Posted inଖେଳ

ଜାତୀୟ ସିନିୟର ୫-ଏ-ସାଇଡ୍‌ ହକି: ହରିୟାଣା ଚାମ୍ପିୟନ

ଭୁବନେଶ୍ୱର, ୨୭।୯(କ୍ରୀଡ଼ା ପ୍ରତିନିଧି)- କାନପୁରର ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ୫-ଏ-ସାଇଡ୍‌ ହକି (ମିଳିତ ମହିଳା-ପୁରୁଷ) ପ୍ରଦର୍ଶନୀ ଟୁର୍ନାମେଣ୍ଟର ସେମିଫାଇନାଲରେ ଓଡ଼ିଶା ପରାଜିତ ହୋଇଛି। ଫାଇନାଲରେ ଉତ୍ତରପ୍ରଦେଶକୁ ୫-୪ ଗୋଲରେ ହରାଇ ହରିୟାଣା ଚାମ୍ପିୟନ ହୋଇଛି।
ପ୍ରଥମ ସେମିଫାଇନାଲରେ ହରିୟାଣା ନିକଟରୁ ଓଡ଼ିଶା ୩-୬ ଗୋଲରେ ହାରି ଯାଇଥିଲା। ହରିୟାଣା ପକ୍ଷରୁ ଅନୁ ୧ ଓ ୩, ପ୍ରଦୀପ ମୋର ୪, ୧୪ ଏବଂ ଅଧିନାୟକ ମନଦୀପ ଆଣ୍ଟିଲ ୧୭ ଓ ୧୮ତମ ମିନିଟରେ ୨ଟି ଲେଖାଏ ଗୋଲ ଦେଇଥିଲେ। ଓଡ଼ିଶା ପକ୍ଷରୁ ସୁଶୀଲ ଧନଓ୍ବାର ୧୦, ଆଲବର୍ଟ ଟେଟେ ୧୩ ଓ ପ୍ରସାଦ କୁଜୁର ୧୮ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ପରିଶୋଧ କରିଥିଲେ। ଦ୍ୱିତୀୟ ସେମିଫାଇନାଲରେ ଉତ୍ତର ପ୍ରଦେଶ ୮-୪ ଗୋଲରେ କର୍ନାଟକକୁ ହରାଇ ଦେଇଥିଲା। ଫାଇନାଲଟି ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମାର୍ଦ୍ଧରେ ୪ଟି ଗୋଲ ଦେଇ ହରିୟାଣା ଡ୍ରାଇଭର ସିଟ୍‌ରେ ବସିଥିଲେ ହେଁ ଉତ୍ତର ପ୍ରଦେଶ ଦ୍ୱିତୀୟାର୍ଦ୍ଧରେ ଚମତ୍କାର ପ୍ରଦର୍ଶନ କରି ମ୍ୟାଚକୁ ରୋମାଞ୍ଚକ କରିଥିଲା। ମାତ୍ର ଶେଷରେ ଗୋଟିଏ ଗୋଲ ବ୍ୟବଧାନରେ ବାଜି ମାରିଥିଲା ହରିୟାଣା। ହରିୟାଣା ପକ୍ଷରୁ ପ୍ରଦୀପ ମୋର(୨,୧୮), ଦୀପିକା (୭, ୮) ଓ ମନଦୀପ (୪) ଏବଂ ଉତ୍ତର ପ୍ରଦେଶ ପକ୍ଷରୁ ରାଜ କୁମାର ପାଲ(୧୨, ୧୩, ୧୭) ଏବଂ ଅଧିନାୟକ ମହମ୍ମଦ ଅମିର ଖାଁ (୧୯୦ ଗୋଲ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅହମ୍ମଦାବାଦରେ ହେବ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌

ନୂଆଦିଲ୍ଲୀ,୧୮।୫(ପି.ଟି.)- ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଅନ୍ତର୍ଜାତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟର ଦ୍ୱିତୀୟ ସଂସ୍କରଣ ଅହମ୍ମଦାବାଦସ୍ଥିତ ଟ୍ରାନ୍ସଷ୍ଟାଡିୟା ଏରିନାଠାରେ ଜୁଲାଇ ୭ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।...

ଇତିହାସ ରଚିଲେ ମନ୍ଧାନା

ସିଡନୀ,୧।୯: ଅଷ୍ଟ୍ରେଲିଆ ବିପକ୍ଷ ଡେ’ ନାଇଟ ଟେଷ୍ଟରେ ଶତକ ହାସଲ କରି ଭାରତର ଓପନର୍‌ ସ୍ମୃତି ମନ୍ଧାନା ଇତିହାସ ସୃଷ୍ଟି କରିଛନ୍ତି। ସେ ଡେ’ ନାଇଟ...

ପରାଜୟ ସହ ଓଡ଼ିଶାର ଆଶା ଧୂଳିସାତ୍‌

ଭୁବନେଶ୍ୱର, ୧୮ା୨(କ୍ରୀଡ଼ା ପ୍ରତିନିଧି): ଚଳିତ ସନ୍ତୋଷ ଟ୍ରଫିର ଅନ୍ତିମ ରାଉଣ୍ଡରେ ଏକାଧିକ ସୁଯୋଗର ହାତଛଡ଼ା ଏବଂ ଫିନିଶିଂ ଅଭାବ ଓଡ଼ିଶା ପାଇଁ ମହଙ୍ଗା ପଡ଼ିଛି। ଶୁକ୍ରବାର...

ଆଇପିଏଲ୍‌ ପୂର୍ବରୁ ଜୀବନର ନୂଆ ଇନିଂସ ଆରମ୍ଭ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୯।୩: ଅଷ୍ଟ୍ରେଲିୟ ଷ୍ଟାର ଅଲରାଉଣ୍ଡର ଗ୍ଲେନ୍‌ ମାକ୍ସଓ୍ବେଲ ତାଙ୍କ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଏକ ବ୍ୟକ୍ତିଗତ ସମାରୋହରେ ଭାରତୀୟ ମୂଳ...

ହାଇ ସ୍କୋରିଂ ମ୍ୟାଚ୍‌ରେ ବାଜିମାରିଲା ଦିଲ୍ଲୀ

ମୁମ୍ବାଇ,୫।୫: ସ୍ଥାନୀୟ ବ୍ରାବୋର୍ନ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଏକ ହାଇ ସ୍କୋରିଂ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୨୧ ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ହରାଇ ଦେଇଛି। ଓପନର...

ଏଲନ ମସ୍କଙ୍କୁ ଟୁଇଟ୍‌ ଯୋଗେ ସହାୟତା ମାଗିଲେ ଅଶ୍ୱିନ

ନୂଆଦିଲ୍ଲୀ,୧୫।୩: ନିକଟରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିର ହିରୋ ଥିବା ଆର ଅଶ୍ୱିନଙ୍କୁ ଟୁଇଟର୍‌ରେ କିଛିଟା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ଟୁଇଟରରେ ଅଶ୍ୱିନ ବହୁତ...

ଐତିହାସିକ ପିଙ୍କ୍‌ ବଲ୍‌ ଟେଷ୍ଟ; ଭାରତ ଫେଭରାଇଟ୍‌

କୋଲକାତା,୨୧।୧୧(ପି.ଟି.)- ଐତିହାସିକ ଇଡେନ ଗାର୍ଡେନରେ ଶୁକ୍ରବାରଠାରୁ ଭାରତ ଓ ଭ୍ରମଣକାରୀ ବାଂଲାଦେଶ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଦିବାରାତ୍ର ଟେଷ୍ଟ। ଗୋଲାପୀ ବା ପିଙ୍କ୍‌...

ଜିଟିର ସହଜ ବିଜୟ…

ମୁମ୍ବାଇ, ୩୦।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୪୩ ତମ ମ୍ୟାଚ୍‌ରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷରେ ଗୁଜରାଟ ଟାଇଟନ୍ସ(ଜିଟି) ବିଜୟୀ ହୋଇଛି।...

Advertisement
Archives

Model This Week