Posted inଜାତୀୟ

ଜାତୀୟ କ୍ରୀଡ଼ା ଦିବସ: ଫିଟ୍‌ ଇଣ୍ଡିଆ ମୁଭମେଣ୍ଟର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ,୨୯।୮: ଜାତୀୟ କ୍ରୀଡ଼ା ଦିବସ ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ମୋଦି ଏହାର ଶୁଭାରମ୍ଭ କରିଛନ୍ତି। ଏଥିରେ କ୍ରୀଡ଼ା ଜଗତ ସହ ବହୁ ସେଲିବ୍ରିଟି ମଧ୍ୟ ଯୋଗ ଦେଇଛନ୍ତି। ବଲିଉଡ୍‌ର ଫିଟ୍‌ ନାୟିକା ଶିଳ୍ପା ସେଟ୍ଟିଙ୍କ ସମେତ ବହୁ ରାଜନେତା ମଧ୍ୟ ଏଥିର ଯୋଗ ଦେଇଥିବା ଦେଖିବାକୁ ମିଳିଛି।

ହକି କିମ୍ବଦନ୍ତୀ ଧ୍ୟାନ ଚାନ୍ଦଙ୍କ ଜନ୍ମ ବାର୍ଷିକୀ ଅବସରରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଉଛି। ମୋଦିଙ୍କ ଫିଠ୍‌ ଇଣ୍ଡିଆର ମୂଳ ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକଙ୍କୁ ସୁସ୍ଥ ରଖିବା। ପ୍ରଥମେ ସ୍ବଚ୍ଛତା ଅଭିଯାନ, ପରେ ଯୋଗ ଦିବସ ପାଳନ କରୁଥିବା ମୋଦି ଏବେ ଫିଟ୍‌ ଇଣ୍ଡିଆ ମାଧ୍ୟମରେ ଭାରତକୁ ସୁସ୍ଥ ରଖିବାକୁ ପ୍ରୟାସ କରୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଗାଁର ପ୍ରତି ପରିବାରକୁ ୧୦ ଲକ୍ଷ ଲେଖାଏଁ ଦେବେ କେସିଆର୍‌: ରାଜ୍ୟ ସରକାରଙ୍କ ଉପରେ ପଡ଼ିବ ଅତିରିକ୍ତ ୨ ହଜାର କୋଟି ବୋଝ

ହାଇଦ୍ରାବାଦ୍‌,୨୩।୭: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌) ନିଜ ଗାଁର ପ୍ରତି ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଘୋଷଣା କରିଛନ୍ତି। ସେ...

ଦୀର୍ଘ ୬ ମାସ ପରେ କମ୍ ହେଲା ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨୨ ।୧୨: ଦେଶରେ ପାଖାପାଖି ୬ ମାସ ପରେ ୨୪ ଘଣ୍ଟାରେ ନୂଆ କରୋନା ସଂକ୍ରମିତଙ୍କ ସଖ୍ୟା ୨୦ ହଜାର ତଳେ ରହିଛି । ସେହିପରି...

ୟୁଏପିଏ ଆଧାରରେ ମାସୁଦ ଆଝାରଙ୍କ ସମେତ ୪ ଜଣଙ୍କୁ ଆତଙ୍କବାଦୀ ଘୋଷିତ

ନୂଆଦିଲ୍ଲୀ,୪।୯: ଭାରତ ମାସୁଦ ଆଝାର, ହାଫିଜ ସୟିଦ, ଦାଉଦ୍‌ ଇବ୍ରାହିମ୍‌ ଓ ଜକି-ଉର୍‌-ରହମାନ ଲଖଭିଙ୍କୁ ଆତଙ୍କବାଦୀ ଘୋଷଣା କରିଛି। ଏମାନଙ୍କୁ Unlawful Activities (Prevention) Act...

୩ମାସ ବୃଦ୍ଧି ହେଲା ଫାରୁକ ଅବଦୁଲାଙ୍କ ନଜରବନ୍ଦୀ ଅବଧି

ନୂଆଦିଲ୍ଲୀ,୧୪।୧୨: ଜମ୍ମୁ-କଶ୍ମୀରର ନ୍ୟାଶନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲାଙ୍କ ନଜରବନ୍ଦୀ ଅବଧିକୁ ଆଉ ୩ ମାସ ବୃଦ୍ଧି କରାଯାଇଛି। ଗତ ପ୍ରାୟ ୧୩୨ ଦିନ ହେବ...

ସୀମାରେ ପାକିସ୍ତାନୀ ଡ୍ରୋନ୍‌

ଫିରୋଜପୁର,୧୪।୧: ପଞ୍ଜାବର ଭାରତ-ପାକିସ୍ତାନ ସୀମାରେ ପୁଣିଥରେ ଏକ ପାକିସ୍ତାନୀ ଡ୍ରୋନ୍‌ ସୋମବାର ରାତିରେ ଦେଖାଯାଇଥିବା ସୂଚନା ମିଳିଛି। ସୀମାରେ ମୁତୟନ ଥିବା ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସ୍‌ଏଫ)ର...

ତାମିଲନାଡୁରେ ପ୍ରବଳ ବର୍ଷା: କାନ୍ଥ ଭୂଷୁଡି ୧୫ ମୃତ

ମେଟୁପାଲୟମ୍‌,୨।୧୨: ତାମିଲନାଡୁରେ ରବିବାର ପ୍ରବଳ ବର୍ଷା ହୋଇଛି। ଏହା ଫଳରେ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସୋମବାର ସକାଳେ...

ଭାଜପା ପାଇଁ ସହଜ ନୁହେଁ

ନୂଆଦିଲ୍ଲୀ/ଗୁଆହାଟୀ,୧୬ା୨: ଏପ୍ରିଲ-ମେ’ରେ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀରେ ବିଧାନସଭା ନିର୍ବାଚନ ହେବ। ଏଥିରୁ ଆସାମରେ କ୍ଷମତାସୀନ ଭାଜପା ପୁଣିଥରେ ନିର୍ବାଚନ...

ସରକାର ଗଠନ ପରେ ସଂକଳ୍ପ ପତ୍ରକୁ ଅଳିଆ ଗଦାକୁ ଫିଙ୍ଗି ଦେଇଛି ଭାଜପା: ଅଖିଳେଶ

ଲକ୍ଷ୍ନୌ,୧ ।୭: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭାରତୀୟ ଜନତା ପାର୍ଟି(ଭାଜପା)କୁ ପୁଣିଥରେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ସମାଜବାଦୀ ପାର୍ଟି...

Advertisement


Archives

Model This Week