Posted inଜାତୀୟ

ଜାମିନ୍‌ ମିଳିବାର ଦିନକ ପରେ ମୋଦି ସରକାରଙ୍କୁ ଘେରିଲେ ଚିଦାମ୍ବରମ୍‌: ଦେଶର ଜିଡ଼ିପି ୪.୫ ନୁହେଁ ୧.୫ ପ୍ରତିଶତ

ନୂଆଦିଲ୍ଲୀ,୫।୧୨: ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ଜାମିନ୍‌ ମିଳିବାର ଗୋଟିଏ ଦିନ ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିଛନ୍ତି। ଦେଶର ଅର୍ଥବ୍ୟବସ୍ଥା ନେଇ ସେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଜିଡ଼ିପି ନେଇ ସରକାର ଲୋକଙ୍କୁ ଭୁଆଁ ବୁଲାଉଥିବା ଚିଦାମ୍ବରମ୍‌ ଅଭିଯୋଗ କରିଛନ୍ତି। ଦେଶର ଜିଡ଼ିପି ୧.୫ ପ୍ରତିଶତ ରହିଥିବାବେଳେ ସରକାର ଏହାକୁ ବଢ଼ାଇ ଚଢ଼ାଇ ୪.୫ ପ୍ରତିଶତ କହୁଥିବା ଚିଦାମ୍ବରମ୍‌ କହିଛନ୍ତି। ମୋଦି ସରକାର ଲୋକଙ୍କ ପ୍ରତିବାଦକୁ ବାହୁବଳ ଦ୍ୱାରା ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି। ଫଳରେ ବହୁ ଲୋକଙ୍କ ମନର କଥା ଲୋକଲୋଚନକୁ ଆସିପାରୁ ନାହିଁ। ଏବେ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ହେବାରେ ଲାଗିଛି। ଫଳରେ ଲୋକଙ୍କ ଜୀବନଧାରଣ ଅତିଶୟ କଷ୍ଟକର ହୋଇପଡ଼ିିଥିବା ସେ କହିଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ୧୪ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରିଥିବାବେଳେ ଭାଜପା ସରକାର କୋଟିକୋଟି ଲୋକଙ୍କୁ ପୁଣି ଗରିବ କରିଛନ୍ତି। ଲୋକଙ୍କ ପାଖରେ କିଣିବା କ୍ଷମତା ହ୍ରାସ ପାଉଥିବା ଚିଦାମ୍ବରମ୍‌ ଅଭିଯୋଗ କରିଛନ୍ତି। ସରକାରଙ୍କ ଅଦୂରଦର୍ଶୀ ଯୋଜନା ଯୋଗୁ ବହୁ ଶିଳ୍ପ ସଂସ୍ଥାରେ ଛଟେଇ ଲାଗି ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ରୋହୀ ନେତାଙ୍କ ପ୍ରତି କଂଗ୍ରେସ ସାବଧାନ, ସଦସ୍ୟତା ପତ୍ରରେ ସତ୍ୟପାଠ ସାମିଲ…

ନୂଆଦିଲ୍ଲୀ,୨୫।୧୦: ଦଳରେ ବଢୁଥିବା ବିଦ୍ରେରାହୀ ନେତାଙ୍କୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଏଭଳି ନେତାଙ୍କ ପ୍ରତି ସାବଧାନ ରହିବା ଲାଗି...

ରକ୍ଷାବନ୍ଧନରେ ଉତ୍ତର-ପୂର୍ବ ଭଉଣୀମାନଙ୍କୁ ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମଣିପୁରକୁ ଏକ ନୂତନ ଉପହାର ଦେଇଛନ୍ତି। ପ୍ରତି ଘରକୁ ଜଳ ଯୋଗାଣ ମିଶନ ଆଧାରରେ ମୋଦି ଭିଡିଓ କନ୍‌ଫରେନ୍ସିଂ...

ଗାଜିଆବାଦ-ନଏଡାରେ ଶସ୍ତା ହେଲା ପେଟ୍ରୋଲ, ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି…

ନୂଆଦିଲ୍ଲୀ, ୨୩।୪: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ଆଜି କୌଣସି ପରିବର୍ତ୍ତନ ହୋଇନାହିଁ। ଓ୍ବେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ୍‌ ଅଶୋଧିତ ତେଲ ବ୍ୟାରେଲ ପିଛା ୭୭.୮୭...

‘ମୁଁ ଭିକ ମାଗିବି ନାହିଁ’, ଯାହା ଦଣ୍ଡ ଦେବାର ଅଛି ଦିଅ: ୟାସିନ ମଲିକ

ନୂଆଦିଲ୍ଲୀ,୨୫ ।୫: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କ ସଜା ଉପରେ ବୁଧବାର ଶୁଣାଣି ହେବ । ଏନଆଇଏର ବିଶେଷ କୋର୍ଟରେ ଏହାର ସଜା ସ୍ଥିର...

ଥରୁରଙ୍କ ବିବାଦୀୟ ଟୁଇଟ

ନୂଆଦିଲ୍ଲୀ,୧୯ ।୨: ଦେଶରେ ଚାଲିଥିବା ହିଜାବ ବିବାଦକୁ ନେଇ ପାକିସ୍ତାନ ଏଜେଣ୍ଟଙ୍କ ଟୁଇଟକୁ ରି ଟୁଇଟ କରି ଏବେ ଅଡୁଆରେ ଫସି ଯାଇଛନ୍ତି କଂଗ୍ରେସର ବରିଷ୍ଠ...

କେନ୍ଦ୍ରୀୟ ଯୋଜନାର ଅର୍ଥ ହେରଫେର କରୁଛନ୍ତି ମମତା ସରକାର…

ନୂଆଦିଲ୍ଲୀ, ୬।୮ : ପଶ୍ଚିମବଙ୍ଗର ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟ ଯୋଜନା ଅନ୍ତର୍ଗତ ଗ୍ରହଣ କରାଯାଇଥିବା ଅର୍ଥର ଅପବ୍ୟବହାର ଏବଂ ହେରଫେର ହୋଇଥିବା ଅଭିଯୋଗ...

କେରଳରୁ ୮ ପଳାତକଙ୍କ ପଳାୟନ, ଇଣ୍ଟରପୋଲ ରେଡ କର୍ନର ନୋଟିସ ଜାରି ସତ୍ତ୍ୱେ ଯାଞ୍ଚ ଏଜେନ୍ସି ବିଫଳ…

ନୂଆଦିଲ୍ଲୀ,୮।୨ : ତିନି ଜଣ ଆତଙ୍କବାଦୀ ଏବଂ ଜଣେ ମହିଳାଙ୍କ ସମେତ ଆଠ ଜଣ ପଳାତକ କେରଳରୁ ପଳାୟନ କରିଛନ୍ତି। ଇଣ୍ଟରପୋଲ ସେମାନଙ୍କୁ ଧରିବା ରେଡ...

ହିନ୍ଦୁ-ମୁସଲମାନ୍‌ କଲେ କିଡ୍‌ନୀ ଅଦଳବଦଳ

ନୂଆଦିଲ୍ଲୀ,୫।୩: ଦେଶରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବାଦବିବାଦ ଜାରି ରହିଥିବା ବେଳେ କଶ୍ମୀରର ଜଣେ ମୁସଲମାନ୍‌ ଝିଅ ଏବଂ ହରିୟାଣାର ଜଣେ ହିନ୍ଦୁ ଝିଅ ପରସ୍ପର...

Advertisement
Archives

Model This Week