Posted inଜାତୀୟ

ଜମ୍ମୁ-କଶ୍ମୀର ସରପଞ୍ଚମାନଙ୍କୁ ଭେଟିଲେ ଉପରାଷ୍ଟ୍ରପତି: ପଞ୍ଚାୟତକୁ ଦିଆଯିବ ଅଧିକ କ୍ଷମତା

ନୂଆଦିଲ୍ଲୀ, ୧୧ା୯ (ପି.ଟି.): ଏଣିକି ଜମ୍ମୁ-କଶ୍ମୀରର ପଞ୍ଚାୟତଗୁଡ଼ିକୁ ଅଧିକ କ୍ରିୟାଶୀଳ କରାଯିବ। ସେଗୁଡ଼ିକର ବିକାଶ ଓ ଆର୍ଥକ କ୍ଷମତା ବୃଦ୍ଧି କରାଯିବ ବୋଲି ଉପରାଷ୍ଟ୍ରପତି ଭେଙ୍କାୟା ନାଇଡ଼ୁ କହିଛନ୍ତି। ମଙ୍ଗଳବାର ଜମ୍ମୁ-କଶ୍ମୀରରୁ ଆସିଥିବା ସରପଞ୍ଚ ଓ ପ୍ରତିନିଧୀମାନଙ୍କୁ ଭେଟି ସେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି। ଜମ୍ମୁ-କଶ୍ମୀରବାସୀଙ୍କ ବିକାଶ ପ୍ରତି ଅଧିକ ଧ୍ୟାନ ଦେବା ଲାଗି ସେ ଲୋକପ୍ରତିନିଧୀମାନଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାର ଏଥିଲାଗି ବହୁ ପଦକ୍ଷେପ ଗ୍ରହଣ କରୁଥିବା ସେ ପ୍ରକାଶ କରିଛନ୍ତି। ପଞ୍ଚାୟତିରାଜ ଅନୁଷ୍ଠାନକୁ ଅଧିକ ଆର୍ଥତ୍କ କ୍ଷମତା ପ୍ରଦାନ, ବିଭିନ୍ନ କର ସଂଗ୍ରହ ସହ ପ୍ରାକୃତିକ ସମ୍ପଦର ସୁବିନିଯୋଗ, ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ସେ ଆଲୋଚନା କରିଥିଲେ। ୩୭୦ ଧାରା ଉଚ୍ଛେଦ ପରେ ପଞ୍ଚାୟତକୁ ସେଠାରେ ଅଧିକ ୧୦ ଗୁଣ ଆର୍ଥିକ କ୍ଷମତା ପ୍ରଦାନ କରାଯାଇଥିବା ଉପରାଷ୍ଟ୍ରପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟର ମୋଢେରା ପ୍ରଥମ ସୌର ବିଦ୍ୟୁତ ଚାଳିତ ଗାଁ, ଯୋଡି ହେବ ଐତିହାସିକ ସଫଳତା…

ଅହମଦାବାଦ,୯।୧୦ : ଚାଲୁକ୍ୟ ରାଜବଂଶ ଦ୍ୱାରା ନିର୍ମିତ ସୂର୍ଯ୍ୟ ମନ୍ଦିର ପାଇଁ ପ୍ରସିଦ୍ଧ ଗୁଜରାଟର ମେହସାଣାର ମୋଢେରା ଗାଁ ନାମରେ ରବିବାର ସନ୍ଧ୍ୟାରେ ଏକ ଐତିହାସିକ...

ଜମ୍ମୁ-କଶ୍ମୀର ହେବ ସର୍ବବୃହତ୍‌ କେନ୍ଦ୍ରଶାସିତ ଅଞ୍ଚଳ

ନୂଆଦିଲ୍ଲୀ,୬ା୮(ପି.ଟି.): କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରିବା ସହ ୩୭୦ ଧାରା ଉଚ୍ଛେଦ କରିଛନ୍ତି। ଜମ୍ମୁ-କଶ୍ମୀର ଓ ଲଦାଖ୍‌କୁ ଅଲଗା କରାଯାଇ ଦୁଇଟି କେନ୍ଦ୍ର...

ଆଜମ୍‌ ଖାନ୍‌ଙ୍କ ବିଧାୟକ ପଦ ଗଲା

ଲକ୍ଷ୍ନୌ,୨୯ା୧୦(ପି.ଟି.): ଘୃଣା ମନ୍ତବ୍ୟ ମାମଲାରେ ଦୋଷୀସାବ୍ୟସ୍ତ ହେବା ସହ ୩ ବର୍ଷ ଜେଲଦଣ୍ଡ ପାଇଥିବା ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ୍‌ଙ୍କୁ ଶୁକ୍ରବାର ଉତ୍ତରପ୍ରଦେଶ...

ପରଫ୍ୟୁମ୍‌-ଡିଓ ବି ମଶାଙ୍କୁ କରେ ଆକୃଷ୍ଟ…

କେତେକ ବ୍ୟକ୍ତିଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ମଶା କାମୁଡ଼ନ୍ତି। ଏହା ସ୍ଥଳ ବିଶେଷରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ଲଡ୍‌ ଗ୍ରୁପ୍‌ ଉପରେ ନିର୍ଭର କରିଥାଏ। ତେବେ ପରଫ୍ୟୁମ୍‌,...

କର୍ନାଟକ ନିର୍ବାଚନ ପୂର୍ବରୁ କଂଗ୍ରେସ ବିରୋଧରେ ବଜରଙ୍ଗ ଦଳର ପ୍ରଦର୍ଶନ

ବେଙ୍ଗାଲୁରୁ,୯।୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଅର୍ଥାତ୍‌ ୧୦ ମେ’ରେ ଭୋଟ ଗ୍ରହଣ ହେବାକୁ ଯାଉଛି। ଏହାର ଠିକ ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର...

ମହାରାଷ୍ଟ୍ରରେ ଏନ୍‌ଡିଏ, ହରିୟାଣାରେ ଝୁଲା

ନୂଆଦିଲ୍ଲୀ,୨୫-୧୦(ପି.ଟି.):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ଭାଜପା-ଶିବସେନା ମେଣ୍ଟକୁ ପୁଣିଥରେ ସରକାର ଗଠନ ପାଇଁ ସ୍ପଷ୍ଟ ଜନାଦେଶ ମିଳିଥିବାବେଳେ ହରିୟାଣାରେ ଗୈରିକ ଦଳ ସବୁଠୁ ବଡ଼ ଦଳ...

ଭର୍ତ୍ତୃହରିଙ୍କୁ ମିଳିବ ସଂସଦରତ୍ନ ପୁରସ୍କାର

ଚେନ୍ନାଇ, ୨୫ା୬: ବିଜେଡି ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ସମେତ ପାର୍ଲାମେଣ୍ଟର ୧୦ ସଦସ୍ୟଙ୍କୁ ୨୦୨୦ର ସଂସଦରତ୍ନ ପୁରସ୍କାର ଦିଆଯିବ। ସପ୍ତଦଶ ଲୋକ ସଭାର ପ୍ରଥମ ବର୍ଷରେ...

୧୮ ସପ୍ତାହରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୯୦ ହଜାର ଟପିଲା

ନୂଆଦିଲ୍ଲୀ,୧।୬: ଭାରତରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଦେଶରେ ଗତ ୧୮ ସପ୍ତାହ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ...

Advertisement
Archives

Model This Week