Posted inଜାତୀୟ

ଜଗନମୋହନଙ୍କ ନୂଆ ଯୋଜନା: ଆନ୍ଧ୍ରପ୍ରଦେଶରେ ହେବ ୩ ରାଜଧାନୀ

ହାଇଦ୍ରାବାଦ୍‌,୧୮।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ରାଜ୍ୟରେ ୩ ରାଜଧାନୀ ପ୍ରତିଷ୍ଠା ପାଇଁ ନୂଆ ଯୋଜନା କରିଛନ୍ତି। ଏନେଇ ବିଧାନସଭାରେ ସେ ସଙ୍କେତ ଦେଇଛନ୍ତି। ପ୍ରଭାବଶାଳୀ ଶାସନ ଲାଗି ଏଭଳି କରାଯିବ ବୋଲି ସେ କହିଛନ୍ତି। ଯୋଜନା ଅନ୍ତର୍ଗତ କରନୁଲ୍‌, ବିଶାଖାପଟ୍ଟନମ୍‌ ଏବଂ ଅମରାବତୀରେ ରାଜଧାନୀ ହେବ। ଭିନ୍ନ ଭିନ୍ନ ରାଜଧାନୀରେ ବିଭିନ୍ନ କାର୍ଯ୍ୟ ସମ୍ପାଦିତ ହେବ। ଏସବୁ ମଧ୍ୟରେ ଶାସନ, ବିଧାନସଭା ଏବଂ ନ୍ୟାୟିକ ପ୍ରକ୍ରିୟା ଆଦି କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏବେ ହାଇଦ୍ରାବାଦ୍‌କୁ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ରାଜଧାନୀ ଭାବେ ପରିଗଣିତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ୬୨୪ ପ୍ରତିଦ୍ୱନ୍ଦ୍ୱୀ-୫୯ ଆସନ-୧୦ ହଟ୍‌ ସିଟ୍‌…

ଲକ୍ଷ୍ନୌ,୨୩।୨ : ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ବୁଧବାର ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୬୨୪ ଜଣ ପ୍ରାର୍ଥୀ ୫୯ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା...

ହୋମ ଗାର୍ଡଙ୍କ ଭତ୍ତା ବୃଦ୍ଧି କଲେ ଉତ୍ତରାଖଣ୍ଡ ସରକାର

ଡେରାଡୁନ,୬।୧୨: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ ରାଜ୍ୟରେ କାର୍ଯ୍ୟରତ ହୋମ ଗାର୍ଡଙ୍କ ଭତ୍ତା ବୃଦ୍ଧି କରିବାକୁ ଶୁକ୍ରବାର ଘୋଷଣା କରିଛନ୍ତି। ୟୁନିଫର୍ମ ସଫା କରିବାକୁ...

କଂଗ୍ରେସ ଏକ ଦୁର୍ବଳ ବିରୋଧୀ ଦଳ: ସିବଲ୍‌

ନୂଆଦିଲ୍ଲୀ,୨୨।୧୧: ବିହାର ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ନେଇ ଦଳରେ ଫାଟ ବଢ଼ିବାରେ ଲାଗିଛି। ଲଗାତାର କଂଗ୍ରେସର ବରିଷ୍ଠ ସଦସ୍ୟ କପିଲ ସିବଲ ଦଳର ନେତୃତ୍ୱ...

ସରକାରରେ ଥାଇ ସରକାରୀ ଦଳକୁ ଚେତାବନୀ ଦେଲା ଭାଜପା

ପାଟଣା,୧୭।୧: ବିହାରର ମେଣ୍ଟ ସରକାରରେ ନୂଆ ବିବାଦ ଦେଖାଦେଇଛି। ଜଣେ ବରିଷ୍ଠ ଭାଜପା ନେତା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳକୁ ସୀମା ନ ଲଙ୍ଘିବାକୁ ଚେତାବନୀ...

ପରିବା ବିକାଳିରୁ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୭।୧୦: ଦୀପାବଳୀ ଅବସରରେ ଭାଜପା ନେତା ମନୋହର ଲାଲ ଖଟ୍ଟର ଦ୍ୱିତୀୟ ଥର ଲାଗି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ତାଙ୍କ ସହ...

ଅଲମ୍ପିକ୍‌ରେ ତ୍ରିରଙ୍ଗା ଦେଖି ଦେଶବାସୀ ରୋମାଞ୍ଚିତ…

ନୂଆଦିଲ୍ଲୀ,୨୫।୭: ଟୋକିଓ ଅଲମ୍ପିକ୍‌ରେ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗାକୁ ଦେଖି ଦେଶବାସୀ ରୋମାଞ୍ଚିତ ହୋଇଉଠିଛନ୍ତି। କରୋନା ମହାମାରୀରେ ବି ଲୋକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି...

ଓମିକ୍ରନକୁ ହରାଇଲା ଦେଢ ବର୍ଷର ଶିଶୁ କନ୍ୟା

ପୁଣେ,୧୨ ।୧୨: ମହାରାଷ୍ଟ୍ର ପୁଣେ ଜିଲାର ପିମ୍ପରି-ଚିଂଚୱଡ ଅଞ୍ଚଳରେ ନିକଟରେ କରୋନା ଭାଇରସର ଓମିକ୍ରନ୍ ଦ୍ୱାରା ସଂକ୍ରମିତ ଦେଢ ବର୍ଷର ଶିଶୁ କନ୍ୟା ଏବେ ସୁସ୍ଥ...

ଏଯାଏ ବାହାରିନି ୪ ସଂକ୍ରମଣର ଟିକା

ନୂଆଦିଲ୍ଲୀ,୧୨ା୭(ପି.ଟି.): କରୋନା ସଂକ୍ରମଣକୁ ୭ ମାସ ବିତିଥିଲେ ହେଁ ଏପର୍ଯ୍ୟନ୍ତ ଟିକା ବାହାରିପାରି ନାହିଁ। ପ୍ରତିଷେଧକ ଟିକା ନ ଥିବା ଏବଂ ଉପଯୁକ୍ତ ଚିକିତ୍ସା ବାହାରିପାରି...

Advertisement
Archives

Model This Week