Posted inଜାତୀୟ

ଜଳସେଚନ ଦୁର୍ନୀତି: ଅଜିତ ପାଓ୍ବାରଙ୍କୁ ଏସିବିର କ୍ଲିନଚିଟ୍‌

ନାଗପୁର, ୨୧ା୧୨(ପି.ଟି.): ବହୁକୋଟି ଟଙ୍କାର ଜଳସେଚନ ଦୁର୍ନୀତି ମାମଲାରେ ମହାରାଷ୍ଟ୍ରର ଦୁର୍ନୀତି ବିରୋଧୀ ଶାଖା(ଏସିବି) ପକ୍ଷରୁ ଏନ୍‌ସିପିର ବରିଷ୍ଠ ନେତା ଅଜିତ ପାଓ୍ବାରଙ୍କୁ କ୍ଲିନଚିଟ୍‌ ଦିଆଯାଇଛି। ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍‌ରେ ଦାଖଲ କରାଯାଇଥିବା ସତ୍ୟପାଠରେ ଅଜିତଙ୍କ ବିରୋଧରେ କୌଣସି ଆପରାଧିକ ଅଭିଯୋଗ ନ ଥିବା ଜଣାପଡ଼ିଛି। ଅଜିତଙ୍କୁ କ୍ଲିନଚିଟ୍‌ ନେଇ ଭାଜପା ପ୍ରଶ୍ନ ଉଠାଇବା ସହ କୋର୍ଟର ଦ୍ୱାରସ୍ଥ ହେବାକୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦୟ ଫଡ୍‌ନବିସ ଧମକ ଦେଇଛନ୍ତି। ପୂର୍ବରୁ ନାଗପୁର ଏସିବି ଓ ଅମରାବତୀ ଏସିବି ଶାଖା ସତ୍ୟପାଠରେ ଅଜିତଙ୍କୁ କ୍ଲିନଚିଟ୍‌ ଦିଆଯାଇଥିବାବେଳେ ଏଥିରେ ବଡ଼ ଅଧିକାରୀମାନେ ସାମିଲ ଥିବା ନେଇ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ପ୍ରକାଶଥାଉ କି, ୧୯୯୯-୨୦୦୯ରେ କଂଗ୍ରେସ-ଏନ୍‌ସିପି ସରକାରରେ ଅଜିତ ଜଳସମ୍ପଦ ମନ୍ତ୍ରୀ ଥିବାବେଳେ ବିଦର୍ଭ ଜଳସେଚନ ବିକାଶ ନିଗମର ୧୨ ପ୍ରକଳ୍ପ ନିର୍ମାଣରେ ବହୁକୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଏସ୍‌ଆଇଙ୍କ ସିଙ୍ଘମ୍‌ ଷ୍ଟାଇଲ୍‌ ପଡ଼ିଲା ମହଙ୍ଗା: ଗଣିଲେ ୫,୦୦୦ ଜରିମାନା

ଭୋପାଳ,୧୨।୫: ମଧ୍ୟପ୍ରଦେଶ ଦମୋହ ଜିଲାରେ ଜଣେ ପୋଲିସ ଏସ୍‌ଆଇଙ୍କୁ ସିଙ୍ଘମ୍‌ ଷ୍ଟାଇଲ୍‌ରେ ଭିଡ଼ଓ ଶୁଟିଂ କରିବା ମହଙ୍ଗା ପଡ଼ିଛି। ଏଥିପାଇଁ ପୋଲିସ ବିଭାଗ ପକ୍ଷରୁ ସମ୍ପୃକ୍ତ...

ବାପାଙ୍କ ପରେ କଂଗ୍ରେସ ନେତାଙ୍କ ଝିଅଙ୍କୁ ଇଡିର ନୋଟିସ୍‌

ନୂଆଦିଲ୍ଲୀ,୧୦।୯: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଡି.କେ. ଶିବକୁମାରଙ୍କ ଝିଅଙ୍କୁ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି।...

୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି ଭାରତ ସରକାର…

ନୂଆଦିଲ୍ଲୀ,୨୧।୩ : ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ଅନୁଯାୟୀ ଭାରତ ସରକାର ୨୩ ଜଣଙ୍କୁ ଆତଙ୍କବାଦୀ ଭାବରେ ଘୋଷଣା କରିଛନ୍ତି। ଏଥି ସହିତ ସରକାର ମଧ୍ୟ...

ଗେହଲଟ୍‌, ପାଇଲଟ୍‌ ପୁଣି ମୁହଁ।ମୁହିଁ

ଜୟପୁର, ୩।୧୧: ଏଆଇସିସି ଅଧ୍ୟକ୍ଷ ନିର୍ବାଚନ ଶେଷ ହେବାପରେ ରାଜସ୍ଥାନ କଂଗ୍ରେସରେ କ୍ଷମତା ପାଇଁ ପୁଣି ମୁହଁ।ମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଓ ପୂର୍ବତନ...

ସିଂହଭୂମ ପୃଥିବୀର ପ୍ରଥମ ବେଳାଭୂମି

ସିଂହଭୂମ, ୨୩ା୧୧: ପୃଥିବୀର ସର୍ବପୁରାତନ ଇତିହାସ ମଧ୍ୟରୁ ସବୁଠୁ ଅଧିକ ରହସ୍ୟ ଓ ରୋମାଞ୍ଚକର କଥା ହେଉଛି କିପରି ଏବଂ କେବେ ପୃଥିବୀ ପ୍ରଥମ ଥର...

ଅଯୋଧ୍ୟା ବିବାଦର ଲାଇଭ୍‌ ଷ୍ଟ୍ରିମିଂ ଉପରେ ବିଚାର କରିବେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୫।୮: ଅଯୋଧ୍ୟା ବିବାଦର ଲାଇଭ୍‌ ଷ୍ଟ୍ରିମିଂ ଉପରେ ସୁପ୍ରିମ୍‌କୋର୍ଟ ବିଚାର କରିବେ ବୋଲି ସୋମବାର ସୂଚନା ଦେଇଛନ୍ତି। ସାମ୍ବିଧାନିକ ବ୍ୟବସ୍ଥାର ଅନୁଚ୍ଛେଦ ୧୯(୧)-ଏ ଅନ୍ତର୍ଗତ ଏହି...

ଭାରତୀୟ ନୌସେନାରେ ସାମିଲ ହେଲା ଓ୍ବାଗିର

ମୁମ୍ବାଇ,୧୨।୧୧-ଭାରତୀୟ ନୌସେନାରେ ଗୁରୁବାର ସାମିଲ ହୋଇଛି ବୁଡାଜାହଜ ଓ୍ବାଗିର। ଦକ୍ଷିଣ ମୁମ୍ବାଇ ସ୍ଥିତ ମାଜାଗାଓଁ ଡକ୍‌ ସମୁଦ୍ରତଟରେ ଏହି ବୁଡାଜାହଜ ଜଳାବତରଣ କରିଛି। ଭିଡିଓ କନ୍‌ଫରେନ୍ସିଂ...

ଶ୍ରୀନଗରରେ ହିଂସା ଆଶଙ୍କାରେ ୨ଦିନ କର୍ଫ୍ୟୁ ଜାରି: ରାସ୍ତା ବଜାର ସିଲ୍‌

ଶ୍ରୀନଗର, ୪।୮: ଜମ୍ମୁ-କଶ୍ମୀରରେ ଠିକ୍‌ ବର୍ଷେ ତଳେ କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିଥିଲେ। ୨୦୧୯ ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀର ନିଜର ସ୍ବତନ୍ତ୍ର ରାଜ୍ୟର...

Advertisement
Archives

Model This Week