ଜନ୍ମାଷ୍ଟମୀ ଲାଗି ସାକ୍ଷୀଗୋପାଳ ମନ୍ଦିର ଚଳଚଞ୍ଚଳ

ସାକ୍ଷୀଗୋପାଳ, ୨୨।୮(ଡି.ଏନ୍‌.ଏ.)-ସାକ୍ଷୀଗୋପାଳ ମନ୍ଦିରରେ ଶୁକ୍ରବାର ଶ୍ରୀକୃଷ୍ଣ ଜନ୍ମୋତ୍ସବ ସମାରୋହରେ ପାଳିତ ହେବ। ଏଥି ନିମନ୍ତେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ପରମ୍ପରା କ୍ରମେ ମନ୍ଦିରରେ ଶିଶୁ କୃଷ୍ଣଙ୍କ ଜନ୍ମବିଧି ପାଳନ ନିମନ୍ତେ ଅଭିମନ୍ତ୍ରିତ ଜଳ କଳସ ପାଣିପୂଜା ଅନୁଷ୍ଠିତ ହୋଇଛି। ମନ୍ଦିରର ପୁରାଣ ପଣ୍ଡିତ, ପୁରୋହିତ, ପୂଜାପଣ୍ଡା, ପାଳିଆପତ୍ରୀ ଓ ଆପଟ ସେବାୟତ ପାଣିପୂଜାରେ ସାମିଲ ହୋଇଥିଲେ। ପ୍ରତିବର୍ଷ ପରି ମନ୍ଦିର ସିଂହଦ୍ୱାର ସମ୍ମୁଖରେ ସେବାୟତ ସଂଘ ଆନୁକୂଲ୍ୟରେ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ଯଜ୍ଞ ମଣ୍ଡପରେ ବୈଦିକ ବ୍ରହ୍ମଣ ମଣ୍ଡଳୀ ଅଧିବାସ, ମଣ୍ଡପ ସଂସ୍କାର, ଘଟ ସ୍ଥାପନ ଓ ଅଗ୍ନି ସ୍ଥାପନ କରିଛନ୍ତି। ଅଧ୍ୟାତ୍ମିକ ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ଆକର୍ଷଣୀୟ ମଞ୍ଚସଜ୍ଜା ଶେଷ ହୋଇଛି। ରବିବାର ନିଶାର୍ଦ୍ଧରେ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା, ଜନ୍ମବିଧି ପାଳନ, କୋରାଭୋଗ ଆଦି ଶିଶୁ କୃଷ୍ଣଙ୍କୁ ଦୋଳାୟମାନ କରାଯିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ସୂଚନାଯୋଗ୍ୟ ସାକ୍ଷୀଦେବାକୁ ବୃନ୍ଦାବନରୁ ଚାଲିଚାଲି ଆସିଥିବା ଗୋପାଳ ସାକ୍ଷୀଗୋପାଳ ଭାବରେ ବିରାଜମାନ ହୋଇଥିବାରୁ ଜନ୍ମାଷ୍ଟମୀ ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କର ସମାଗମ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବରାଳପୋଖରୀରେ ଅଗ୍ନିକାଣ୍ଡ: ଜଳିଗଲା ୨ ବଖରା

ଭଦ୍ରକ ଅଫିସ,୨୧।୧: ଭଦ୍ରକ ଜିଲା ଚରମ୍ପା ବରାଳପୋଖରୀ ଗାଁ ୨ ନମ୍ବର ୱାର୍ଡରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବନ୍ଦନା ବାରିକଙ୍କ ୨...

ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା

କଟକ ଅଫିସ,୨୪ା୫: ମାଟ୍ରିକ ପରୀକ୍ଷା ଢାଞ୍ଚା ବଦଳିଥିବା ବୋର୍ଡ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ବୋର୍ଡ ସଭାପତି ରାମାଶିଷ ହାଜରା ଏକ ପ୍ରେସ୍‌ମିଟ୍‌ରେ ଏହା ପ୍ରକାଶ...

ସହାୟତା ଦେଲେ କେନ୍ଦ୍ରମନ୍ତ୍ରୀ

ସୋର,୪ା୫(ଡି.ଏନ.ଏ.)-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ଲକ୍‌ଡାଉନ୍‌ ସମୟରେ ଅସହାୟ, ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରିଛନ୍ତି। ସେ ୫୬ ବସ୍ତା ଚାଉଳ, ୪୦୦ ପ୍ୟାକେଟ୍‌ ଶୁଖିଲା...

ଦାଦନ ଖଟିବାକୁ ଯାଇଥିଲେ: ଟ୍ରେନ ଲାଇନରୁ ମିଳିଲା ମୃତଦେହ

କୋକସରା,୧୦।୩(ଡି.ଏନ୍‌.ଏ.): ଦାଦନ ଖଟିବାକୁ ଯାଇ କଳାହାଣ୍ଡି ଜିଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଖୁଣ୍ଟିଆ ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଟ୍ରେନ୍‌ ଲାଇନରୁ ଉଦ୍ଧାର ହୋଇଛି।...

ଜଳେଶ୍ବରରୁ ୧ କେଜି ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ,୧୦।୩: ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ଝାଡ଼େଶ୍ବରପୁର ଅଞ୍ଚଳରୁ ମଙ୍ଗଳବାର ବିଳମ୍ବିତ ରାତିରେ ୧ କେଜି ବ୍ରାଉନ ସୁଗାର ଜବତ ହୋଇଛି। ଘଟଣାରେ...

କଟକରୁ ଆଜି ୧୪୭ ଆକ୍ରାନ୍ତ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୫୭

କଟକ ଅଫିସ,୩୧।୮-କଟକ ସହରରୁ ସୋମବାର ଆଉ ୧୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪୭ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୯୦ ଜଣ ଚିହ୍ନଟ ହୋଇଥିବାବେଳେ ୫୭...

ସରୁନି ପିଏଫ୍‌ ଆଞ୍ଚଳିକ କାର୍ଯ୍ୟାଳୟ କାମ

କେନ୍ଦୁଝର,୨୮ା୩ (ସ୍ବ.ପ୍ର.): ଦୀର୍ଘ ବର୍ଷ ହେଲା କେନ୍ଦୁଝର କର୍ମଚାରୀ ଭବିଷ୍ୟନିଧି ସଂଗଠନ କ୍ଷେତ୍ରୀୟ କାର୍ଯ୍ୟାଳୟ ଭଡ଼ା ଘରେ ଚାଲି ଆସୁଛି। ଏହାର ନିଜସ୍ବ ନୂତନ ବିଲ୍ଡିଂ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଡାକ୍ତର,ଆଜି ହେଲେ ଗିରଫ

ଢେଙ୍କାନାଳ ଅଫିସ,୨୦।୭: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ମେଡ଼ିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆ ବୁଧବାର ଗିରଫ ହୋଇଛନ୍ତି। ମଙ୍ଗଳବାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

Advertisement
Archives

Model This Week