ଜାତୀୟ ଏକତା ପୁରସ୍କାର ଲାଗି ନାମାଙ୍କନ ଆରମ୍ଭ

ନୂଆଦିଲ୍ଲୀ: ଦେଶର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା କ୍ଷେତ୍ରରେ ଅତୁଳନୀୟ ଭୂମିକା ଗ୍ରହଣ କରିଥିବା ନାଗରିକଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାର ଘୋଷଣା କରିଥିଲେ। ଶୁକ୍ରବାର କେନ୍ଦ୍ର ସରକାର ଚଳିତ ବର୍ଷ ଲାଗି ଯୋଗ୍ୟ ପ୍ରାର୍ଥୀଙ୍କୁ ନାମାଙ୍କନ ପାଇଁ ଆମନ୍ତ୍ରଣ କରିଛନ୍ତି। ଏପ୍ରିଲ ୩୦କୁ ନାମାଙ୍କନ ପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏକ ୱେବ୍‌ସାଇଟ୍‌ ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିପାରିବେ। ଅକ୍ଟୋବର ୩୧, ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ତଥା ଜାତୀୟ ଏକତା ଦିବସ ଅବସରରେ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ବିଜେତାଙ୍କ ଚୟନ ପାଇଁ ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକ କମିଟି ଗଠନ କରାଯାଇଥିଲା। ଉକ୍ତ କମିଟିରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ରାଷ୍ଟ୍ରପତିଙ୍କ ସଚିବ, ସ୍ବରାଷ୍ଟ୍ର ସଚିବଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନ ହୋଇଥିବା ତିନି-ଚାରି ଜଣ ଖ୍ୟାତିସମ୍ପନ୍ନ ବ୍ୟକ୍ତି ସଦସ୍ୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ଶ୍ରଦ୍ଧାଳୁଙ୍କ ପାଇଁ ଲଙ୍ଗର ସହିତ ଫୋଟକା ପାଦରେ ମେହେନ୍ଦି ଲଗାଉଛନ୍ତି ମୁସଲମାନ…

ନୁହ,୧୨।୮ : ଶୋଭାଯାତ୍ରା ସମୟରେ, ନୁହ ସହର ସହିତ, ସିଙ୍ଗର ଗାଁ, ବଡକଲି ଚୌକରେ ହିଂସା ଦେଖାଯାଇଥାଇପାରେ। କିନ୍ତୁ ରାଜସ୍ଥାନର ସୀମା ନିକଟରେ ଥିବା ହରିୟାଣାର...

ଭାରତରେ କମ୍‌ ହେଲିକପ୍ଟର ଦୁର୍ଘଟଣା, ଆମେରିକା-ବ୍ରିଟେନରେ ଅଧିକ…

ନୂଆଦିଲ୍ଲୀ,୧୫।୧୨ : ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ କେବଳ ୬ଟି ହେଲିକପ୍ଟର ଦୁର୍ଘଟଣା ଘଟିଥିବା ବେଳେ ଆମେରିକାରେ ୫୦୭ ଟି ଏବଂ ବ୍ରିଟେନରେ ୧୫...

କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ରାହୁଲଙ୍କ ବଡ ବୟାନ

ନୂଆଦିଲ୍ଲୀ,୧୦ ।୯: କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଟଣାଭିଡା ଜାରି ରହିଛି । ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେତେବେଳେ ଅଧ୍ୟକ୍ଷ ପଦ...

ଭାରତ ଗସ୍ତ ବାତିଲ କଲେ ବାଂଲାଦେଶର ଦୁଇ ମନ୍ତ୍ରୀ

ନୂଆଦିଲ୍ଲୀ,୧୩।୧୨:ନାଗରିକତ୍ୱ ସଂଶୋଧନ ବିଲ୍‌କୁ ନେଇ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବିକ୍ଷୋଭ ଜାରି ରହିଥିବାବେଳେ ଏହାର ପ୍ରଭାବ ଭାରତର ବୈଦେଶିକ ସମ୍ପର୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି। ବାଂଲାଦେଶର...

ଗାନ୍ଧିଜୀଙ୍କ ସ୍ବପ୍ନକୁ ସାକାର କରିଛନ୍ତି ଏହି ଗ୍ରାମର ଲୋକେ, ରୋଜଗାର ପାଇଛନ୍ତି ଶହ ଶହ ଯୁବକ

ସାବରମତୀର ସନ୍ଥ ତଥା ଜାତିରପିତା ମହାତ୍ମା ଗାନ୍ଧୀ ସମଗ୍ର ଦେଶକୁ ଚରଖାରୁ ଆତ୍ମନିର୍ଭରଶୀଳତାର ରାସ୍ତା ଦେଖାଇଥିଲେ। ସେହିଭଳି ଚରଖା ଦ୍ୱାରା ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଦେଶର...

ପାଣି ଭିତରେ ଯୋଗ କଲେ ବିଏସ୍‌ଏଫ୍‌ ଯବାନ

ଗୁଆହାଟି,୧୮।୬: ଆଗକୁ ଅଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହାକୁ ଆଖି ଆଗରେ ରଖି ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଲୋକେ ଯୋଗ ଅଭ୍ୟାସ କରୁଥିବା ଦେଖିବାକୁ...

୬ ମୁଖ୍ୟମନ୍ତ୍ରୀ ଯୋଗାଇ ଦେଉଛନ୍ତି ଫଣ୍ଡିଂ, ପିକେଙ୍କ ବିବାଦୀୟ ମନ୍ତବ୍ୟ…

ପାଟନା,୨୭।୧୦ : ଜନ ସୁରାଜ ଯାତ୍ରାରେ ଥିବା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର (ପିକେ)କ୍ରମାଗତ ଭାବରେ ବିବାଦୀୟ ମନ୍ତବ୍ୟ ଦେବା ଜାରି ରଖିଛନ୍ତି। ଏହାକୁ ନେଇ...

ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ମନାକଲେ ହାଇକୋର୍ଟ

କୋଲକାତା,୧୫ା୬(ପି.ଟି.): ପଶ୍ଚିମବଙ୍ଗର ଏକ ହସ୍ପିଟାଲରେ କନିଷ୍ଠ ଡାକ୍ତରମାନେ ଚଳାଇଥିବା ଆନ୍ଦୋଳନ ଉପରେ କୌଣସି ଅନ୍ତରୀଣ ନିର୍ଦ୍ଦେଶ ଦେବା ଲାଗି କାଲକାଟା ହାଇକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି।...

Advertisement
Archives

Model This Week