Posted inଜାତୀୟ

ଜମ୍ମୁ-କଶ୍ମୀରରେ ପ୍ରବଳ ତୁଷାରପାତ : ଶ୍ରୀନଗରରେ ଯାତାୟାତ, ମୋବାଇଲ ସେବା ବ୍ୟାହତ

ଶ୍ରୀନଗର,୭।୧୧: ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଗୁରୁବାର ପ୍ରବଳ ତୁଷାରପାତ ହୋଇଛି। ସକାଳୁ ପ୍ରବଳ ବରଫପାତ ହୋଇଥିବାରୁ ପ୍ରଖ୍ୟାତ ପର୍ଯ୍ୟଟନସ୍ଥଳୀ ଗୁଲମର୍ଗର ବିଭିନ୍ନ ସ୍ଥାନ ଓ ପାହାଡଗୁଡ଼ିକରେ ବରଫ ଚାଦର ଆସ୍ତରଣରେ ଆଚ୍ଛାଦିତ ହୋଇଯାଇଛି। ଏହାରି ଭିତରେ ଶ୍ରୀନଗରରେ ତୁଷାରପାତ ଯୋଗୁ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତାରେ ପଡ଼ିରହିଥିବାରୁ ହାଇଓ୍ବେ ଜାମ୍‌ ହୋଇଯାଇଛି। ଏଥିସହ ଜମ୍ମୁ ଓ ଶ୍ରୀନଗର ମଧ୍ୟରେ ସମସ୍ତ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଛି। କେବଳ ସେତିକି ନୁହେଁ ବହୁ ଅଞ୍ଚଳରେ ମୋବାଇଲ ସେବା ମଧ୍ୟ ବ୍ୟାହତ ରହିଛି। ଫଳରେ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ସୂଚନାଯୋଗ୍ୟ, କଶ୍ମୀର ଘାଟିରେ ୩ମାସ ପରେ ନଭେମ୍ବର ୧୧କୁ ରେଲଓ୍ବେ ସେବା ଆରମ୍ଭ କରିବାକୁ ଯୋଜନା କରାଯାଇଥିଲା। କିନ୍ତୁ ଏଠାରେ ଯେଉଁଭଳି ପାଗ ରହିଛି, ଲାଗୁଛି ଏହା ରେଲଓ୍ବେ ସେବା ଉପରେ ମଧ୍ୟ ପ୍ରଭାବ ପକାଇବ। ଅନ୍ୟପଟେ ଚଳିତ ବର୍ଷର ପ୍ରଥମ ତୁଷାରପାତକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି। ବରଫ ଚାଦର ଆସ୍ତରଣରେ ଢ଼ାଙ୍କିହୋଇଥିବା ପ୍ରାକୃତିକ ଦୃଶ୍ୟର ମଜା ଉଠାଇଛନ୍ତି ପର୍ଯ୍ୟଟକ।


Enter your email to get our daily news in your inbox.

All Right Reserved By Dharitri.Com

କୁମାରସ୍ବାମୀ ସରକାରଙ୍କ ସ୍ଥିତି ଟଳମଳ: ଗୁରୁବାର ଭାଗ୍ୟ ନିର୍ଦ୍ଧାରଣ

ବେଙ୍ଗାଲୁରୁ,୧୭।୭: କର୍ନାଟକ ରାଜନୀତିରେ ଘଣ୍ଟାକେ ଘୋଡା ଛୁଟୁଛି। କଂଗ୍ରେସ-ଜେଡିଏସ ମେଣ୍ଟର ୧୫ ବିଧାୟକ ଇସ୍ତଫା ଦେବାପରେ ରାଜନୀତି ଗୋଳିଆ ହୋଇଯାଇଛି। ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ଭାଗ୍ୟ ଏବେ...

ସବୁବେଳେ ସୋନିଆଙ୍କୁ ସାକ୍ଷାତ୍‌ କରିବା କ’ଣ ଜରୁରୀ, ଦିଦିଙ୍କ ପ୍ରଶ୍ନ…

କୋଲକାତା,୨୫।୧୧: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାତୀୟସ୍ତରରେ ତାଙ୍କ ଦଳ ତୃଣମୂଳ କଂଗ୍ରେସ(ଟିଏମସ)କୁ ବିସ୍ତାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏଥି ଲାଗି ଅନ୍ୟ...

ଏହି କୋଭିଡ୍‌ ଭ୍ୟାରିଆଣ୍ଟ୍‌ ଦେଶରେ ରଚିଛି ତାଣ୍ଡବ…

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ସ୍ଥିତିରେ ପହଞ୍ଚିଛି। ଦେଶରେ କରୋନାର ବି-୧-୬୧୮ ଭ୍ୟାରିଆଣ୍ଟ୍‌ ତାଣ୍ଡବ ରଚିଛି ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି। ଏହାକୁ...

ପ୍ରସବ ସମୟରେ ଅଘଟଣ: ଡାକ୍ତର ନିଲମ୍ବିତ

ହାଇଦ୍ରାବାଦ,୨୩।୧୨: ତେଲଙ୍ଗାନା ନାଗରକୁରନୁଲ ଜିଲା ଅଛମପେଟରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ପ୍ରସବ ସମୟରେ ନବଜାତ ଶିଶୁର ମୁଣ୍ଡ କଟିଯାଇଥିବା ବେଳେ...

ମା’ ଚାଲିଯିବା ପରେ ଗୀତାଙ୍କ ଆଖିରେ ଲୁହ

ନୂଆଦିଲ୍ଲୀ, ୭।୮: ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ବହିର୍ବ୍ୟାପାର ମନ୍ତ୍ରୀ ଥିବା ସୁଷମା ସ୍ବରାଜ ନିଜ କାର୍ଯ୍ୟକାଳ ଏମିତି କିଛି କାମ କରିଛନ୍ତି, ଯାହାକୁ ଲୋକେ...

ସନ୍ଧ୍ୟାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବରାଜ!

ଭୋପାଳ,୨୩।୩: କରୋନା ଭାଇରସକୁ ନେଇ ସାରା ଦେଶ ଚିନ୍ତାରେ ଥିବା ବେଳେ ଏପଟେ ମଧ୍ୟପ୍ରଦେଶ ରାଜନୀତି ହୋଇଛି ସରଗରମ। ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା...

ଆଙ୍ଗଲିଙ୍ଗ୍‌ ଗାଁକୁ ଚାଇନାର ଭୟ: ପ୍ରତିଘରେ ସିକ୍ରେଟ ଫୋର୍ସ ସଦସ୍ୟ

ଲେହ, ୧୪।୯: ପୂର୍ବ ଲଦାଖରେ ଏଲ୍‌ଏସି ଅଞ୍ଚଳରେ ଚାଇନା ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଛି। ଭାରତୀୟ ସୀମା ମଧ୍ୟରେ ଅନୁପ୍ରବେଶ କରିବାକୁ ଚାଇନାର ପିପୁଲସ୍‌ ଲିବରେଶନ୍‌...

ସୀତାପୁରରେ ପହଞ୍ଚିଲେ ରାହୁଲ

ଲକ୍ଷ୍ନୌ,୬।୧୦: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ବୁଧବାର ସନ୍ଧ୍ୟାରେ...

Advertisement
Archives

Model This Week