ଜାଲ ସାର୍ଟିଫିକେଟ ଦେଇ ୩ ବର୍ଷ ଧରି କରୁଥିଲେ ଚାକିରି: ନକଲି ଡାକ୍ତର ଅଟକ, ପୋଲିସର ମାରାଥନ ଜେରା

ସୁନ୍ଦରଗଡ଼,୧୩।୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ନୂଆଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଚାକିରି କରୁଥିବା ଡା. ପଦ୍ମନାଭ ମୁଖୀ ବାରୁଆ ଏବେ ପୋଲିସ କବ୍ଜାରେ। ତାଙ୍କ ନାମରେ ହୋଇଥିବା ଡାକ୍ତରୀ ସାର୍ଟିଫିକେଟ୍‌ ଜାଲିଆତି ଅଭିଯୋଗ ଉପରେ ତଦନ୍ତ କରାଯିବାପରେ ତାଙ୍କ କାରନାମା ପଦାକୁ ଆସିଛି। ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଆଧାରରେ ଏନେଇ ଅଭିଯୋଗ ହେବା ପରେ ସମ୍ପୃକ୍ତ ଡାକ୍ତରଙ୍କ ସାର୍ଟିଫିକେଟର ବୈଧତା ନେଇ ଜିଲାମୁଖ୍ୟ ଚିକିତ୍ସାଧିକାରୀ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ମତାମତ ଲୋଡ଼ିଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗତ ୨୦୦୨ରେ ଏହି ନାମଧାରୀ କୌଣସି ଛାତ୍ର ଏମ୍‌ବିବିଏସ୍‌ ପାସ୍‌ କରି ନ ଥିବା ରିପୋର୍ଟ ପ୍ରଦାନ କରିବା ପରେ ମଙ୍ଗଳବାର ରାତିରେ ସିଡିଏମ୍‌ଓ ଟାଉନ ଥାନାରେ ଠକେଇ ରିପୋର୍ଟ ନେଇ ଅଭିଯୋଗ କରିଥିଲେ। ବୁଧବାର ଅତିରିକ୍ତ ଏସ୍‌ପି ରବିନାରାୟଣ ବାରିକ ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଟାଉନ ଥାନାରେ ଡାକ୍ତରଙ୍କୁ ଅଟକ ରଖି ମାରାଥନ ଜେରା ଚଳାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ପଦ୍ମନାଭ ଜାଲ ସାର୍ଟିଫିକେଟ ଦେଇ ୩ ବର୍ଷ ଧରି ସରକାରୀ ଡାକ୍ତର ଭାବେ ଚାକିରି ପାଇ ରୋଗୀସେବା କରୁଥିଲେ। ଏନେଇ ନୂଆଗାଁ ଅଞ୍ଚଳବାସୀଙ୍କ ତରଫରୁ ସୁନ୍ଦରଗଡ଼ ଜିଲାପାଳଙ୍କଠାରେ ଅଭିଯୋଗ ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ଡାକ୍ତରୀ ସାର୍ଟିଫିକେଟ ଜାଲ୍‌ ବୋଲି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି। ୨୦୧୬ରେ ଏହି ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ କିଭଳି ତାଙ୍କ ସାର୍ଟିଫିକେଟ ଠିକ୍‌ ଭାବେ ଯାଞ୍ଚ କରାଯାଇନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଅଭିଯୋଗ ହେବା ପରେ ଧରିତ୍ରୀରେ ସେପ୍ଟେମ୍ବର ୨୭ ତାରିଖରେ ଖବର ପ୍ରକାଶ ପାଇବା ପରେ ତତ୍ପରତା ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ନୂଆପଡା ଗସ୍ତରେ ପୋଲିସ ଡିଜି

ନୂଆପଡ଼ା,୭।୧୧(ଡି.ଏନ୍‌.ଏ.): ଦିନିକିଆ ନୂଆପଡା ଗସ୍ତରେ ଯାଇଛନ୍ତିି ପୋଲିସ ଡିଜି ଅଭୟ । ସେଠାରେ ସେ ପହଞ୍ଚି ଜିଲାରେ ଚାଲିଥିବା ମାଓବାଦୀ ଗତିବିଧି ନେଇ ସମୀକ୍ଷା କରିଛନ୍ତି...

ଖୋର୍ଦ୍ଧା ଜେଲ୍‌ରେ ବେଧଡ଼କ ଚାଲିଛି ଧଳା ଜହର କାରବାର: ଭିଡିଓ ଭାଇରାଲ

ଖୋର୍ଦ୍ଧା ଅଫିସ,୬।୬ : ଖୋର୍ଦ୍ଧା ଜେଲ ପାଲଟିଛି ଧଳା ଜହର କାରବାରର ପେଣ୍ଠସ୍ଥଳୀ। ଜେଲ କର୍ତ୍ତୃପକ୍ଷଙ୍କ ଜାଣତରେ ଚାଲିଛି ଏହି କାରବାର। ଏନେଇ ଏକ ଭିଡିଓ...

ସବିତା, ପୂର୍ଣ୍ଣିମା ପାଇବେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର

କେନ୍ଦ୍ରାପଡ଼ା ଅଫିସ, ୨୮।୮: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତ ନିପାଣିଆ ଗ୍ରାମର ସବିତା ଗିରି ଓ ପୂର୍ଣ୍ଣିମା ଗିରି ବିଜୁ ପଟ୍ଟନାୟକ ସାହସିକତା...

ଆବାସ ଯୋଜନାରେ ନାମ ତାଲିକାଭୁକ୍ତ ପାଇଁ ଭିଡ଼

ବନ୍ତ,୧୪ା୨(ସ୍ବ.ପ୍ର./ଡି.ଏନ.ଏ.)-ବନ୍ତ ବ୍ଲକର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ କାନ୍ଥରେ ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଲିକାଭୁକ୍ତ ହୋଇଥିବା ହିତାଧିକାରୀମାନଙ୍କ ନାମ ପ୍ରକାଶ ପାଇଛି। ଏହି...

ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ମହିଳା ଗୁରୁତର

ଖଲ୍ଲିକୋଟ,୬ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଅଞ୍ଚଳରେ ୩ ଦିନ ଧରି ଲଗାଣ ବର୍ଷା ଫଳରେ ଏନ୍‌ଏସି ଅନ୍ତର୍ଗତ ତୋଟାଗାଁର ଭଗବାନ ବାରିକଙ୍କ ଘର କାନ୍ଥ ଭୁଶୁଡ଼ି...

ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ

ସଇଁତଲା,୨୬।୨: ବଲାଙ୍ଗୀର ଜିଲା ସଇଁତଲା ବ୍ଳକ ବଡ଼ମାଳ ଗୋଳାବାରୁଦ କାରଖାନାରେ ଜଣେ ସୁରକ୍ଷା କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ସମ୍ପୃକ୍ତ ସୁରକ୍ଷାକର୍ମୀଙ୍କ ସର୍ଭିସ ବନ୍ଧୁକରୁ...

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ୨୦୧୯-୨୦: ଗ୍ରାମପଞ୍ଚାୟତସ୍ତରୀୟ ତାଲିମ, ଅଭିଯାନ କାର୍ଯ୍ୟକ୍ରମ

କେସିଙ୍ଗା,୨୫।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କୃଷି ଓ କୃଷକ ସଶକ୍ତି ବିଭାଗ ପକ୍ଷରୁ କୀଟନାଶକ ନିରାପଦ ବ୍ୟବହାର ଓ ଗ୍ରାମପଞ୍ଚାୟତସ୍ତରୀୟ ତାଲିମ ଓ ଅଭିଯାନ କାର୍ଯ୍ୟକ୍ରମ ଲଇତରା...

୧୦ କିମି ଷ୍ଟ୍ରେଚରରେ ବୁହାହେଲେ ରୋଗୀ

ରାୟଗଡ଼ା ଅଫିସ, ୨।୩: ଖରାପ ରାସ୍ତା ଯୋଗୁ ୧୦ କି.ମି ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆସି ମେଡିକାଲରେ ଭର୍ତ୍ତି ହେଲେ ରୋଗୀ। ଏହିଭଳି...

Advertisement
Archives

Model This Week