ଜଳ ଓ ବିଜୁଳି ଅଭାବ ଦୂର କରିବ ଉଦୟପୁର ଆଇଆଇଏମ୍‌ କ୍ୟାମ୍ପସରେ ଥିବା କୃତ୍ରିମ ହ୍ରଦ

ଆରାବଳୀ ଅବବାହିକାରେ ୩୭୩ ଏକର ପରିମିତ ଜାଗାରେ ଦେଶର ସବୁଠୁ ବଡ଼ ଆଇଆଇଏମ୍‌ କ୍ୟାମ୍ପସ ରାଜସ୍ଥାନର ଉଦୟପୁରରେ ରହିଛି। ଏହି କ୍ୟାମ୍ପସ ମଧ୍ୟରେ ୫ଟି କୃତ୍ରିମ ହ୍ରଦ ରହିଛି। ଏହି ହ୍ରଦରେ ୨୦ କୋଟି ଲିଟର ବର୍ଷାଜଳ ସଂରକ୍ଷଣ କରି ରଖାଯାଇପାରିବ। ଏହା ଏକ ଇକୋ ଫ୍ରେଣ୍ଡ୍‌ଲି କ୍ୟାମ୍ପସ। ଯାହା ବିଜୁଳି ଏବଂ ପାଣିର ଅଭାବ ଦୂର କରିବ। ଆର୍କିଟେକ୍ଟ ଅବାସୀ କିକାଲିଙ୍କ ମତରେ, ଏଠାରେ ୪ଟି ହ୍ରଦ ତିଆରି ସରିଛି। ଖୁବ୍‌ଶୀଘ୍ର ଆଉ ଗୋଟିଏ ତିଆରି କରାଯିବ। ଅବାସୀ କୁହନ୍ତି, ସଂସ୍ଥାନର କ୍ୟାମ୍ପସ ଓ୍ବାଟର ସିଷ୍ଟମ ସହିତ ଆଉ ଏକ ବିଶେଷତ୍ତ୍ୱ ରହିଛି। କ୍ୟାମ୍ପସ ମଧ୍ୟକୁ ଇନ୍ଧନଚାଳିତ ଯାନଗୁଡ଼ିକ ଚଳାଚଳ ପ୍ରତି ନିଷେଧାଦେଶ ଜାରି କରାଯାଇଛି। ଇନ୍ଧନଚାଳିତ ଗାଡ଼ିଗୁଡ଼ିକ ବାହାରେ ପାର୍କିଂ କରିପାରିବେ। ଏଥିସହିତ ଏହା ନୋ ପଲିଥିନ୍‌ ଜୋନ୍‌ ହୋଇଥିବାରୁ କଟକଣା ରହିଛି। ଆଇଆଇଏମ୍‌ କ୍ୟାମ୍ପସ ପାହାଡ଼ ପାଦଦେଶରେ ହୋଇଥିବାରୁ ବର୍ଷାପାଣି ଝରି ତିଆରି କରାଯାଇଥିବା କୃତ୍ରିମ ହ୍ରଦରେ ସିଧା ପଡ଼ିବ। ଜଳ ସଂରକ୍ଷଣ ପାଇଁ ଏମିତି କାର୍ଯ୍ୟ କରାଯାଇଛି, ଗୋଟିଏ ବୁନ୍ଦା ବର୍ଷା ପାଣି ଏଠାରେ ନଷ୍ଟ ହେବ ନାହିଁ। ହ୍ରଦରେ ପାଣି ପହଞ୍ଚିବା ପୂର୍ବରୁ ଫୁରାଟ ସିଷ୍ଟମରୁ ଫିଲ୍‌ଟର ହୋଇଆସିବ। ଏହାକୁ ବର୍ଷସାରା ବ୍ୟବହାର କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ଭୟରେ ୫ ମହଲାରୁ ଡେଇଁଲେ ସ୍ତ୍ରୀ

ନୂଆଦିଲ୍ଲୀ, ୧୬।୫: ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମହିଳା ସ୍ବାମୀଙ୍କ ଭୟରେ ୫ମହଲା ଛାତରୁ ଡେଇଁ ପ୍ରାଣ ହରାଇଛନ୍ତି। ମୃତ ମହିଳା...

ବଢିଲା ରାଜ କୁନ୍ଦ୍ରାଙ୍କ ଅଡୁଆ, ମନି ଲଣ୍ଡରିଂ ମାମଲାରେ ଇଡି ଦାଖଲ କଲା ଏଫଆଇଆର

ମୁମ୍ବାଇ,୧୮ ।୫: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ତାଙ୍କ ବିରୋଧରେ ଏଫଆଇଆର୍ ଦାଖଲ...

କରୋନା ଭାଇରସ କବଳରେ ୩ ବର୍ଷର ଭାରତୀୟ ଶିଶୁ

ଥିରୁଭାନନ୍ତପୁରମ,୯।୩: ଡରାଇଲାଣି କରୋନା ଭାଇରସ। ଆମେରିକା, ଇଟାଲି ଭଳି ଦେଶ ଏହି କରୋନା ଭାଇରସ କବଳରେ ଆସିଥିବା ବେଳେ ଏବେ ଏହା ଭାରତରେ କାୟା ବିସ୍ତାର...

ତୁର୍କୀରେ ମୃତ୍ୟୁକୁ ଜିତୁଛି ଜୀବନ, ‘ଅପରେଶନ ଦୋସ୍ତ’କୁ ନେଇ ମୋଦି କହିଲେ ପ୍ରତି ମୁହୂର୍ତ୍ତରେ ଆମେ ତୁମ ସହ ଅଛୁ

ଅଙ୍କାରା/ନୂଆଦିଲ୍ଲୀ,୧୧ ।୨: ତୁର୍କୀ ଓ ସିରିଆରେ ଆସିଥିବା ଭୟଙ୍କର ଭୂକମ୍ପକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ । ତୁର୍କୀରେ ଏବେ ଶେଷ ହୋଇଆସୁଥିବା ନିଶ୍ୱାସ...

ଖୁସି ଖବର ଦେଲେ ଚହଲ: ଶେୟାର କଲେ ଫଟୋ

ନୂଆଦିଲ୍ଲୀ,୧୧।୬: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଏବେ ପରିବାର ସହ ସମୟ ବିତାଉଛନ୍ତି। ସେ ଗୁରୁବାର ପ୍ରଶଂସକଙ୍କ ସହ ଏକ ଖୁସି ଖବର ଶେୟାର କରିଛନ୍ତି।...

ବିହାରରେ ଲଜ୍ଜା: ବଳାତ୍କାର ଉଦ୍ୟମ ସଫଳ ନ ହେବାରୁ ନାବାଳିକାଙ୍କୁ ଗୁଳି କଲେ ଯୁବକ

ରୋହତାସ,୧୭।୧୨: ବିହାରରେ ପୁଣି ଲଜ୍ଜା। ବିହାର ରୋହତାସ ଜିଲାର ରାଜପୁରରେ ୧୦ମରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ଉଦ୍ୟମ କରାଯାଇଛି। ଉଦ୍ୟମରେ ସଫଳ ନ ହେବାରୁ...

ସତ ହେଲା ବାଇବେଲର କାହାଣୀ

ତେଲଆଭିଭ୍‌: ବାଇବେଲରେ ଥିବା ଏକ କାହାଣୀ ଅନୁସାରେ ଏବେ ପ୍ରତ୍ନତତ୍ତ୍ୱବିଦମାନେ ଏଭଳି ଏକ ସ୍ଥାନ ସମ୍ପର୍କରେ ସୂଚନା ପାଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।...

ବିଧାୟକ ପଦରୁ ଇସ୍ତଫା ଦେଲେ ରାଘବ: କହିଲେ, ସ୍ଥାନ ବଦଳିଛି-ସେବା ଜାରି ରହିବ

ନୂଆଦିଲ୍ଲୀ,୨୪।୩: ଦିଲ୍ଲୀର ରାଜେନ୍ଦ୍ର ନାଗରରୁ ବିଧାୟକ ଥିବା ରାଘବ ଚଡ୍ଡା ଦିଲ୍ଲୀ ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ଗୁରୁବାର ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିୱାସ ଗୋଏଲଙ୍କୁ...

Advertisement
Archives

Model This Week