟ ମାନ୍ଦା ଥିବାବେଳେ ଶନିବାର...

୧୫ ବର୍ଷ ଧରି ଡେଟ୍‌ କରିଥିଲେ ମଧ୍ୟ ନାଗାର୍ଜୁନଙ୍କୁ ବିବାହ କରି ନ ଥିଲେ ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ଆକ୍କିନେନି ନାଗାର୍ଜୁନ। ଆଜି ତାଙ୍କର ଜନ୍ମଦିନ। ୨୯ ଅଗଷ୍ଟ, ୧୯୫୯ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିବା ନାଗାର୍ଜୁନ ୬୧ବର୍ଷରେ ପାଦ...

Coronavirus Update


Archives

Model This Week

Why Dharitri