Posted inଜାତୀୟ

ଜାକିର ନାଇକଙ୍କ ପ୍ରତ୍ୟର୍ପଣ ନେଇ ମୋଦି କୌଣସି  ଦାବି କରି ନାହାଁନ୍ତି : ମାଲେସିୟା ପ୍ରଧାନମନ୍ତ୍ରୀ

କୁଆଲାଲମ୍ପୁର,୧୭।୯: ମୁସଲମାନ୍‌ ଧର୍ମଗୁରୁ ଜାକିର ନାଇକଙ୍କ ପ୍ରତ୍ୟର୍ପଣ ନେଇ ମାଲେସିୟା ପ୍ରଧାନମନ୍ତ୍ରୀ ମୋହାଥିର ବିନ୍‌ ମହମ୍ମଦ୍‌ଙ୍କ ମନ୍ତବ୍ୟ ଏବେ ଅନ୍ତର୍ଜାତୀୟସ୍ତର ସହିତ ଭାରତରେ ବିବାଦ ସୃଷ୍ଟି କରିଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାକିର ନାଇକଙ୍କ ପ୍ରତ୍ୟର୍ପଣ ନେଇ କୌଣସି ଦାବି କରି ନାହାଁନ୍ତି। ବିଭିନ୍ନ ସମସ୍ୟା ସୃଷ୍ଟି କରୁଥିବାରୁ ଜାକିରଙ୍କୁ କୌଣସି ଦେଶ ଶରଣ ଦେବାକୁ ଚାହୁଁ ନାହାନ୍ତି। ଏପରିସ୍ଥଳେ ତାଙ୍କୁ ମାଲେସିୟାରୁ ଭାରତକୁ ପଠାଇବା ଲାଗି ମୋଦିଙ୍କ ସହିତ ଆଲୋଚନା ହୋଇ ନ ଥିବା ମୋହଥିର୍‌ କହିଛନ୍ତି। ଜାକିର ମାଲେସିୟାର ନାଗରିକ ନ ଥିଲେ ମଧ୍ୟ ପୂର୍ବ ସରକାର ତାଙ୍କୁ ଏଠାରେ ସ୍ଥାୟୀ ଭାବେ ବସବାସ କରିବା ଲାଗି ସ୍ବୀକୃତି ଦେଇଥିଲେ। ମାତ୍ର ଦେଶର ଅର୍ଥବ୍ୟବସ୍ଥା କିମ୍ବା ରାଜନୈତିକ ସ୍ଥିତି ଉପରେ କୌଣସି ମନ୍ତବ୍ୟ ଦେବାର ଅଧିକାର ତାଙ୍କର ନାହିଁ। ତେବେ ସେ ଏହାର ଉଲ୍ଲଂଘନ କରିଥିବା ମୋହାଥିର୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ଟିଏମ୍‌ସିର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୩ା୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସଂସଦୀୟ ଦଳ ଅଧ୍ୟକ୍ଷା ହେବାକୁ ଯାଉଛନ୍ତି। ଟିଏମ୍‌ସି ସୁପ୍ରିମୋଙ୍କ ସୋମବାର ନୂଆଦିଲ୍ଲୀ ଗସ୍ତ ପୂର୍ବରୁ...

ପୁରୁଷଙ୍କ ବିନା ହଜ୍‌କୁ ଯାଉଥିବା ମହିଳାଙ୍କ ଭିତରେ ୮୬ ପ୍ରତିଶତ କେରଳବାସିନ୍ଦା: ରିପୋର୍ଟ

ଥିରୁଭାନନ୍ତପୁରମ୍‌,୨୦।୪: ନିକଟରେ ହଜ୍‌ ଯାଉଥିବା ମହିଳା ଓ ପୁରୁଷଙ୍କ ଭିତରେ କିଏ ଅଧିକ ସଂଖ୍ୟକ ରହିଛନ୍ତି ସେନେଇ ଏକ ସରକାରୀ ସର୍ଭେ କରାଯାଇଥିଲା। ରିପୋର୍ଟ ଅନୁସାରେ,...

ଆମେ ଆତଙ୍କବାଦୀ ନୋହୁଁ

ନୂଆଦିଲ୍ଲୀ,୧୮ା୯(ପି.ଟି.): ଆମେ ଆତଙ୍କବାଦୀ ନୋହୁଁ। କଶ୍ମୀରରେ ଯାହା ଚାଲିଛି ତାହା ଦେଶ ହିତରେ ନୁହେଁ। ନ୍ୟାଶନାଲ୍‌ କନ୍‌ଫରେନ୍ସ (ଏନ୍‌ସି) ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କୁ ସାଧାରଣ ନିରାପତ୍ତା...

ସାତଫେରା ନେବା ପୂର୍ବରୁ କନ୍ୟାଙ୍କ ମୃତ୍ୟୁ: ଶାଳୀଙ୍କୁ ବିବାହ କଲେ ବର

ଇଟାଓ୍ବା,୨୭।୫: ଉତ୍ତରପ୍ରଦେଶର ଇଟାଓ୍ବାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବେଶ୍‌ ଧୁମ୍‌ଧାମ୍‌ରେ ଚାଲୁଥିବା ବିବାହ ସମାରୋହରେ ଏକ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ବିବାହର ସମସ୍ତ...

ବନ୍ୟା ପରେ ଏବେ ଭୂକମ୍ପରେ ଥରିଲା ମହାରାଷ୍ଟ୍ର

ମୁମ୍ବାଇ,୧୩।୮: ବନ୍ୟାର ବିଭିଷିକା ପରେ ଏବେ ମହାରାଷ୍ଟ୍ରରେ ଭୂକମ୍ପ ଦେଖାଦେଇଛି। ମଙ୍ଗଳବାର ମହାରାଷ୍ଟ୍ରର ପାଲଘର ଜିଲାରେ ୩.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୁତ ହୋଇଛି। ଏଥିରେ...

ମଣିପୁରର ନୋନିରେ ଭୂକମ୍ପ

ନୋନି,୨୮ ।୨: ମଣିପୁରର ନୋନିରେ ମଙ୍ଗଳବାର ଭୋର ସମୟରେ ଏକ ଭୂକମ୍ପ ଅନୁଭୁତ ହୋଇଛି । ନ୍ୟାଶନାଲ ସେଣ୍ଟର ଫର ସିସ୍ମୋଲୋଜି(ଏନସିଏସ) ଅନୁଯାୟୀ, ଭୂକମ୍ପର ଝଟକା...

ଟିକା ହିଁ ଆଶା

ଗତବର୍ଷ ଶେଷ ଆଡ଼କୁ ବିଶ୍ୱକୁ ଅଭିଶାପ ଭଳି ମାଡ଼ିଆସିଥିଲା ଏକ ଅଜଣା ଭୂତାଣୁ, ଯାହାକୁ ପରବର୍ତ୍ତୀ ସମୟରେ କରୋନା ବା କୋଭିଡ୍‌-୧୯ ରୂପେ ନାମକରଣ କରାଯାଇଥିଲା।...

ନିଲାମ ହେବ ଓଡ଼ିଶାର ୭ ଖଣିଜ ବ୍ଲକ

ନୂଆଦିଲ୍ଲୀ,୩ା୧୦: ଓଡ଼ିଶାର ୭ ଖଣିଜ ବ୍ଲକର ନିଲାମ କରାଯିବ। ଚଳିତ ମାସ ୨୨ଠାରୁ ନଭେମ୍ବର ୧ ମଧ୍ୟରେ ଏହାର ନିଲାମ କାର୍ଯ୍ୟ ଶେଷ କରିବାକୁ କେନ୍ଦ୍ର...

Advertisement
Archives

Model This Week