ଜବରଦସ୍ତ ଟଙ୍କା ମାଗି ଜେଲ ଗଲେ ୩ କିନ୍ନର

ଭୁବନେଶ୍ୱର,୧୧।୧୧(ବ୍ୟୁରୋ) : ଆଇଜି ପାର୍କ ଭିତରେ ଲୋକମାନଙ୍କୁ ଧମକ ଚମକ ଦେଇ ଜବରଦସ୍ତ ଟଙ୍କା ମାଗୁଥିବା ୩ଜଣ କିନ୍ନରଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ ଖଣ୍ଡଗିରି ଥାନା ଅଧୀନ ଓଁକାର ବସ୍ତି ଅଞ୍ଚଳରେ ରହୁଥିବା ବି.ତୋଫାନ ବାରିକ ଓରଫ ବି.ଆକାଂକ୍ଷା ବାରିକ, ନୟାପଲ୍ଲୀ ଥାନା ଗଣପତି ବସ୍ତି ଅଞ୍ଚଳରେ ରହୁଥିବା ନାରାୟଣ ଚୌଧୁରୀ ଓରଫ ଜମୁନା ଓ ସାଗର ବେହେରା ଓରଫ ଗଙ୍ଗା। ସୂଚନା ମୁତାବକ ଆଇଜି ପାର୍କକୁ ଯାଉଥିବା ଲୋକଙ୍କୁ କିନ୍ନରମାନେ ବାରମ୍ବାର ହଇରାଣ କରିବା ସହ ଟଙ୍କା ମାଗିବା ନେଇ ଥାନରେ ଅଭିଯୋଗ ହେଉଛି। ପ୍ରାୟ ୧ ମାସ ହେବ ବିଭିନ୍ନ ସମୟରେ ପୋଲିସ ପାର୍କରେ ଟଙ୍କା ମାଗୁଥିବା କିନ୍ନରମାନଙ୍କୁ ତାଗିତ କରିବା ସହ ପାର୍କରୁୁ ବାହାର କରୁଛି। ମାତ୍ର ଶନିବାର ପାର୍କରେ ବୁଲୁଥିବା ୫ କିନ୍ନର ଜଣେ ଦମ୍ପତିଙ୍କୁ ଟଙ୍କା ମାଗିଥିଲେ। ସେମାନେ ନ ଦେବାରୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ସେତେବେଳେ ୨ଜଣ କିନ୍ନର ସେଠାରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ୩ ଜଣଙ୍କୁ ଧରିଥିଲା। ଏ ନେଇ ପୋଲିସ ନଂ.୪୧୩/୧୯ରେ ଏକ ମାମଲା ରୁଜୁ କରି ପଚରାଉଚରା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁୁ ଅଭିଯୁକ୍ତମାନଙ୍କୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା: ପ୍ରଥମ ଥର ପାଇଁ ଛୁଇଁଲା ଏହି ଦୁଇ ଜିଲାକୁ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ରାଜ୍ୟରେ ଆଉ ୧୦ ମୁଣ୍ଡ ନେଇଛି କରୋନା। ରବିବାର ଭଦ୍ରକର ଜଣେ ୭୫ ବର୍ଷୀୟ ବୃଦ୍ଧା, ଭୁବନେଶ୍ୱରର ୩୨ ବର୍ଷର ଜଣେ ମହିଳା, ୫୫...

କରୋନା ନେଇ ଗୁଜବ ପ୍ରଚାର କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଭୁବନେଶ୍ୱର,୧।୪(ବ୍ୟୁରୋ): ଦେଶ, ସମାଜ ଏବଂ ରାଜ୍ୟ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି। ଆଗାମୀ ଦିନରେ କରେନା ସହ ଲଢ଼ିବା ପାଇଁ ପ୍ରତିଟି ବୁନ୍ଦା...

ଆଜି ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୬(ବ୍ୟୁରୋ): ଆଜି ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନ ସାଢେ ୧ଟାରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯିବେ। ସେଠାରୁ ୨୦ତାରିଖ ୪ଟା ୧୫...

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ: ମୋଟ ଆରୋଗ୍ୟ ସଂଖ୍ୟା ୬୨ରେ ପହଞ୍ଚିଲା

ଭୁବନେଶ୍ୱର,୭।୫(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ସେ ଭୁବନେଶ୍ୱରର ବୋଲି ଜଣାପଡ଼ିଛିି। ତେବେ ତାଙ୍କୁ ମିଶାଇ ରାଜ୍ୟରେ ୬୨ଜଣ ସୁସ୍ଥ...

ଗଣତନ୍ତ୍ରକୁ ବିପଦ ମୁହଁକୁ ଠେଲିଦେଉଛନ୍ତି ମୋଦି: କଂଗ୍ରେସ

ଭୁବନେଶ୍ବର, ୨୬।୪(ବ୍ୟୁରୋ): ଦେଶର ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନ ଏବେ ବିପଦଗ୍ରସ୍ତ। ନରେନ୍ଦ୍ର ମୋଦି ସରକାର ଏହି ୯ ବର୍ଷରେ ଭାରତ ବର୍ଷର ଗଣତାନ୍ତ୍ରିକ ବ୍ୟବସ୍ଥାକୁ...

ବମିଖାଲ ଓଭର ବ୍ରିଜ୍‌ ଭୁଶୁଡ଼ିବା ଘଟଣା: କଳାତାଲିକାଭୁକ୍ତ ରାୟକୁ କୋହଳ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୨: ୨୦୧୭ ସେପ୍ଟେମ୍ବର ୧୦ରେ ଭୁଶୁଡ଼ି ପଡ଼ିଥିବା ଭୁବନେଶ୍ୱର ବମିଖାଲ ଓଭର ବ୍ରିଜ୍‌ର ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନ୍‌ପ୍ରା ପ୍ରୋଜେକ୍ଟକୁ ସୁପ୍ରିମକୋର୍ଟରୁ ଗୁରୁବାର ଆଶ୍ୱସ୍ଥି ମିଳିଛି।...

ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରୁ ପାଣି ଉଠାଇଲେ କାଉଡ଼ିଆ

କୋଣାର୍କ, ୨୮।୭(ଡି.ଏନ୍‌.ଏ.)-ମାନସିକ ବ୍ରତକୁ ସଫଳ କରିବା ନେଇ ହଜାର ହଜାର କାଉଡ଼ିଆ ରବିବାର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରୁ ପାଣିଭାର ଉଠାଇ ଶୈବପୀଠ ଅଭିମୂଖେ ଯାତ୍ରା ଆରମ୍ଭ...

ପଟ୍ଟନାୟିକିଆ ଛକରେ ତିନିଭାଇଙ୍କ ହତ୍ୟା ଘଟଣା:ଅଭିଯୁକ୍ତଙ୍କୁ ଧରିବାକୁ ୩ ସ୍ବତନ୍ତ୍ର ଟିମ୍‌ର ଚଢ଼ାଉ

ସାକ୍ଷୀଗୋପାଳ,୧୬।୭(ଡି.ଏନ୍‌.ଏ.):ପୁରୀ ଜିଲା ସତ୍ୟବାଦୀ ଥାନା ପଟ୍ଟନାୟିକିଆ ଛକରେ ରବିବାର ଅପରାହ୍ନରେ ଘଟିଥିବା ଟ୍ରିପଲ ମର୍ଡର ଘଟଣାରେ ସତ୍ୟବାଦୀ ଥାନା ପୋଲିସ ସୋମବାର ୪ ଜଣଙ୍କୁ ଥାନାରେ...

Advertisement
Archives

Model This Week