ଜାନୁୟାରୀ ୨୦ରୁ ଭୁବନେଶ୍ୱର-ସୁରଟ ବିମାନ ସେବା

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ): ଆସନ୍ତା ବର୍ଷ ଜାନୁଆରୀ ୨୦ରୁ ଭୁବନେଶ୍ୱର-ସୁରଟ ମଧ୍ୟରେ ଏୟାର ଇଣ୍ଡିଆ ନୂଆ ବିମାନ ଚଳାଚଳ କରିବ। ଏ ନେଇ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଟୁଇଟ କରି ସୂଚନା ଦେଇଛନ୍ତି। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ତାଙ୍କୁ ସୂଚନା ଦେଇଥିବା ନେଇ ଏକ ଚିଠିର ଫଟୋ ସହ ଉଲ୍ଲେଖ କରିଛନ୍ତି। ଏହି ବିମାନ ସପ୍ତାହକୁ ଦୁଇଥର ଭୁବନେଶ୍ୱରରୁ ସୁରଟ ଓ ବେଙ୍ଗାଲୁରୁକୁ ଚଳାଚଳ କରିବ। ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ସୁରଟ ସକାଳ ୮.୪୦ରେ ଛାଡ଼ି ସୁରଟରେ ସକାଳ ୧୦.୪୦ରେ ପହଞ୍ଚତ୍ବ। ସେହିପରି ଶୁକ୍ରବାର ଓ ରବିବାର ସୁରଟରୁ ପୂର୍ବାହ୍ନ ୮.୩୦ରେ ଉଡାଣ ଭରି ଭୁବନେଶ୍ୱରରେ ୧୦.୩୦ରେ ପହଞ୍ଚତ୍ବ। ସୂଚନାଯୋଗ୍ୟ, ଏହି ବିମାନ ସୋମବାର ଓ ଗୁରୁବାର ବେଙ୍ଗାଲୁରୁଠାରୁ ଭୁବନେଶ୍ୱର ଓ ଏଠାରୁ ସୁରଟକୁ ଚଳାଚଳ କରିବ। ଶୁକ୍ରବାର ଓ ରବିବାର ବେଙ୍ଗାଲୁରୁଠାରୁ ଏହି ବିମାନ ସୁରଟକୁ ଯିବ ଓ ସେଠାରୁ ଭୁବନେଶ୍ୱରକୁ ଆସିବ। ଅର୍ଥାତ୍‌ ଏହି ବିମାନ ବେଙ୍ଗାଲୁରୁ-ସୁରଟ ମଧ୍ୟରେ ଭାୟା ଭୁବନେଶ୍ୱର ହୋଇ ଚଳାଚଳ କରିବ।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୨ ଆକ୍ରାନ୍ତ, କେନ୍ଦ୍ରାପଡ଼ାର ସର୍ବାଧିକ

ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ ଆଉ ୧୧୨ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୧,୭୧୬ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କୁ ଅପହରଣ

ସମ୍ବଲପୁର,୧୦ା୭(ବ୍ୟୁରୋ)-ସମ୍ବଲପୁର ଜିଲା ଶାସନ ଥାନା ଅଧୀନ ବାଇପାସ୍‌ ରାସ୍ତାରେ ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ବନ୍ଧୁକ ଦେଖାଇ ଜଣେ ବ୍ୟବସାୟୀଙ୍କୁ କେତେକ ଅଚିହ୍ନା ଯୁବକ ଉଠାଇ ନେଇଛନ୍ତି।...

କେଟିଲ୍‌ରେ ଜଗନ୍ନାଥଙ୍କ ଚିତ୍ର

ଭୁବନେଶ୍ୱର,୧୧।୬ (ବ୍ୟୁରୋ): ଜଗନ୍ନାଥଙ୍କ ଚିତ୍ରଥିବା ଏକ କେଟିଲ୍‌ ବିକ୍ରିକୁ ନେଇ ଅଡ଼ୁଆରେ ପଡ଼ିଛି ଦେଶର ଆଗଧାଡ଼ିରେ ଥିବା ଅନ୍ୟତମ ଇ-କମର୍ସ ସଂସ୍ଥା ‘ଫ୍ଲିପ୍‌କାର୍ଟ’। ଫ୍ଲିପ୍‌କାର୍ଟର ହୋମ୍‌...

ଅନ୍‌ଲାଇନ୍‌ରେ ଶମ୍ବର ଶିଙ୍ଗ ବିକ୍ରି, ଜଣେ ଗିରଫ

ଭୁବନେଶ୍ୱର, ୩ା୧୨(ବ୍ୟୁରୋ): ଅନ୍‌ଲାଇନ୍‌ରେ ଶମ୍ବର ଶିଙ୍ଗ ବିକ୍ରି କରୁଥିବା ଜଣେ ଯୁବକକୁ ଗିରଫ କରିଛି ଓ୍ବାଇଲ୍ଡ ଲାଇଫ୍‌ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଲ୍ୟୁସିସିବି)। ଗିରଫ ଯୁବକ...

ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି: ଅଖିଆ ଫେରିଲେ ୧୨୯ ଛାତ୍ରୀଛାତ୍ର

ଜୟପୁର, ୧୮।୮(ଡି.ଏନ.ଏ ): କୋରାପୁଟ ଜିଲା ଜୟପୁର ବ୍ଲକ ଏକମ୍ବା ପଞ୍ଚାୟତ ଅଧୀନ ଚିକିମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନଭୋଜନ ଭାତରୁ ଶନିବାର ଏକ ଝିଟିପିଟି...

ଗୋଟିଏ ଦିନରେ ୧୧୯୭ କରୋନା ଟେଷ୍ଟ: ସବୁ ରିପୋର୍ଟ ନେଗେଟିଭ୍‌

ଭୁବନେଶ୍ୱର,୧୬।୪(ବ୍ୟୁରୋ): ସାରା ଦେଶରେ କରୋନା ଭାଇରସ୍‌ କାୟା ମେଲାଇ ଚାଲିଛି। ରାଜ୍ୟରେ ମଧ୍ୟ ଏହାର ପ୍ରକୋପ ଜାରି ରହିଛି। ଇତିମଧ୍ୟରେ ବୁଧବାର ଏକ ଖୁସି ଖବର...

ଗଞ୍ଜାମ ଜିଲାରେ ପାସ୍‌ ହାର ୮୪.୨୦ ପ୍ରତିଶତ

ବ୍ରହ୍ମପୁର ଅଫିସ,୨୦ା୮- ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ଗଞ୍ଜାମ ଜିଲା ରାଜ୍ୟସ୍ତରରେ ଉତ୍କର୍ଷତା ହାସଲ କରିଛି। ୯୦ ପ୍ରତିଶତରୁ...

ଋଣ କରାଇ ଦେବା ନାଁରେ ଠକେଇ, ୨ ଗିରଫ

ରାଇରଙ୍ଗପୁର,୧୨ା୬(ଡି.ଏନ୍‌.ଏ.)- ଋଣ କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ବୁଧବାର ୨ ଯୁବକଙ୍କୁ ଗିରଫ କରି କୋର୍ଟ...

Coronavirus Update

Archives

Model This Week

Why Dharitri