ଜାତୀୟ ଷ୍ଟ୍ରିଟ୍‌ ଫୁଡ୍‌ ଫେଷ୍ଟିଭାଲରେ ବାବୁଲା ଦହିବରା ପୁରସ୍କୃତ

କଟକ ଅଫିସ,୧୮ା୧: ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ୧୧ତମ ଜାତୀୟ ଷ୍ଟ୍ରିଟ୍‌ ଫୁଡ୍‌ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ଦେଉଳସାହିର ପ୍ରଦୀପ୍ତ କୁମାର ସାହୁ ଓରଫ ବାବୁଲାଙ୍କ ଦହିବରା ଷ୍ଟଲ୍‌ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି। ଏଥିପାଇଁ ଉକ୍ତ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆୟୋଜକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଛି। ଦହିବରା ପାଇଁ ପ୍ରସିଦ୍ଧ କଟକ ସହର ପୁର୍ନବାର ଜାତୀୟ ସ୍ତରରେ ଆଉ ଏକ ନିଆରା ରେକର୍ଡ ସୃଷ୍ଟି କରିଛି।
ଏହି ଫେଷ୍ଟିଭାଲରେ ଦେଶର ସମସ୍ତ ରାଜ୍ୟରୁ ୨୫୦ ଭେରାଇଟିର ଖାଦ୍ୟ ଷ୍ଟଲ ପଡ଼ିଥିଲା, ଯେଉଁଥିରେ ଓଡ଼ିଶାର ରହିଥିଲା ମାତ୍ର ଦୁଇଟି ଷ୍ଟଲ। ବାବୁଲା ଦହିବରା ଷ୍ଟଲ ପକାଇଥିବା ବେଳେ ଆଉ ଏକ ମିଠା ଷ୍ଟଲ ଥିଲା। ବାବୁଲାଙ୍କ ଦହିବରାର ଭିଡ଼ିଓ ୟୁ-ଟ୍ୟୁବରେ ଭାଇରାଲ ହୋଇଥିବାରୁ ଫେଷ୍ଟିଭାଲ ଆୟୋଜକ ଫୋନ୍‌ ଯୋଗେ ତାଙ୍କ ସହ ଯୋଗାଯୋଗ କରିଥିଲେ। ପରେ ନୂଆଦିଲ୍ଲୀରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଭାଗ ନେବାକୁ କହିଥିଲେ। ଦହିବରା, ଘୁଗୁନି ଓ ଆଳୁଦମ୍‌ ପରଷି ବାବୁଲା ରାଜ୍ୟ ପାଇଁ ଏହି ଗୌରବ ଆଣିଛନ୍ତି। ସେଠାରେ ଖାଦ୍ୟ ତିଆରି କରିବା ଓ ପରଷିବା କ୍ଷେତ୍ରରେ ପରିଷ୍କାର ପ୍ରତି ବିଶେଷ ଧ୍ୟାନ ଦିଆଯାଉଥିଲା। ଏପରିକି ସିସିଟିଭି କ୍ୟାମେରାରେ ସମସ୍ତ କାର୍ଯ୍ୟକୁ ଆୟୋଜକ ନଜର ରଖୁଥିଲେ ବୋଲି ବାବୁଲା କହିଛନ୍ତି। ସୂଚନାଥାଉ କି, ବାବୁଲା ଦୀର୍ଘ ୩୦ବର୍ଷ ହେବ ଦେଉଳସାହିରେ ଦହିବରା ବ୍ୟବସାୟ କରୁଛନ୍ତି। ପ୍ରଥମେ ସାଇକେଲରେ ବୁଲି ବୁଲି ସେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ହେଲେ ଏବେ ଠେଲାଗାଡ଼ିରେ ଦହିବରା ବିକ୍ରି କରୁଛନ୍ତି। ବ୍ୟବସାୟରେ ସ୍ତ୍ରୀ ମଲ୍ଲିକାରାଣୀ ସାହୁ, ପୁଅ ଚିନ୍ମୟ ସାହୁ ଓ ଝିଅ ବିଜୟଲକ୍ଷ୍ମୀ ସାହୁ ସହଯୋଗ କରନ୍ତି ବୋଲି ବାବୁଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୦ା୧: ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ଗୁରୁବାର ସଫଳ ପରୀକ୍ଷଣ ହୋଇଛି। ଚାନ୍ଦିପୁର ପରିକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଆଜି ପୂର୍ବାହ୍ନ...

ବେଆଇନ ପିଚୁ ପ୍ଲାଣ୍ଟକୁ ଜିଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ

ଜେନାପୁର,୨୪।୧୨(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ୫୩ ନଂ. ଜାତୀୟ ରାଜପଥ ବାଲିସାହି ଛକ ନିକଟସ୍ଥ ମାଣ୍ଡିଆଗଡ଼ାଠାରେ ବହୁ ଦିନ ଧରି ଚାଲିଥିବା ବେଆଇନ...

ହାରିବା ଭୟ ଘାରିଲାଣି: ବିଜେଡି

ଭୁବନେଶ୍ବର,୨୯ା୧୦(ବ୍ୟୁରୋ): ଧାମନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପରାଜୟ ନିଶ୍ଚିତ ବୋଲି ଜାଣିବା ପରେ ରାଜ୍ୟ ଭାଜପା ନେତାଙ୍କ ମୁଣ୍ଡ ଆଉ କାମ କରୁନାହିଁ। ସେମାନେ ଔଷଧ...

ଡିସେମ୍ବର ପହିଲାରୁ ପୁଣି କଡ଼ାକଡ଼ି ହେବ ନୂତନ ମୋଟର ଯାନ ଆଇନ: ମନ୍ତ୍ରୀ

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଡିସେମ୍ବର ୧ ତାରିଖରୁ ପୁଣିଥରେ କଡ଼ାକଡ଼ି ହେବ ନୂତନ ମୋଟର ଯାନ ଆଇନ। ଓଡ଼ିଶାରେ କିଛି ଦିନ ଧରି ଏହାକୁ କୋହଳ କରାଯାଇଥିବା ବେଳେ...

ବାପାଙ୍କ ପାଇଁ ବିଲକୁ ଖାଇବାକୁ ନେଇ ଆଉ ଫେରିଲେନି ପୁଅ

ଛେଣ୍ଡିପଦା,୩୧।୮(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ମାଛକୁଟା ଗାଁରେ ମଙ୍ଗଳବାର ବଜ୍ରପାତରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବିଜୟ ସାହୁଙ୍କ ପୁଅ...

ଭାଙ୍ଗିଲେ ଘର, ପନିପରିବା ଚାଷ ଛାଡ଼ିଲେ ନାହିଁ

ପାଟଣା,୧୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ମାଛଗଡ଼ ବିଟ୍‌ ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଏକ ୭ ଜଣିଆ ହାତୀପଲ ପଶି ଉପଦ୍ରବ...

ମାସ୍କ ପିନ୍ଧି ବିବାହ

ପାଟଣା,୧୯।୫(ସ୍ବ.ପ୍ର.)-କରୋନା ଭାଇରସ୍‌ ସଂକ୍ରମଣ ପାଇଁ ସାରା ଦେଶରେ କଟକଣା ଘୋଷଣା କରାଯାଇଛି। ମେ ୧୮ ତାରିଖରୁ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ଏହି ସମୟରେ...

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଚୟନ: ସ୍ଥଗିତାଦେଶ ଜାରି କଲେ ହାଇକୋର୍ଟ

କଟକ ଅଫିସ,୧୩।୧୨: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଚୟନକୁ ନେଇ ବିବାଦର ଶୁଣାଣି କରିଛନ୍ତି ହାଇକୋର୍ଟ । ଚଳଚ୍ଚିତ୍ର ପୁରସ୍କାର ପାଇଁ ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରିଥିଲେ...

Advertisement
Archives

Model This Week