Posted inଜାତୀୟ

ଜାଗ୍ରତ ପ୍ରହରୀ ନୌସେନା

ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟ ନୌସେନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ସଫଳତା ଓ ଉଲ୍ଲେଖନୀୟ କାର୍ଯ୍ୟକୁ ମନେ ପକାଇବା ଲାଗି ପ୍ରତିବର୍ଷ ୪ ଡିସେମ୍ବରରେ ନୌସେନା ଦିବସ ପାଳନ କରାଯାଉଛି। ଦେଶର ଉପକୂଳକୁ ବାହ୍ୟଶତ୍ରୁଙ୍କ ଆକ୍ରମଣରୁ ରକ୍ଷା କରିବାରେ ନୌସେନା ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ଅତୀତରୁ ଏବେ ଯାଏ ନୌସେନା ଦେଶ ପାଇଁ ଜାଗ୍ରତ ପ୍ରହରୀ ଭାବେ ରହିଆସିଛି। ଭାରତୀୟ ନୌସେନାର ଆଧୁନିକୀକରଣ ମଧ୍ୟ ହୋଇଛି। ଏବେ ଏଥିରେ ୬୭,୦୦୦ କର୍ମଚାରୀ ରହିଥିବାବେଳେ ୧୫୦ ଜାହାଜ ଓ ଯୁଦ୍ଧ ଜାହାଜ ରହିଛି। ସ୍ବାଧୀନତା ପୂର୍ବରୁ ୧୯୪୪ରେ ପ୍ରଥମେ ରୟାଲ ଇଣ୍ଡିଆନ ନାଭି ଅକ୍ଟୋବରରେ ଆରମ୍ଭ ହୋଇଥିବାରୁ ଏହି ମାସରେ ନୌସେନା ଦିବସ ପାଳନ କରାଯାଇଥିତ୍ଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧୯୪୫ରେ ନୌସେନା ଦିବସ ୧ ଡିସେମ୍ବରରେ ପାଳନ କରାଯାଇଥିଲା। କିନ୍ତୁ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନା କରାଚୀ ବନ୍ଦର ଉପରେ ଆକ୍ରମଣ କରି ଯେଉଁ ବୀରତ୍ୱ ପ୍ରଦର୍ଶନ କରିଥିଲା ତାହାକୁ ମନେପକାଇବା ପାଇଁ ୪ ଡିସେମ୍ବରରେ ଏହି ଦିବସ ପାଳନ କରାଯାଉଛି। ୪ ଡିସେମ୍ବର ୧୯୭୧ର ଘଟଣା। ଏହି ଦିନ ଭାରତୀୟ ନୌସେନା ତା’ର ଅଦମ୍ୟ ସାହସ ପ୍ରଦର୍ଶନ କରି ଅପରେଶନ ଟ୍ରାଇଡେଣ୍ଟରେ ପାକିସ୍ତାନର ପିଏନ୍‌ଏସ ଖୈବର ସମେତ ୪ଟି ଯୁଦ୍ଧଜାହାଜକୁ ବୁଡ଼ାଇ ଦେଇଥିଲା। ଏଥିତ୍ରେ ପାକିସ୍ତାନର ଶହଶହ ନୌସେନା କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା। ଏହି ଦିବସରେ ଭାରତ- ପାକିସ୍ତାନ ଯୁଦ୍ଧରେ ମୃତ୍ୟୁହୋଇଥିତ୍ବା ବ୍ୟକ୍ତିଙ୍କୁ ମଧ୍ୟ ସ୍ମରଣ କରାଯାଇଥାଏ। ୨୦୧୯ରେ ଏହି ଦିବସର ସ୍ଲୋଗାନ୍‌ ‘ସାଇଲେଣ୍ଟ୍‌, ଷ୍ଟ୍ରଙ୍ଗ୍‌ ଆଣ୍ଡ୍‌ ସ୍ବିଫ୍ଟ ’ ବା ‘ଶାନ୍ତ ,ମଜଭୁତ ଓ ଦ୍ରୁତଗାମୀ’ ରଖାଯାଇଛି।
ନୌସେନା ଦିବସ ଅବସରରେ ଦେଶର ବହୁ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ନୌସେନା ପକ୍ଷରୁ ସମୁଦ୍ରରେ ସୁଇମିଂ ପ୍ରତିଯୋଗିତା କରାଯାଏ। ଯୁଦ୍ଧ ଜାହାଜଗୁଡିକୁ ଦେଖିବା ଲାଗି ସ୍କୁଲ୍‌ପିଲା ଓ ଅନ୍ୟମାନଙ୍କ ପାଇଁ ଖୋଲା ରଖାଯାଏ। ଇଣ୍ଟରସ୍କୁଲ୍‌ କୁଇଜ୍‌ ପ୍ରତିଯୋଗିତା ଏବଂ ଏକ ହାଫ୍‌ ମାରାଥନ୍‌ ନୌସେନା ଦ୍ୱାରା ଆୟୋଜନ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ହେଲେ ଭୟଭୀତ ନ ହେବାକୁ କହିଲେ କେଜରିୱାଲ

ନୂଆଦିଲ୍ଲୀ,୨ ।୧: ରାଜଧାନୀରେ ବଢି ଚାଲିଥିବା କରୋନା ଭାଇରସ ସଂକ୍ରମଣ ଏବେ ସମସ୍ତଙ୍କୁ ପଛରେ ପକାଇ ଦେଇଛି । ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୋଇଛି...

ଅଗଷ୍ଟରେ ଦ୍ୱିତୀୟ ଦେଶୀ ଟିକା

ନୂଆଦିଲ୍ଲୀ, ୪।୬(ଆଇଏଏନ୍‌ଏସ୍‌):କରୋନା ମହାମାରୀ ମୁକାବିଲାରେ ସାମିଲ ହେବାକୁ ଯାଉଛି ଭାରତ ନିର୍ମିତ ଦ୍ୱିତୀୟ ଟିକା ‘କର୍ବେଭାକ୍ସ’। ହାଇଦ୍ରାବାଦର ବାୟୋଲୋଜିକାଲ-ଇ ପ୍ରସ୍ତୁତ କରୁଥିବା ଏହି ଦେଶୀ ଟିକାର...

ହସ୍ପିଟାଲରେ ଲଖିମପୁର ଘଟଣାର ମୁଖ୍ୟ ଅଭିଯୁକ୍ତ

ଲକ୍ଷ୍ନୌ,୨୪।୧୦: ଲଖିମପୁର ଖେରି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଆଶିଷଙ୍କୁ ଜେଲରୁ ଜିଲା...

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦିଆଗଲା ପ୍ଲାଜମା ଥେରାପି

ନୂଆଦିଲ୍ଲୀ,୨୦।୬: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ପ୍ଲାଜମା ଥେରାପି ଦିଆଯାଇଛି। ଏହାପରେ ତାଙ୍କର ଜ୍ୱର କମିଯିବା ସହ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଏବେ...

ଭାଜପାକୁ ଘେରିଲେ ରାହୁଲ, ମନରେଗା ନ ଥିଲେ କରୋନା ସଙ୍କଟରେ ସ୍ଥିତି ଗୁରୁତର ହୋଇଥାନ୍ତା…

ଅହମଦାବାଦ, ୧୦।୫ : ବର୍ଷ ଶେଷରେ ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତୁତି ଆରମ୍ଭ...

ଲାଲୁଙ୍କୁ ଭେଟିଲେ ମୁଲାୟମ୍‌: ଆରଜେଡି ମୁଖ୍ୟ କହିଲେ, ଦେଶରେ ରହିଛି ସମାଜବାଦର ଆବଶ୍ୟକତା

ନୂଆଦିଲ୍ଲୀ,୨।୮: ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ହେଲେ ଏହାପୂର୍ବରୁ ରାଜନୈତିକ ସରଗରମ ଦେଖାଦେଇଛି। ବିଭିନ୍ନ ଦଳ ମେଣ୍ଟ କରୁଥିବା ବେଳେ ଅନେକ...

ପୋଲିସ ଷ୍ଟେଶନ ପରିସରରେ ଜଳିଗଲା ୨୫ ଗାଡି

ଖେଡା,୭ ।୧୧: ଗୁଜରାଟର ଖେଡା ଜିଲାରେ ଖେଡା ପୋଲିସ ଷ୍ଟେଶନ ପରିସରରେ ୨୫ଟି ଗାଡି ପୋଡି ପାଉଁଶ ହୋଇ ଯାଇଥିବା ଜଣାପଡିଛି । ଶନିବାର ରାତିରେ...

ନିର୍ଭୟା ମାମଲାର ଦୋଷୀଙ୍କୁ ଏକାଥରେ ଦିଆଯାଇପାରେ ଫାଶୀ: ଚାଲିଛି ଟ୍ରାଏଲ

ନୂଆଦିଲ୍ଲୀ,୧୩।୧୨: ଦୀର୍ଘ ସାତ ବର୍ଷ ତଳର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀଙ୍କୁ ନେଇ ଏବେ ପୁଣିଥରେ ଚର୍ଚ୍ଚା ଯୋର ଧରିଛି।...

Advertisement
Archives

Model This Week