ଜାତୀୟ କୃମି ଦିବସ: କୃମି ଔଷଧ ଖାଇ ୨୬ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ

ଛେଣ୍ଡିପଦା, ୮।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଲିପଟା ରଥସାହି ପ୍ରାଥମିକ ବିଦ୍ୟାଳୟରେ କୃମି ଔଷଧ ଖାଇ ଗୁରୁବାର ୨୬ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି।
ପ୍ରକାଶ ଯେ, ଛେଣ୍ଡିପଦାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମାଗଣାରେ କୃମି ଔଷଧ ସେବନ ନିମନ୍ତେ ଛେଣ୍ଡିପଦା ପଞ୍ଚାୟତ ସମିତି ସଭାଗୃହରେ ପ୍ରତ୍ୟେକ ବିଦ୍ୟାଳୟରୁ ଜଣେ ଲେଖାଏ ଶିକ୍ଷକଙ୍କୁ ନେଇ ଔଷଧ ସେବନର ପଦ୍ଧତି ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ଏହା ପରେ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକ ବିଦ୍ୟାଳୟରେ କୃମିନାଶକ ଔଷଧ ଦିଆଯାଇଥିଲା। ବାଲିପଟା ରଥସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅରୁଣ ପ୍ରଧାନଙ୍କ ନେତୃତ୍ୱରେ ବିଦ୍ୟାଳୟର ୧୫୦ରୁ ଊଦ୍ଧର୍‌ବ ଛାତ୍ରଛାତ୍ରୀଙ୍କୁ କୃମିନାଶକ ଔଷଧ ସେବନ କରିବାକୁ ଦିଆଯାଉଥିବା ବେଳେ କୃମି ଔଷଧ ସେବନ କରିସାରିଥିବା ପ୍ରାୟ ୨୬ ଛାତ୍ରୀଛାତ୍ର ଅସୁସ୍ଥ ଅନୁଭବ କରିଥିଲେ। ସେମାନଙ୍କ ମଧ୍ୟରେ ୧୭ଜଣ ଛାତ୍ର ରହିଥିବା ବେଳେ ୯ ଛାତ୍ରୀ ଅଛନ୍ତି। ଏହା ଦେଖି ଶିକ୍ଷକମାନେ ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ବାଲିପଟା ନୂତନ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଠିକାଦାରଙ୍କୁ ଗୁଳିମାଡ଼: ୨ ଅଭିଯୁକ୍ତଙ୍କୁ ନିର୍ଧୁମ ଛେଚିଲେ ଲୋକେ

ଗୋପ,୬।୧୧(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ-ବାଲିଘାଇ ରାସ୍ତାର ସୁବର୍ଣ୍ଣପୁର ଗ୍ରାମ ନିକଟରେ ବୁଧବାର ସକାଳେ ଜଣେ ଠିକାଦାରଙ୍କୁ ୨ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଠିକାଦାର ହେଲେ...

ବାଲେଶ୍ୱର ସଦର, ତିର୍ତ୍ତୋଲ ଉପନିର୍ବାଚନ: ଅପରାଧ ପୃଷ୍ଠଭୂମିର ତଥ୍ୟ ଦେବେ ପ୍ରାର୍ଥୀ

ଭୁବନେଶ୍ୱର,୧୭ା୯(ବ୍ୟୁରୋ): ବାଲେଶ୍ୱର ସଦର ଏବଂ ଜଗତସିଂହପୁର ଜିଲାର ତିର୍ତ୍ତୋଲରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ପ୍ରାର୍ଥୀଙ୍କ ଆପରାଧିକ ପୃଷ୍ଠଭୂମି ସମ୍ପର୍କରେ...

ହାତୀ ସୁରକ୍ଷା ପାଇଁ ବିଦ୍ୟୁତ୍‌ କାଟ

ସମ୍ବଲପୁର,୧୫।୧୨(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ଉପକଣ୍ଠ ଅଞ୍ଚଳରେ କିଛିଦିନ ହେବ ହାତୀ ଚଳାଚଳ ବୃଦ୍ଧି ପାଇଛି। ହାତୀଙ୍କ ସୁରକ୍ଷା ପାଇଁ ବନ ବିଭାଗର ଆବଶ୍ୟକତାକୁ ଦୃଷ୍ଟିରେ...

ଜଳୁନି ଚୁଲି, ମିଳୁନି ମଧ୍ୟାହ୍ନଭୋଜନ

ମହାକାଳପଡ଼ା,୧୪ା୯(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ କଂସାର ବଡ଼ଦାଣ୍ଡୁଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତିକୁ ନେଇ ବିବାଦ ଦେଖାଦେଇଛି। ଫଳରେ ବିଦ୍ୟାଳୟରେ...

ମାଲକାନଗିରିର ପୂର୍ବତନ ଏଏସ୍‌ଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ମାଲକାନଗିରି, ୨୮।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ କିଆଙ୍ଗ ଫାଣ୍ଡିର ପୂର୍ବତନ ଏଏସ୍‌ଆଇ ଜୟଦାସ ଖରାଙ୍କ ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି। ଆୟ...

ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କଲେ ସାମାଜିକ କର୍ମୀ

ବରଗଡ଼ ଅଫିସ୍‌,୨୮ା୪ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାଲପାଲି ଗ୍ରାମର ସୁଶୀଲ ଖମାରୀଙ୍କ ଶିଶୁକନ୍ୟା ରୁନି(୧୦) ପୋଡ଼ିଯାଇ ଗୁରୁତର ଅସୁସ୍ଥ ଅଛନ୍ତି। ଏ ନେଇ...

କରୋନା ବେଳେ କର୍ମଚାରୀ ଅଭାବ

ଭୁବନ, ୨୫।୫(ଡି.ଏନ.ଏ.) – ମହାମାରୀ ସମୟରେ କର୍ମଚାରୀ ଅଭାବ, ଯାହାକୁ ନେଇ ଢେଙ୍କାନାଳ ଜିଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୃଷ୍ଟି ହୋଇଛି ଅଚଳାବସ୍ଥା। ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ...

ପୋଲ ନିର୍ମାଣ ବେଳେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବାରିପଦା ଅଫିସ,୨୮ା୧: ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ ଉରା-ଚନ୍ଦାବିଲାଠାରେ ନିର୍ମାଣାଧିନ ପୋଲରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକ...

Advertisement
Archives

Model This Week