ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ

ଜୟପୁର, ୭।୧(ନି.ପ୍ର): କୋରାପୁଟ ଜିଲା ବୋରିଗୁମ୍ମାରେ କାର୍ଯ୍ୟରତ ଆରଡବ୍ଲୁଏସ୍‌ଏସ୍‌ର ନିଖୋଜ କନିଷ୍ଠ ଯନ୍ତ୍ରୀ ଭେଙ୍କଟେଶ୍ୱର ରାଓଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହରଡାଗୁଡା ନିକଟସ୍ଥ ମୂଷା ମାଟି ଜଙ୍ଗଲରୁ ଏସ୍‌ଡିପିଓଙ୍କ ଉପସ୍ଥିତିରେ ବିସିଂହପୁର ପୋଲିସ ରାଓଙ୍କ ମୃତଦେହ ଉଦ୍ଧାର କରିଛି। ମୃତ୍ୟୁର କାରଣକୁ ନେଇ ସନ୍ଦେହ ଉପୁଜିଥିବାବେଳେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ଘଟଣାସ୍ଥଳକୁ ଡକାଯାଇଛି। ସୂଚନା ମୁତାବକ, ସୋମବାର ଆରଡବ୍ଲୁଏସ୍‌ଏସ୍‌ ବିଭାଗର ଏକ ଗାଡି ଯୋଗେ କିଛି ପ୍ରକଳ୍ପ ଦେଖିବା ପାଇଁ ବୋରିଗୁମ୍ମା ବ୍ଲକର ଏସ୍‌ଡିଓ, ଦୁଇଜଣ ଜେଇ ଏବଂ ଦୁଇଜଣ କଣ୍ଟ୍ରାକ୍ଟର ହରଡ଼ାଗୁଡାକୁ ଯାଇଥିଲେ। ହେଲେ ସେଠାରୁ କନିଷ୍ଠ ଯନ୍ତ୍ରୀ ରାଓ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ପତ୍ତା ମିଳି ନ ଥିଲା। ଶେଷରେ ସେ ନିଖୋଜ ଥିବା ନେଇ ଥାନାରେ ମାମଲା ଏକ ରୁଜୁ କରାଯାଇଥିଲା। ଏ ନେଇ ତାଙ୍କ ସ୍ତ୍ରୀ ବୋରିଗୁମ୍ମା ଏସ୍‌ଡିପିଓ ହରେକୃଷ୍ଣ ମାଝିଙ୍କୁ ଭେଟି ସ୍ବାମୀଙ୍କୁ ଶୀଘ୍ର ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣଙ୍କ ବିରୋଧରେ ହାଇକୋର୍ଟ ଗଲେ ଭାଜପା ନେତା ଜଗନ୍ନାଥ

ଭୁବନେଶ୍ୱର,୧୮।୭: ହାଇକୋର୍ଟ ଗଲେ ଭୁବନେଶ୍ବର ମଧ୍ୟ ଭାଜପା ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ। ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ନିର୍ବାଚନୀ ମାମଲା ରୁଜୁ କରିଛନ୍ତି। ଭୋଟ...

ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର: ଚାଲିଛି ଚିକିତ୍ସା…

କୋରାପୁଟ,୧୮।୭(ଅମିତାଭ ବେହେରା): ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ପ୍ରଥମେ କୋରାପୁଟ ଜୟପୁର ସ୍ଥିତ ଜିଲା ମେଡିକାଲ ରେ ଭର୍ତ୍ତି କରାଯାଇଥିଲା।...

ଆଇଡି ବିସ୍ଫୋରଣ ପରେ ସର୍ଚ୍ଚ ଅପରେଶନ ଜୋର୍‌ଦାର

ମାଲକାନଗିରି,୧୮।୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଗୁରୁବାର ଆଇଡି ବିସ୍ପୋରଣ ଘଟି ୨ଜଣ ଯବାନ ଶହୀଦ ହୋଇଥିବା ବେଳେ ୪ଜଣ ଯବାନ...

ନବୀନଙ୍କ ପାୱାରଫୁଲ ଅଫିସରଙ୍କୁ ସିଏମଓରୁ ହଟାଇଲେ ମୋହନ ସରକାର

ଭୁବନେଶ୍ୱର,୧୮।୭: ସିଏମଓରୁ ହଟିଲେ ଆଇଏଏସ ରୁପାରୋଶନ ସାହୁ। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ରୁପାରୋଶନଙ୍କ ବଦଳି ହୋଇଛି। ତାଙ୍କୁ ଏସସି/ଏସଟି ଉନ୍ନୟନ ବିଭାଗ କମିଶନର...

ସୃଷ୍ଟି ହେଲା ଲଘୁଚାପ; ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ କହିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର

ନୂଆଦିଲ୍ଲୀ,୧୮।୭: ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବା ପରେ ଏହାଦ୍ୱାରା ପ୍ରଭାବିତ ହେବାକୁ ଥିବା ୧୪ ଜିଲାର ଜିଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର...

ଭିତର ରତ୍ନଭଣ୍ଡାରରେ କ’ଣ ଅଛି? ବାହାରକୁ ଆସିବା ପରେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଦେଲେ ବଡ଼ ସୂଚନା

ଜଷ୍ଟିସ ବିଶ୍ବନାଥ ରଥ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ କରିବା ପାଇଁ ସାଢ଼େ ୭ ଘଣ୍ଟା ଲାଗିଲା। ସକାଳ ୯ଟା...

ବାଇକ୍‌କୁ ଚାପି ଦେଲା ଟ୍ରକ: ଚାଲିଗଲା ୨ଯୁବକଙ୍କ ଜୀବନ

ଢେଙ୍କାନାଳ,୧୮।୭: ଢେଙ୍କାନାଳ ଜିଲା ୫୫ ନମ୍ବର ଜାତୀୟ ରାଜପଥ ମୋଟଙ୍ଗା ଥାନା ଚିନ୍ତାପୋଖରୀ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକ୍‌କୁ ପଛପଟୁ...

ସ୍ନେକ ହେଲ୍ପଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ଦେଲେ ବଡ଼ ସୂଚନା: ଭିତର ରତ୍ନଭଣ୍ଡାରରେ…

ପୁରୀ,୧୮।୭: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦ୍ୱିତୀୟ ଥର ପାଇଁ ଖୋଲିଛି। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀଙ୍କ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri