ଜାଣନ୍ତୁ..ଅଗଷ୍ଟ ୧୫ରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ

ଭୁବନେଶ୍ୱର,୯।୮(ବ୍ୟୁରୋ): ଅଗଷ୍ଟ ୧୫, ସ୍ବାଧୀନତା ଦିବସ ଉପଲକ୍ଷେ ଶୁକ୍ରବାର ବିଭିନ୍ନ ସ୍ଥାନରେ ମନ୍ତ୍ରୀମାନଙ୍କ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଭୁବନେଶ୍ୱରସ୍ଥ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ। ସେହିଭଳି କଟକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଅନୁଗୁଳରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପୁରୀରେ ପ୍ରଫୁଲ୍ଲ କୁମାର ମଲ୍ଲିକ, କେନ୍ଦ୍ରାପଡ଼ାରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କଳାହାଣ୍ଡିରେ ପଦ୍ମନାଭ ବେହେରା, ମୟୁରଭଞ୍ଜରେ ପ୍ରତାପ ଜେନା, ଢେଙ୍କାନାଳରେ ଅରୁଣ ସାହୁ, ସୁନ୍ଦରଗଡ଼ରେ ସୁଦାମ ମାର୍ଣ୍ଡି, କନ୍ଧମାଳରେ ସୁଶାନ୍ତ ସିଂହ, ବଲାଙ୍ଗିରରେ ନବ ଦାସ, ନୟାଗଡ଼ରେ ଟୁକୁନି ସାହୁ, କେନ୍ଦୁଝରରେ ଜଗନ୍ନାଥ ସାରକା, ସମ୍ବଲପୁରରେ ଦିବ୍ୟଶଙ୍କର ମିଶ୍ର, ବାଲେଶ୍ୱରରେ ଅଶୋକ ପଣ୍ଡା, ଯାଜପୁରରେ ସମୀର ରଞ୍ଜନ ଦାସ, ନବରଙ୍ଗପୁରରେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ,କୋରାପୁଟରେ ପ୍ରେମାନନ୍ଦ ନାୟକ, ମାଲକାନଗିରିରେ ରଘୁନନ୍ଦନ ଦାସ, ରାୟଗଡ଼ାରେ ପଦ୍ମିନୀ ଦିଆନ, ଗଜପତିରେ ତୁଷାରକାନ୍ତି ବେହେରା ପତାକା ଉତ୍ତୋଳନ କରିବେ। ସେହିଭଳି ଭଦ୍ରକରେ ରାଜସ୍ବ ପରିଷଦ ସଭ୍ୟ, ଖୋର୍ଦ୍ଧାରେ ଆର୍‌ଡିସି, ବ୍ରହ୍ମପୁରରେ ଆର୍‌ଡିସି, ରାଉରକେଲାରେ ଆର୍‌ଡିସି ପତାକା ଉତ୍ତୋଳନ କରିବାକୁ ଥିବା ବେଳେ ବରଗଡ଼, ବୌଦ୍ଧ, ଦେଓଗଡ଼, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା, ନୂଆପଡ଼ା, ସମ୍ବଲପୁରରେ ଜିଲାପାଳମାନେ ପତାକା ଉତ୍ତୋଳନ କରିବା ନେଇ ସ୍ଥିର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପାଇଁ ରାଉରକେଲାରେ ଶଟ୍‌ଡାଉନ୍‌ କଟକଣା କୋହଳ ହେବ

ଭୁବନେଶ୍ୱର,୨୧ା୮(ବ୍ୟୁରୋ)-ଆସନ୍ତା ୨୩ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳିତ ହେବ। ଏହା ରବିବାର ପଡୁଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗର ନିଗମରେ...

ଅତି ଭୀଷଣ ବେଗରେ ମାଡିଆସୁଛି ‘ୟାସ୍‌’: ଆଉ ମାତ୍ର ଧାମରାଠାରୁ ୪୦ କି.ମି ଦୂରରେ

ପ୍ରବଳ ବେଗରେ ମାଡିଆସୁଛି ବାତ୍ୟା ୟାସ। ଏହା ଏବେ ଧାମରା ନିକଟକୁ ଆଉ ମାତ୍ର ୪୦ କିମି ଓ ବାଲେଶ୍ୱର ଠାରୁ ୯୦କିମି ଦୂରରେ ରହିଛି।...

ରାଜ୍ୟର ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନା: ସରକାରଙ୍କ ଉପରେ ଏନ୍‌ଜିଟି କ୍ଷୁବ୍ଧ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ସହରାଞ୍ଚଳରୁ ବାହାରୁଥିବା କୁଢ଼କୁଢ଼ ବର୍ଜ୍ୟବସ୍ତୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) କ୍ଷୁବ୍ଧ ହୋଇଛନ୍ତି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କୌଣସି ଦୀର୍ଘମିଆଦୀ ଯୋଜନା କରୁ...

ବିଜୁ ଶ୍ରମିକ ସାମ୍ମୁଖ୍ୟରେ ମିଶିଲେ ହଜାରେ ଶ୍ରମିକ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ୪୨ଟି ସ୍ଥାନୀୟ ଓ ରାଜ୍ୟସ୍ତରୀୟ ଟ୍ରେଡ୍‌ ୟୁନିୟନର ପ୍ରାୟ ୧ ହଜାର ଶ୍ରମିକ ଓ କର୍ମଚାରୀ ଶ୍ରମିକ ନେତା ନବ କିଶୋର ମହାନ୍ତିଙ୍କ ନେତୃତ୍ୱରେ...

ହୋଲିକୁ ଫିକାକଲା କରୋନା

ଭୁବନେଶ୍ୱର,୧୨ା୩(ବ୍ୟୁରୋ): କରୋନା ଭୟରେ ଏଥର ଫିକା ପଡ଼ିଥିଲା ହୋଲି। ତେବେ ଓଡ଼ିଶାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିବାରୁ ଲୋକେ ଧୁମ୍‌ଧାମରେ ରଙ୍ଗ...

ମାଟ୍ରିକ ପରୀକ୍ଷା ଫଳ: ପୁଅଙ୍କୁ ପଛରେ ପକାଇଲେ ଝିଅ

ଭୁବନେଶ୍ୱର, ୨୯।୭(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ପାସ୍‌ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଝିଅଙ୍କ ପାସ୍‌ ହାର...

ଚୈତନ୍ୟଙ୍କ ମୂର୍ତ୍ତି ଅନାବରଣ କଲେ ରାଜ୍ୟପାଳ

ପୁରୀ ଅଫିସ,୧୬।୩: ସ୍ଥାନୀୟ ମାତାମଠସ୍ଥିତ ଶ୍ରୀଚୈତନ୍ୟଙ୍କ ୩୫ ଫୁଟ ମୂର୍ତ୍ତି ଅନାବରଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଶ୍ରୀଗୌରବିହାର ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ମାତାମଠ...

ମଣ୍ଡିରୁ ଧାନ ନ ଉଠିବାରୁ ଅଭିନବ ପ୍ରତିବାଦ: ଜିଲାପାଳଙ୍କ ଅଫିସ ସମ୍ମୁଖରେ ଚାଷୀ ଖାଇଲେ ପଖାଳ

ବରଗଡ଼ ଅଫିସ,୧୦।୬: ବରଗଡ଼ ଜିଲାରେ ଧାନ କିଣାବିକାରେ ଅବ୍ୟବସ୍ଥା ଲାଗି ରହିଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାର ପ୍ରତିବାଦରେ ବୁଧବାର...

Advertisement
Archives

Model This Week