Posted inଜାତୀୟ

ଜଟିଳ ହେଉଛି କରୋନା ସ୍ଥିତି: ସହଯୋଗର ହାତ ବଢ଼ାଇଲା ଭାରତ

ବେଜିଂ/ନୂଆଦିଲ୍ଲୀ/ ପଣଜୀ, ୧୦ା୨(ପି.ଟି.): ଦିନକୁ ଦିନ କ୍ରମଶଃ ଜଟିଳ ହେବାରେ ଲାଗିଛି କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତି। ଚାଇନାରେ ଏପର୍ଯ୍ୟନ୍ତ ଏହି ଭୂତାଣୁ ସଂକ୍ରମଣରେ ୮୧୧ ଜଣ ପ୍ରାଣ ହରାଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୧୯୮କୁ ବୃଦ୍ଧି ପାଇଛି। ଦିନ କେଇଟା ମଧ୍ୟରେ ଏତେ ମୁଣ୍ଡ ନେବା ପରେ ମଧ୍ୟ ଏହା ଅଟକିବାର ନାଁ ନେଉନାହିଁ। ଚାଇନାର ପ୍ରାୟ ସବୁ ପ୍ରଦେଶକୁ ଏହା ବ୍ୟାପିଥିବାବେଳେ ୨୭ ଦେଶ କରୋନା ଭାଇରସ୍‌ ସଂକ୍ରମଣର ଶିକାର ହେଲାଣି। ଏଭଳି ସ୍ଥିତିରେ ଚାଇନାକୁ ସହଯୋଗ କରିବା ଲାଗି ଭାରତ ହାତ ବଢ଼ାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ଜି. ଜିନ୍‌ପିଙ୍ଗଙ୍କୁ ଚିଠି ଲେଖି ସମସ୍ତ ସହଯୋଗ ଓ ପରିସ୍ଥିତିର ମୁକାବିଲା ଲାଗି ଭାରତ ପ୍ରସ୍ତୁତ ଥିବା କହିଛନ୍ତି। ଚିଠିରେ ମୋଦି ମୃତକଙ୍କ ଲାଗି ସମବେଦନା ଜଣାଇଥିବାବେଳେ ହୁବେଇ ପ୍ରଦେଶରୁ ୬୫୦ ଭାରତୀୟଙ୍କୁ ଛାଡ଼ିବାରେ ସହଯୋଗ କରିଥିବାରୁ ପ୍ରଶଂସା କରିଛନ୍ତି। ପ୍ରକାଶଥାଉ କି, ୩ ଦିନ ତଳେ ଚାଇନା ରାଷ୍ଟ୍ରଦୂତ ସନ୍‌ ଓ୍ବେଇଡଙ୍ଗ୍‌ ଏକ ସାକ୍ଷାତ୍‌କାରରେ ଭାରତ ସହ ମିଶି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଚାଇନା ଇଚ୍ଛୁକ ଥିବା କହିଥିଲେ। ଅନ୍ୟପକ୍ଷରେ ଭାରତ ପକ୍ଷରୁ ଚାଇନାକୁ ଯିବା ଆସିବା ଉପରେ ନାଗରିକଙ୍କ ଉପରେ କଟକଣା ଲଗାଯାଇଥିବା ବେଳେ କରୋନା ସଂକ୍ରମଣକୁ ରୋକିବା ଲାଗି ପ୍ରୟାସ କରାଯାଇଛି। କେରଳରେ କରୋନା ଭାଇରସ୍‌ ରୋଗୀ ଚିହ୍ନଟ ହେବା ପରଠାରୁ ଭାରତ ଏନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିଆସୁଛି।
ଚାଇନାରେ ସ୍ଥିତି ଭୟଙ୍କର ଥିବାବେଳେ ସେଠାରୁ ରବିବାର ଗୋଆ ଆସିବାକୁ ଥିବା ପ୍ରତିନିଧିମାନଙ୍କ ଗସ୍ତକୁ ସ୍ଥଗିତ ରଖାଯାଇଛି। ଗୋଆ ପର୍ଯ୍ୟଟନ ଶିଳ୍ପ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଟ୍ରାଭେଲ ଆଣ୍ଡ୍‌ ଟୁରିଜମ୍‌ ଆସୋସିଏଶନ୍‌ ଅଫ୍‌ ଗୋଆ(ଟିଟିଏଜି) ଅଧ୍ୟକ୍ଷ ସାଭିଓ ମେସିଆସ୍‌ ପ୍ରକାଶ କରିଛନ୍ତି। ଚାଇନା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଓ ଗୋଆକୁ ଚାଇନାରେ ଏକ ବୃହତ ପର୍ଯ୍ୟଟନ ଶିଳ୍ପର ମାନ୍ୟତା ଦେବା ଲାଗି ଏଭଳି ପ୍ରସ୍ତୁତି କରାଯାଇଥିଲା। ହେଲେ କରୋନା ସ୍ଥିତି ଉଦ୍‌ବେଗଜନକ ହେବାରୁ ଚାଇନା ପ୍ରତିନିଧିଙ୍କ ଗୋଆ ଗସ୍ତକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼

କେନ୍ଦୁଝର,୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଣୁ ବିଭିନ୍ନ ଶୈବପୀଠରେ ସକାଳୁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଶେଷ କରି କାଉଡ଼ିଆମାନେ…

ଶ୍ରାବଣ ମାସର ପ୍ରଥମ ସୋମବାର; ଏହି ରାଶି ଉପରେ ରହିବ ମହାଦେବଙ୍କ କୃପା, ହେବ ଧନବର୍ଷା

ଶ୍ରାବଣ ମାସର ଏହି ପ୍ରଥମ ସୋମବାରରେ, ଚନ୍ଦ୍ର କୁମ୍ଭ ରାଶିରୁ ମୀନ ରାଶିକୁ ଗୋଚର କରିଛନ୍ତି । ମଙ୍ଗଳ ବୃଷ ରାଶିରୁ ମିଥୁନ ରାଶିକୁ ସ୍ଥାନାନ୍ତରିତ ହୋଇଛନ୍ତି…

ବୀମା ଟଙ୍କା ଲୋଭରେ ସ୍ତ୍ରୀ ଉପରେ ଗାଡ଼ି ଚଢାଇ ଦେଲେ ସ୍ବାମୀ

ହମ୍ମିରପୁର, ୩ା୮ (ଉତ୍ତର ପ୍ରଦେଶ): ୪୪ ଲକ୍ଷ ଟଙ୍କାର ବୀମା ରାଶି ହଡ଼ପ କରିବା ଲୋଭରେ ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି।…

ସୂତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର,୩ା୮: ଭୁବନେଶ୍ବରସ୍ଥିତ ପାତ୍ରପଡ଼ାରେ ଥିବା ସୂତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ପ୍ରାପ୍ତ ସୂଚନାନୁଯାୟୀ, ସୋମବାର ପୂର୍ବାହ୍ନରେ ସୂତା ଫ୍ୟାକ୍ଟ୍ରି…

ରାସ୍ତା ନ ଥିବାରୁ ପହଞ୍ଚି ପାରିଲାନି ମହାପ୍ରୟାଣ ଯାନ, ଖଟିଆରେ ବୁହା ହେଲା ମୃତଦେହ

ଦାରିଙ୍ଗବାଡ଼ି, ୩।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଉପାନ୍ତ ଅଞ୍ଚଳରେ ରାସ୍ତା ନଥିବାରୁ ମୃତଦେହକୁ ଖଟିଆରେ ବୁହାହେବା ଘଟଣା ଏବେ ମୋବାଇଲକୁ ମୋବାଇଲ ଭାଇରଲ…

ସ୍କୁଟିରେ ଯାଉଥିଲେ ମହିଳା, ସୁନାଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

କର୍ଲାମୁଣ୍ଡା,୩ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ଅନ୍ତର୍ଗତ ଅବୁଜବାହାଲ-ବଡଡୁଙ୍ଗୁରୀଗୁଡା ରାସ୍ତାର ଭାଲୁଡୁଙ୍ଗୁରୀ ନିକଟରେ ଶନିବାର ଅପରାହ୍ନରେ ଜଣେ ମହିଳାଙ୍କ ଠାରୁ ସୁନାଚେନ୍‌…

ବାଙ୍କିପୁରରେ ପ୍ରଶାନ୍ତ କିଶୋରଙ୍କ ବିଜୟ ନିଶ୍ଚିତ? କୀର୍ତ୍ତି ଆଜାଦଙ୍କ ଭାଇ କଲେ ବଡ଼ ଦାବି

ପାଟନା,୩।୮: ବିହାରର ବାଙ୍କିପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନର ଫଳାଫଳ ଆସୁଛି। ଇତି ମଧ୍ୟରେ, ପୂର୍ବତନ ଭାରତୀୟ ପୋଲିସ ସେବା (IPS) ଅଧିକାରୀ ଯଶୋବର୍ଦ୍ଧନ ଝା ଆଜାଦ…

ଷ୍ଟେଶନରେ ଚଲାବୁଲା କରୁଥିଲେ ଅଜଣା ବ୍ୟକ୍ତି, ହଠାତ୍‌ ହେଲା ରକ୍ତବାନ୍ତି, ଆଉ ତା’ ପରେ…

ନନ୍ଦପୁର,୩ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ କୁମାରଗନ୍ଧନା ପଞ୍ଚାୟତର ପାଲିବା ରେଳ ଷ୍ଟେଶନ ବାହାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri