ଜନନୀ ଯନ୍ତ୍ରଣା : ଷ୍ଟ୍ରେଚରରେ ୧୨ କି.ମି. ବୁହା ହେଲେ ଗର୍ଭବତୀ

ଭବାନୀପାଟଣା,୨୨।୮(ସ୍ବ.ପ୍ର.): ରାସ୍ତା ଓ ପୋଲ ନ ଥିବାରୁ ଜଙ୍ଗଲ ରାସ୍ତା ଦେଇ ନାଳ ପାର କରି ଜଣେ ଗର୍ଭବତୀଙ୍କୁ ୧୨ କି.ମି. ଷ୍ଟ୍ରେଚରରେ ବୋହି ଡାକ୍ତରଖାନା ନିଆଯାଇଥିଲା। କଳାହାଣ୍ଡି ଜିଲାର ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ କାଣିଗୁମା ପଞ୍ଚାୟତ ନେହେଲା ଗ୍ରାମରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ।
ଏହି ଗ୍ରାମର ଗର୍ଭବତୀ ମହିଳା ସାଇବନି ଗୌଡ(୨୩)ଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା। ତାଙ୍କ ସ୍ବାମୀ ହୋଇଚୁନ ଗୌଡ(୨୬), ଆଶାକର୍ମୀ ତୁଳା ନାଏକ ଓ ଗ୍ରାମର କେତେକ ସମ୍ପର୍କୀୟ ତାଙ୍କୁ ଷ୍ଟ୍ରେଚରରେ ୧୨କିମି ବିପଦପୂର୍ଣ୍ଣ ଜଙ୍ଗଲ ରାସ୍ତା ନାଳ ଦେଇ କାଣିକୁମା ପଞ୍ଚାୟତ ମୁଖ୍ୟାଳୟ ପର୍ଯ୍ୟନ୍ତ ବୋହି ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଏପରି ଘଟଣା ଏହି ଅଞ୍ଚଳରେ ପ୍ରାୟ ସମୟରେ ଦେଖିବାକୁ ମିଳିଥାଏ। ଏଠାରେ ପ୍ରଶାସନ ଓ ରାଜନେତାଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏହି ଅଞ୍ଚଳରେ ସରକାରୀ ଯୋଜନାଗୁଡିକ ପହଞ୍ଚତ୍ ପାରିନାହଁି। ଫଳରେ ଆଜି ବି ଏହି ଅଞ୍ଚଳର ଲୋକ ବିକାଶଠାରୁ ବହୁଦୂରରେ ରହି ଜୀବନ ଯାପନ କରୁଛନ୍ତି। ଏଥିପ୍ରତି କଳାହାଣ୍ଡି ଜିଲାପାଳ ଦୃଷ୍ଟିଦେଇ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଭାଙ୍ଗିଲା ଆଂଶିକ ୩୯୦ ଘର

ନବରଙ୍ଗପୁର,୧୫।୮(ବି.ପ୍ର.): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ନବରଙ୍ଗପୁର ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିଯୋଗୁ ଜିଲାର ୧୦ ବ୍ଲକ ମଧ୍ୟରୁ ୮ ବ୍ଲକର ୮୩ ପଞ୍ଚାୟତ...

ମନ୍ଦିର ପ୍ରବେଶ କଲେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର,୬ା୬(ବ୍ୟୁରୋ): ମହାପ୍ରଭୁ ଲିଙ୍ଗରାଜଙ୍କ ବିବାହ ସମ୍ପନ୍ନ ପରେ ସୋମବାର ମନ୍ଦିରରେ ପ୍ରବେଶ କରିଛନ୍ତି ଦେବ ଦମ୍ପତି। ସୁସଜ୍ଜିତ ବିମାନରେ ମହାପ୍ରଭୁ ଲିଙ୍ଗରାଜ ଓ ମା’ ପାର୍ବତୀ...

ଓଡ଼ିଶାକୁ ନୀତି ଆୟୋଗର ପ୍ରଶଂସା

ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ରାଜ୍ୟର ମୁଣ୍ଡପିଛା ଆୟ ବଢ଼ିଛି। କୃଷି କ୍ଷେତ୍ର ଆଗକୁ ଯାଇଛି। ଖଣି କ୍ଷେତ୍ରରେ ଉନ୍ନତି ହେବା ସହିତ ରାଜ୍ୟର ଆର୍ଥିକ ନିଅଣ୍ଟକୁ ୫ ପ୍ରତିଶତରୁ...

‘ଏଚ୍‌୩ଏନ୍‌୨କୁ ନେଇ ଭୟଭୀତ ହେବା ଉଚିତ ନୁହେଁ’

ଭୁବନେଶ୍ୱର,୧୬ା୩(ବ୍ୟୁରୋ): ରାଜ୍ୟରେ ଏଚ୍‌୩ଏନ୍‌୨ ସଂକ୍ରମିତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ସଂକ୍ରମିତଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇସାରିଲେଣି। ଏଚ୍‌୩ଏନ୍‌୨ ସଂକ୍ରମିତଙ୍କଠାରେ କରୋନା ଭଳି ଲକ୍ଷଣ ଦେଖା...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

ବଲାଙ୍ଗୀର ଅଫିସ, ୨୨ା୪: କରୋନା ପରିସ୍ଥିତିର ମୁକାବିଲା ପାଇଁ ସମ୍ବଲପୁର ଧର୍ମାଞ୍ଚଳ, ଉତ୍ତର ଭାରତ ମଣ୍ଡଳୀ ପକ୍ଷରୁ ୧ଲକ୍ଷ ଟଙ୍କା ଚେକ୍‌ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ...

ବଢୁଛି ସମସ୍ୟା, ସମାଧାନ ନାହିଁ

କେନ୍ଦ୍ରାପଡ଼ା ଅଫିସ,୨୦ା୯:ସାଧାରଣ ନିର୍ବାଚନକୁ ଆହୁରି ଦେଢ଼ ବର୍ଷ ଅଛି। ତେବେ ବିଭିନ୍ନ ରାଜନୈତିକ ଦଳର ସଙ୍ଗଠନ ମଜଭୁତ ପାଇଁ କେନ୍ଦ୍ରାପଡ଼ା ଜିଲା ଚଳଚଞ୍ଚଳ ହେଲାଣି ା...

୫୦ବର୍ଷ ପରେ ପୁନର୍ମିଳନ: ଯୋଡ଼ିହୋଇଛି ଭଙ୍ଗା ମନ

ଭୁବନ, ୨୯।୯(ଡି.ଏନ୍‌.ଏ.): ପେଟପାଟଣା କଥା ବୁଝୁଥିଲେ ବଳଦ। ଚାଷବାସଠାରୁ ଆରମ୍ଭ କରି ବ୍ୟବସାୟ ଯାଏ ସେମାନେ ଯୋଡ଼ି ହୋଇରହିଥିଲେ ମାଲିକଙ୍କ ସହିତ। ଉଭୟଙ୍କ ମଧ୍ୟରେ ଗଢ଼ି...

୩ ଜଣଙ୍କୁ ଲକ୍ଷ୍ନୌରୁ ଗିରଫ କଲା ସାଇବର ପୋଲିସ

ଭୁବନେଶ୍ୱର,(ବ୍ୟୁରୋ)୯ା୮:ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଠକଙ୍କ ଉତ୍ପାତ । ବାରମ୍ବାର ସଚେତନ ସତ୍ତ୍ୱେ ସହରବାସୀ ଚେତୁ ନାହାନ୍ତି। ବିଭିନ୍ନ ପ୍ରକାର ଲୋଭ ଦେଖାଇ...

Advertisement
Archives

Model This Week