ଜାରି ରହିବ ବ୍ୟାଙ୍କ ସେବା

ନୂଆଦିଲ୍ଲୀ,୧୬ା୪: ଲକ୍‌ଡାଉନ ଅବଧି ଏବେ ମେ ୩ ତାରିଖକୁ ବୃଦ୍ଧି ହୋଇଥିବା ବେଳେ ପୂର୍ବଭଳି ବ୍ୟାଙ୍କ ଏବଂ ବୀମା ସେବା ଜାରି ରହିବ। ଲୋକଙ୍କ ଆର୍ଥତ୍କ ଆବଶ୍ୟକତାକୁ ବିଚାର କରି ଏହି ସେବାଗୁଡିକ ଜାରି ରହିବ ବୋଲି ସରକାର ବୁଧବାର କହିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଲାଗି ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଲୋକଙ୍କ ଅସୁବିଧାକୁ ଦୂରକରିବା ଲାଗି ସରକାର ଆଉ କିଛି ଅତିରିକ୍ତ କ୍ଷେତ୍ରକୁ କାର୍ଯ୍ୟ ପରିଚାଳନା ଲାଗି ଅନୁମତି ପ୍ରଦାନ କରିଛନ୍ତି। ଅନୁପାଳନ ନିୟମ କଡ଼ାକଡି ଭାବେ ପାଳନ କରିବା ଲାଗି ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଜିଲା ପ୍ରଶାସନକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିିଛି। ପରିବର୍ତ୍ତିତ ଗାଇଡଲାଇନ ମୁତାବକ ବ୍ୟାଙ୍କିଙ୍ଗ ସେବା ଲାଗି ଆଇଟି ଭେଣ୍ଡର, ବ୍ୟାଙ୍କିଙ୍ଗ କରେସପଣ୍ଡେଣ୍ଟ, ଏଟିଏମ୍‌ ପରିଚାଳନା ଏବଂ କ୍ୟାଶ ପରିଚାଳନା ଏଜେନ୍ସିଗୁଡିକ ମଧ୍ୟ କାମ କରିପାରିବେ।
ସାଧାରଣ କାର୍ଯ୍ୟ ସମୟ ଅନୁସାରେ ବ୍ୟାଙ୍କଗୁଡିକ କାମ କରିବେ। ଲୋକଙ୍କ ନିକଟକୁ ପ୍ରତ୍ୟକ୍ଷ ଟଙ୍କା ହସ୍ତାନ୍ତର ବା ଡିବିଟି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ବ୍ୟାଙ୍କଗୁଡିକ ଏଭଳି କାମ କରିବେ। ବ୍ୟାଙ୍କଶାଖାରେ ସାମାଜିକ ଦୂରତ୍ୱ ରକ୍ଷା ସହ ନିରାପତ୍ତା କର୍ମଚାରୀ ଯୋଗାଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ରିଜର୍ଭ ବ୍ୟାଙ୍କ, ବିଭିନ୍ନ ବ୍ୟାଙ୍କ ଶାଖା, ଏଟିଏମ୍‌, କ୍ୟାପିଟାଲ ମାର୍କେଟ ଏବଂ ଡେଟ୍‌ ମାର୍କେଟ ମଧ୍ୟ ଏହି ସୟମରେ ପରିଚାଳିତ ହୋଇ ପାରିବ। ଦେଶର ଶିଳ୍ପ କ୍ଷେତ୍ରକୁ ଯେଭଳି ପୁଞ୍ଜି ଯୋଗାଣ ସୁଗମ ହୋଇପାରିବ ସେ ଦିଗରେ ଅଂଶୀଦାରମାନେ ଯୋଗଦାନ ରଖିବାର ଆବଶ୍ୟକତା ରହିଛି ବୋଲିି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। କାର୍ଯ୍ୟକ୍ଷେତ୍ରରେ ସାମାଜିକ ଦୂରତ୍ୱକୁ କଡାକଡି ଭାବେ ପାଳନ କରିବା ସହ ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ କରିବା ଲାଗି କୁହାଯାଇଛି।
ଡିଜିଟାଲ ଅର୍ଥ ବ୍ୟବସ୍ଥାକୁ ଚଳାଇବା ଲାଗି ଇ-କମର୍ସ, ଆଇଟି ଏବଂ ଆଇଟି ଭିତ୍ତିକ ସେବା, ଜରୁରିକାଳୀନ ସେବା ଲାଗି ଡାଟା ଏବଂ କଲ୍‌ ସେଣ୍ଟର ପରିଚାଳନାକୁ ମଧ୍ୟ ଅନୁମତି ଦିଆଯାଇଛି। ଅନଲାଇନ ଶିକ୍ଷାଦାନ ଏବଂ ଡିଷ୍ଟାନ୍ସ ଲର୍ନିଂକୁ ମଧ୍ୟ ଅନୁମତି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?