Posted inଖେଳ

ଜାନୁୟାରୀରେ ଭାରତ ଗସ୍ତରେ ଆସିବ ଶ୍ରୀଲଙ୍କା

ନୂଆଦିଲ୍ଲୀ,୨୫।୯(ପିଟି): ଆସନ୍ତା ବର୍ଷ ଜାନୁୟାରୀରେ ଭାରତ ଗସ୍ତରେ ଜିମ୍ବାଓ୍ବେ ଦଳ ଆସିବାର ଥିଲା। କିନ୍ତୁ ଜିମ୍ବାଓ୍ବେ କ୍ରିକେଟ ବୋର୍ଡ ବାସନ୍ଦ ଥିବାରୁ ଏହି ଦଳ ସ୍ଥାନରେ ଶ୍ରୀଲଙ୍କା, ଭାରତ ଗସ୍ତରେ ଆସିବ। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ଏହି ଗସ୍ତରେ ୩ଟି ଟି୨୦ ଗୁଆହାଟୀ, ଇନ୍ଦୋର ଓ ପୁଣେଠାରେ ଯଥାକ୍ରମେ ୫, ୭ ଓ ୧୦ ତାରିଖରେ ଖେଳାଯିବ। ଭେନ୍ୟୁ ଓ ତାରିଖ ପୂର୍ବଭଳି ଅପରିବର୍ତ୍ତିତ ରହିଛି। ଜିମ୍ବାଓ୍ବେର ବାସନ୍ଦାଦେଶ ଯୋଗୁ ବିସିସିଆଇ ଶ୍ରୀଲଙ୍କା ଦଳକୁ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରଥିଲା। ଏହାକୁ ଶ୍ରୀଲଙ୍କା କ୍ରିକେଟ ଗ୍ରହଣ କରିନେଇଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଗତ ଜୁଲାଇରେ ଲଣ୍ଡନଠାରେ କାଉନ୍ସିଲ ବୈଠକ ପରେ ଜିମ୍ବାଓ୍ବେ କ୍ରିକେଟକୁ ବାସନ୍ଦ କରାଯାଇଛି। ଫଳରେ ଆଇସିସିଠାରୁ ଜିମ୍ବାଓ୍ବେ କ୍ରିକେଟକୁ ମିଳୁଥିବା ଆର୍ଥିକ ସହାୟତା ବନ୍ଦ ହୋଇଯାଇଛି। ବାସନ୍ଦ ହେବାରୁ ଦଳ କୌଣସି ପୁରୁଷ କିମ୍ବା ମହିଳା ବିଭାଗର ଆଇସିସି ଇଭେଣ୍ଟରେ ଅଂଶଗ୍ରହଣ କରିପାରିବ ନାହିଁ। ବାସନ୍ଦ ରହିବା ସତ୍ତ୍ୱେ ନିକଟରେ ବାଂଲାଦେଶରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ରେ ଜିମ୍ବାଓ୍ବେ ଭାଗ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରଣଜୀ ଟ୍ରଫି ବିବାଦ, ୧.୭୪ କୋଟି ଟଙ୍କାର ଖାଦ୍ୟ ଖାଇଛନ୍ତି ଉତ୍ତରାଖଣ୍ଡ କ୍ରିକେଟର, କଦଳୀ କିଣାରେ ୩୫ ଲକ୍ଷ ଖର୍ଚ୍ଚ…

ଡେରାଡୁନ୍‌, ୧୧।୬ : ଭାରତୀୟ କ୍ରିକେଟ ପ୍ରାୟତଃ ବିବାଦ ମଧ୍ୟରେ ଘେରି ରହିଥାଏ। ପ୍ରତ୍ୟେକ ସିଜିନରେ, ପଡ଼ିଆରୁ ବାହାର ପର୍ଯ୍ୟନ୍ତ କିଛି ନ ାକିଛି ବିବାଦ...

ମୁଁ ପାକିସ୍ତାନ ଦଳର ମା’ ନୁହେଁ: ସାନିଆ

ଲଣ୍ଡନ, ୧୮।୬:ଭାରତୀୟ ଦଳ ବିଶ୍ୱକପ୍‌ ଇତିହାସରେ ପାକିସ୍ତାନ ଦଳ ବିପକ୍ଷରେ ତା’ର ଅପରାଜେୟ ଧାରା ଜାରି ରଖିବାରେ ସକ୍ଷମ ହୋଇଛି। ଏଭଳି ହାଇଭୋଲ୍ଟେଜ ମ୍ୟାଚ୍‌ ପୂର୍ବରୁ...

ଓ୍ବିମ୍ବେଲଡନରେ ପ୍ରଥମ

ଲଣ୍ଡନ, ୧୦ା୭ (ଏଏଫ୍‌ପି)- ଓ୍ବିମ୍ବେଲଡନର ପ୍ରଥମ ୧୨-୧୨ ଫାଇନାଲ ସେଟ୍‌ ଟାଇବ୍ରେକ୍‌ ଚଳିତ ସଂସ୍କରଣରେ ଦେଖିବାକୁ ମିଳିଛି। ମଙ୍ଗଳବାର ହେନ୍‌ରି କୋଣ୍ଟିନେନ୍‌ ଓ ଜନ୍‌ ପିଅର୍ସ...

ଏନ୍‌ସିଏ ମୁଖ୍ୟ ପଦବୀ ପାଇଁ ପୁଣି ଆବେଦନ କଲେ ଦ୍ରାବିଡ

ବେଙ୍ଗାଲୁରୁ,୧୯।୮: ଭାରତୀୟ କ୍ରିକେଟଜଗତରେ ରାହୁଲ ଦ୍ରାବିଡ଼ ଅନ୍ୟତମ ସମ୍ମାନିତ ଖେଳାଳି। ସେ ଜଣେ ସକ୍ରିୟ କ୍ରିକେଟର ହିସାବରେ ତ କେବେ କୋଚିଂ କ୍ୟାରିୟରକୁ ନେଇ ଚର୍ଚ୍ଚାରେ...

ଅପାଠୁଆ କ୍ରିକେଟର୍ସଙ୍କ ପାଠୁଆ ସ୍ତ୍ରୀ

ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ଖେଳ ମାଧ୍ୟମରେ ସାରା ବିଶ୍ୱରେ ନାଁ କମାଇଛନ୍ତି। ଖେଳରେ ପ୍ରଭାବ ବିସ୍ତାର କରିଥିବା ଖେଳାଳିଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଶୁଣିଲେ...

ଭାରତ ଟୁର୍ନାମେଣ୍ଟରୁ ବାଦ୍‌ ପଡିବା ପରେ ସେହ୍ବାଗ ଛାଡିଲେ ଏମିତି ଫଟୋ, ହସି ହସି ଗଡିଲେ ୟୁଜର୍ସ

ନୂଆଦିଲ୍ଲୀ,୮।୧୧: ଭାରତୀୟ କ୍ରିକେଟ ଦଳ ଆଇସିସି ଟି -୨୦ ବିଶ୍ୱକପରୁ ବାଦ ପଡିଛି। ରବିବାର ଆଫଗାନିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିବାରେ...

ବ୍ରିସ୍‌ବେନ୍‌ ଟେଷ୍ଟ : କ୍ୱାରାଣ୍ଟାଇନ୍‌ ନିୟମ କୋହଳ ପାଇଁ ବିସିସିଆଇର ଚିଠି

ନୂଆଦିଲ୍ଲୀ, ୮ା୧ (ପି.ଟି.)-ଚତୁର୍ଥ ଟେଷ୍ଟ ପୂର୍ବରୁ ବ୍ରିସ୍‌ବେନର କଠୋର କ୍ୱାରାଣ୍ଟାଇନ୍‌ ପ୍ରୋଟୋକଲକୁ କୋହଳ କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରିକେଟ ଅଷ୍ଟ୍ରେଲିଆ...

ଆଇପିଏଲ୍‌-୧୪: ଗୁରୁ- ଶିଷ୍ୟ ଲଢ଼େଇ

ମୁମ୍ବାଇ,୧୦।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚ୍‌ରେ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ...

Advertisement
Archives

Model This Week