ଜମିବାଡ଼ି ବିବାଦ ନେଇ ଆକ୍ରମଣ, ୬ ଗିରଫ

ନିମାପଡ଼ା,୧୧ା୫(ଡି.ଏନ.ଏ): ନିମାପଡ଼ା ଥାନା ଅନ୍ତର୍ଗତ ଶଗଡ଼ା ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ସୋମବାର ଦୁଇ ପରିବାର ମଧ୍ୟରେ ମରଣାନ୍ତକ ଆକ୍ରମଣ ହୋଇଛି। ଏ ନେଇ ଉଭୟ ପରିବାରର ଅଭିଯୋଗକ୍ରମେ ପୋଲିସ ୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଉଭୟ ପରିବାରର ରବି ଦାସ, ଟିକି ଦାସ, ସୁକୁଟା ଦାସ, ସନାତନ ଦାସ, ସଖିନା ଦାସ, ବିଉସୀ ଦାସ। ଏ ଘଟଣାରେ ପୋଲିସ ନଂ.୧୦୨/୨୦ ଓ ୧୦୩/୨୦ରେ ପୃଥକ ଭାବେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, ଟିକି ଓ ସଖିନାଙ୍କ ମଧ୍ୟରେ ଏକ ଜମିବାଡ଼ିକୁ ନେଇ ସୋମବାର କଥା କଟାକଟି ହୋଇଥିଲା। ଏଥିରେ ଉଭୟ ଉତ୍ତ୍ୟକ୍ତ ହେବାରୁ ସେମାନଙ୍କ ପରିବାର ସଦସ୍ୟ ଆସି ମାରଣାସ୍ତ୍ର ଦ୍ୱାରା ପରସ୍ପର ମଧ୍ୟରେ ଆକ୍ରମଣ କରିଥିଲେ। ଏଥିରେ ଉଭୟ ପରିବାରର ସଖିନା, ମୂଷି, ସନାତନ ଓ ରବି ଗୁରୁତର ହୋଇ ନିମାପଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପରେ ଉଭୟ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚିତ୍ରରେ ସଚେତନତାର ବାର୍ତ୍ତା

ହାଟଡିହୀ, ୭।୫(ଡି.ଏନ.ଏ.)-କରୋନା ରୋଗକୁ ମୁକାବିଲା ଲାଗି ସମଗ୍ର ବିଶ୍ୱ ଏବେ ଏକଜୁଟ ହୋଇଛି। ସମସ୍ତେ ସାହାଯ୍ୟ ଓ ସହାୟତାର ହାତ ବଢ଼ାଉଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର...

୧୭ ଦିନରେ ମୋଦି ସେନାର ଅନଶନ

ଚାନ୍ଦବାଲି, ୨୬।୭ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲିର କେତେକ ସମସ୍ୟାର ସମାଧାନ ପାଇଁ ୫ଟି ଦାବି ନେଇ ମୋଦି ସେନା ସେବା ସଂଘ ପକ୍ଷରୁ ତହସିଲ...

ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ଚିନ୍ତା: ଅସ୍ତରଙ୍ଗ ଦେବୀମୁହାଁଣରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ମାଛଧରା ବନ୍ଦ

କାକଟପୁର,୧।୧୧(ଡି.ଏନ୍‌.ଏ.): ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ଶୁକ୍ରବାରଠାରୁ ଅସ୍ତରଙ୍ଗ ଦେବୀମୁହାଁଣଠାରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ମାଛ ଧରା ଉପରେ ସରକାର କଟକଣା ଜାରି...

୨୭ରୁ ବ୍ରହ୍ମପୁର ୪ଦିନିଆ ଶଟ୍‌ଡାଉନ୍‌

ଛତ୍ରପୁର,୨୬ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୭ରୁ ୩୦ ତାରିଖ (୪ଦିନ) ପର୍ଯ୍ୟନ୍ତ ବ୍ରହ୍ମପୁର...

ସୁରକ୍ଷାରେ ‘ଡ୍ରୋନ୍‌’ ସହାୟତା

ଢେଙ୍କାନାଳ ଅଫିସ,୨ା୩ – ଜଙ୍ଗଲ ନିଆଁ ରୋକିବାରେ ଡ୍ରୋନ୍‌ କରୁଛି ବଡ଼ ସହାୟତା। କେଉଁ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି ତାହାର ଫଟୋ ଉଠାଇ ପଠାଉଛି ବନ...

ଆରଡିରେ ୪୦ ହଜାର କାଉଡ଼ିଆଙ୍କ ଜଳଲାଗି

ଆରଡି,୫ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରମୁଖ ଶୈବପୀଠ ଆରଡ଼ିରେ ଶ୍ରାବଣ ମାସ ୩ୟ ସୋମବାରରେ ହଜାର ହଜାର କାଉଡ଼ିଆ ଜଳଲାଗି କରିଛନ୍ତି। ଭିଡ଼କୁ ଦୃଷ୍ଟିରେ ରଖି ଜିଲା...

ହିଙ୍ଗୁଳା ଲୋକ ମହୋତ୍ସବ: ମନମୋହିଲା ଶିବ ତାଣ୍ଡବ, ଗଣେଶ ବନ୍ଦନା

ତାଳଚେର,୨୦।୪(ନି.ପ୍ର.)- ଅନୁଗୋଳ ଜିଲା ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଅବସରରେ ଚାଲିଥିବା ୧୮ତମ ଲୋକ ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଜନସମାଗମ...

କୁକୁର କାମୁଡ଼ାରେ ଶିଶୁକନ୍ୟା ମୃତ, ୧୨ ଗୁରୁତର

ବଲାଙ୍ଗୀର ଅଫିସ, ୧୪ା୧୦: ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ବାଲିପଟା ଓ ସାନକଲଙ୍ଗାପାଲି ଗଁାରେ ଗୁରୁବାର ବୁଲା କୁକୁର ଆତଙ୍କରେ ଅଭାବନୀୟ ପରିସ୍ଥିତି ସୃଷ୍ଟି...

Advertisement
Archives

Model This Week