ଜମ୍ମୁ-କଶ୍ମୀରରେ ହେବ ନିଯୁକ୍ତି ବର୍ଷା;ସରକାରଙ୍କୁ ସମର୍ଥନ ଜଣାଇଲା ସିଆଇଆଇ

ନୂଆଦିଲ୍ଲୀ,୧୦-୮: ଦେଶର ଉଦ୍ୟୋଗ ସଂଗଠନ କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ଜମ୍ମୁ-କଶ୍ମୀରରେ ନିବେଶ ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସକୁ ସମର୍ଥନ ଜଣାଇଛି। ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ସହ ସିଆଇଆଇ ପ୍ରତିନିଧିଙ୍କ ବୈଠକରେ ଏ ସମ୍ପର୍କରେ ମତପ୍ରକାଶ ପାଇଛି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ଦୁଇଟି କେନ୍ଦ୍ରଶାସିତ ପ୍ରଦେଶରେ ଶିଳ୍ପ ପ୍ରତିଷ୍ଠା ଜରିଆରେ ସ୍ଥାନୀୟ ଯୁବତୀଯୁବକଙ୍କୁ ଅଧିକ ନିଯୁକ୍ତି ଦେବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏମ୍‌ଡି ତଥା ସିଇଓ ଏବଂ ସିଆଇଆଇର ମନୋନୀତ ପ୍ରେସିଡେଣ୍ଟ ଉଦୟ କୋଟାକ କହିଛନ୍ତି ଯେ, ଜମ୍ମୁ-କଶ୍ମୀରର ପ୍ରତ୍ୟେକ କ୍ଷେତ୍ରରେ ନିବେଶ ବୃଦ୍ଧି କରିବାକୁ ପ୍ରୟାସ ହେବ। ଅନ୍ୟପକ୍ଷରେ ଅର୍ଥମନ୍ତ୍ରୀ ସୀତାରାମନଙ୍କ ସହ ସିଆଇଆଇ ନ୍ୟାଶନାଲ କାଉନସିଲର ଆଲୋଚନା ଶେଷ ପରେ ମେଦାନ୍ତ ଗ୍ରୁପ୍‌ ଅଧ୍ୟକ୍ଷ ନରେଶ ତ୍ରେହନ କହିଛନ୍ତି ଯେ, ଆଗାମୀ ଦିନରେ ଜମ୍ମୁ-କଶ୍ମୀରରେ ଉନ୍ନତ ସ୍ବାସ୍ଥ୍ୟ ସେବା ଦେଖିବାକୁ ମିଳିବ। ହେଲଥକେୟାର ସେକ୍ଟରରେ ଭାରି ମାତ୍ରାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଉପତ୍ୟକାରେ ୨ ହଜାର ଶଯ୍ୟାବିଶିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ହେଲେ ତୁରନ୍ତ ୩୪ ହଜାର ଲୋକଙ୍କୁ ନିଯୁକ୍ତି ମିଳିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳତାରୁ ପଡ଼ିଥିଲା ଡିଲରଶିପ୍‌ର ମୂଳଦୁଆ

ଏକ ବ୍ୟବସାୟିକ ପରିବାରରେ ଜନ୍ମ ହୋଇଥିବାରୁ ବ୍ୟବସାୟ ପ୍ରତି ଦୁର୍ବଳତା ଥିଲା। ହେଲେ ଅନୁଗୋଳ କଲେଜରେ ବି.କମ୍‌ ପଢ଼ିବା ସମୟରେ ବଜାଜ୍‌ର ସୁପର ସ୍କୁଟର କିଣିବା...

ଝାଡ଼ୁ କିଣିବାକୁ ଶୁଭ ମନେ କରାଯାଏ

ଧନତେରସ ଦିନରେ ଝାଡ଼ୁ କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ଝାଡ଼ୁ କିଣିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ...

ପରିବାର ସହ ଲଣ୍ଡନ ଚାଲିଯିବେ ମୁକେଶ ଅମ୍ବାନୀ, ୩୦୦ ଏକର ଜମିରେ ନିର୍ମାଣ କରୁଛନ୍ତି ବଙ୍ଗଳା !

ନୂଆଦିଲ୍ଲୀ,୫।୧୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଚେୟାରମ୍ୟାନ୍‌ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ନିଜ ତଥା ପରିବାର ଲାଗି ଦ୍ୱିତୀୟ ଘର ନିର୍ମାଣ...

ଅମ୍ବାନୀ ପରିବାରର ବଡ଼ ବୋହୂ ସଙ୍ଗୀତ ସେରିମନିରେ ପିନ୍ଧିଥିଲେ ‘ଲଭ୍‌ ଷ୍ଟୋରୀ ଲେହେଙ୍ଗା’, ଜାଣନ୍ତୁ ଏହା ପଛର କାହାଣୀ…

୯ ମାାର୍ଚ୍ଚ ୨୦୧୯ରେ ଅମ୍ବାନୀ ପରିବାର ସେମାନଙ୍କ ବଡ଼ ବୋହୁ ଶ୍ଲୋକା ମେହେଟ୍ଟାଙ୍କୁ ଘରକୁ ସ୍ବାଗତ କରିଥିଲେ। ଏହି ବିବାହ ସାଧାରଣ ବିବାହ ନ ଥିଲା।...

ରିଅଲ୍‌ମିର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୧୦।୧: ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ରିଅଲ୍‌ମିର ନୂତନ ଉତ୍ପାଦ ନିକଟରେ ଉନ୍ମୋଚନ କରାଯାଇଛି। ଏପରିକି ଏହାର ୧୦ସିରିଜ୍‌ରେ ନୂଆ ସ୍ମାର୍ଟଫୋନ୍‌ ରିଅଲ୍‌ମି ୧୦ର ମଧ୍ୟ ଶୁଭାରମ୍ଭ ସମ୍ପର୍କରେ...

କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୨.୨ ଲକ୍ଷ କୋଟି କମିଲା

ନୂଆଦିଲ୍ଲୀ,୧।୩: ଭାରତୀୟ ପୁଞ୍ଜି ବଜାରର ସବୁଠାରୁ ୧୦ ମୂଲ୍ୟବାନ କମ୍ପାନୀ ମଧ୍ୟରୁ ୯ କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୨.୨ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଛି।...

ହିନ୍ଦୁ ଦେବଦେବୀଙ୍କୁ ଆମାଜନର ଅପମାନ: ସୋସିଆଲ ମିଡିଆରେ ବିରୋଧ

ନୂଆଦିଲ୍ଲୀ,୧୭।୫: ଇ-କମର୍ସ କମ୍ପାନୀ ଆମାଜନ ସୋସିଆଲ ମିଡିଆରେ ଲୋକଙ୍କ କ୍ରୋଧର ଶିକାର ହୋଇଛି। କମ୍ପାନୀର ଟଏଲେଟ ସିଟ ବିକ୍ରି ହେଉଥିବା ସ୍ଥାନରେ ଟଏଲେଟ କଭର୍‌ ଉପରେ...

‘କ୍ୟାନ୍‌ସର ସର୍ଜରି ଏକ ଜଟିଳ ପ୍ରଣାଳୀ’

କଟକ,୨୨ା୩: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା କଟକ ତେଲଙ୍ଗାପେଣ୍ଠସ୍ଥିତ ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲ ପକ୍ଷରୁ ନିକଟରେ ଏକ କ୍ୟାନ୍‌ସର ସର୍ଜରି କର୍ମଶାଳା ଆୟୋଜିତ...

Advertisement
Archives

Model This Week