ଜଲାନ କମିଟି ସୁପାରିସ୍‌ ବୋର୍ଡରେ ଗୃହୀତ;ସରକାରଙ୍କୁ ୧.୭୬ ଲକ୍ଷ କୋଟି ଦେବ ଆର୍‌ବିଆଇ

ମୁମ୍ବାଇ,୨୭-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) କେନ୍ଦ୍ର ସରକାରଙ୍କୁ ବଳକା ପାଣ୍ଠିରୁ ଲାଭାଂଶ ବାବଦରେ ୧.୭୬ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି। ସୋମବାର ଆର୍‌ବିଆଇର କେନ୍ଦ୍ରୀୟ ବୋର୍ଡ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇ ସୁପାରିସକୁ ଅନୁମୋଦନ କରାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଆର୍‌ବିଆଇ ବୋର୍ଡ ଅଫ୍‌ ଡାଇରେକ୍ଟର ସରକାରଙ୍କୁ ୧,୭୬,୦୫୧ କୋଟି ଟଙ୍କା ଲାଭାଂଶ ଦେବାକୁ ଅନୁମୋଦନ କରିଛି। ବଳକା ଲାଭାଂଶ ମଧ୍ୟରୁ ୨୦୧୮-୧୯ ଲାଗି ୧,୨୩,୪୧୪ କୋଟି ଟଙ୍କା ଏବଂ ଅବଶିଷ୍ଟ ୫୨,୬୩୭ କୋଟି ଟଙ୍କା ସଂଶୋଧିତ ପୁଞ୍ଜି ବ୍ୟବସ୍ଥା ସ୍ବରୂପ ପ୍ରଦାନ କରାଯିବ। ୨୦୧୮-୧୯ର ଜିଡିିପିକୁ ହିସାବକୁ ନେଇ ୧.୧୫% ବଳକା ରାଶି ପ୍ରଦାନ କରାଯିବ। ସରକାର ଏହି ଅର୍ଥକୁ ଢ଼ାଞ୍ଚାଗତ ନିର୍ମାଣରେ ବିନିଯୋଗ କରିବେ। ଏହାଦ୍ୱାରା ଅର୍ଥନୀତି ଦୌଡିବା ଦ୍ରୁତତର ହେବ। ସୂଚନାଥାଉ କି, ସରକାରଙ୍କୁ ବଳକା ଅର୍ଥ ପ୍ରଦାନ ନେଇ ଆର୍‌ବିଆଇ ପକ୍ଷରୁ ପୂର୍ବତନ ଗଭର୍ନର ବିମଳ ଜଲାନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ବାରମ୍ବାର ଏହି କମିଟିର କାର୍ଯ୍ୟକାଳ ବୃଦ୍ଧି କରାଯିବା ପରେ ଶେଷରେ ଗତ ସପ୍ତାହରେ କମିଟି ତାଙ୍କର ରିପୋର୍ଟ ରିଜର୍ଭ ବ୍ୟାଙ୍କକୁ ପ୍ରଦାନ କରିଛି। ରିଜର୍ଭ ବ୍ୟାଙ୍କର ବଳକା ଅର୍ଥକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ସହ ତତ୍କାଳୀନ ଆର୍‌ବିଆଇ ଗଭର୍ନର ଉର୍ଜିତ ପଟେଲଙ୍କ ମତଭେଦ ରହିଥିଲା। ଏହି କାରଣରୁ ପଟେଲ ନିଜ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଫ ପାଣ୍ଠିକୁ ଓରିଏଣ୍ଟାଲ ଇନସ୍ୟୁରାନ୍ସର ୧ କୋଟି

ନୂଆଦିଲ୍ଲୀ,୮-୬: ଫନୀ ପ୍ରଭାବିତ ଲୋକଙ୍କ ସହାୟତା ଲାଗି ଓରିଏଣ୍ଟାଲ ଇନସ୍ୟୁରାନ୍ସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି। କମ୍ପାନୀର ଅଧ୍ୟକ୍ଷ...

ମାନ୍ଦାବସ୍ଥା ପ୍ରଭାବ ଶେଷ ହୋଇଛି: ସୀତାରାମନ

ନୂଆଦିଲ୍ଲୀ,୨୯-୨: ଦେଶ ମଧ୍ୟରେ ମାନ୍ଦାବସ୍ଥାର ପ୍ରଭାବ ଶେଷ ହୋଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର କହିଛନ୍ତି। ଚଳିତ ଆର୍ଥତ୍କ ବର୍ଷ ଲାଗି ଦେଶର ବିକାଶ ହାର...

ଏଚ୍‌ସିଏଲ୍‌ ସାମ୍ରାଜ୍ୟ ସମ୍ଭାଳିବେ ରୋଶନୀ ନାଦାର ମାଲହୋତ୍ରା

ନୂଆଦିଲ୍ଲୀ,୧୭।୭: ଦେଶର ପ୍ରମୁଖ ଆଇଟି କମ୍ପାନୀ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ନୂଆ ଅଧ୍ୟକ୍ଷ ଭାବେ ରୋଶନୀ ନାଦାର ମାଲହୋତ୍ରା ଅବସ୍ଥାପିତ ହୋଇଛନ୍ତି। ଭାରତର ସବୁଠାରୁ ଧନୀଶାଳୀ ମହିଳା...

ବିଳମ୍ବ ଜିଏସ୍‌ଟି ଫାଇଲିଂରେ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୩।୬: କରୋନା ଯୋଗୁ ଦେଶ ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ କ୍ଷତିଗ୍ରସ୍ତ ହୋଇଛି। କାରବାର ପ୍ରଭାବିତ ହୋଇଥିବା ଲୋକମାନେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଫାଇଲିଂ...

ଅଲ୍‌-ନ୍ୟୁ ବିଏମ୍‌ଡବ୍ଲ୍ୟୁ ଏମ୍‌୪ କମ୍ପିଟିଶନ କୁପେର ଶୁଭାରମ୍ଭ

ଭୁବନେଶ୍ୱର,୧୨।୨: ବିଏମ୍‌ଡବ୍ଲ୍ୟୁ ଗ୍ରୁପ୍‌ ଇଣ୍ଡିଆ ପକ୍ଷରୁ ନିକଟରେ ଏହାର ଅଲ-ନ୍ୟୁ ବିଏମ୍‌ଡବ୍ଲ୍ୟୁ ଏମ୍‌୪ କମ୍ପିଟିଶନ କୁପେର ଶୁଭାରମ୍ଭ କରାଯାଇଛି। ଏହି ପେସ୍‌-ସେଟିଂ ହାଇ-ପରଫରମାନ୍ସ ସ୍ପୋର୍ଟସ କାର୍‌...

ନୀତା ଅମ୍ବାନୀ ବୋହୂ ଶ୍ଲୋକାଙ୍କୁ ମୁଁହ ଦେଖାରେ ଦେଇଥିଲେ ଏହି ଉପହାର: ଶୁଣିଲେ ଉଡିଯିବ ହୋସ୍‌

ଦେଶର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଆକାଶଙ୍କର ଗତ ବର୍ଷ ମାର୍ଚ୍ଚ ୯ ତାରିଖରେ ବିବାହ ଅନୁଷ୍ଠିତ ହୋଇଥିଲା।...

ବଜାର ପୁଞ୍ଜୀକରଣରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରେକର୍ଡ

ମୁମ୍ବାଇ, ୧୧।୯ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌) ବଜାର ମୂଲ୍ୟାୟନରେ ନୂଆ ରେକର୍ଡ ସୃଷ୍ଟି କରିଛି। ପ୍ରଥମ ଭାରତୀୟ ସୂଚୀଭୁକ୍ତ କମ୍ପାନୀ ଭାବେ ରିଲାଏନ୍ସ ୨୦୦...

ଆଇଟି ରିଟର୍ନ ଅବଧି ବୃଦ୍ଧି ହେଉ: ଅର୍ଥମନ୍ତ୍ରୀଙ୍କୁ ଟୁଇଟ୍‌ କରି ଜଣାଇଲେ ସମସ୍ୟା

ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ବର ୩୧ ତାରିଖରେ ଆୟକର ଦାଖଲ କରିବାର ଶେଷ ତାରିଖ ହୋଇଥିବାରୁ ଟିକସଦାତାଙ୍କ ପ୍ରବଳ ଭିଡ଼ ବିଭିନ୍ନ ଆଇଟି ରିଟର୍ନ ସେଣ୍ଟର ଓ...

Advertisement
Archives

Model This Week