Posted inଜାତୀୟ

ଛୋଟ ପିଲାଙ୍କୁ ଢ଼ାଲ କରି ସୁରକ୍ଷାକର୍ମୀଙ୍କ ସହ ଲଢ଼ିବାକୁ ଯୋଜନା କରୁଛନ୍ତି ମାଓବାଦୀ

ରାୟପୁର,୨୦।୭: ଲଗାତାର ଆତ୍ମସମର୍ପଣ, ଗିରଫ ତଥା ଏନ୍‌କାଉଣ୍ଟର ଆଦିରେ ମାଓବାଦୀ ସଦସ୍ୟଙ୍କ ସଂଖ୍ୟା କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଛତିଶଗଡ଼ ମାଓବାଦୀ ପ୍ରବଣ ଅଞ୍ଚଳରେଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ମାଓବାଦୀ। ଏନେଇ ଗୋଇନ୍ଦା ସୂଚନା ମିଳିଥିବା କୁହାଯାଉଛି। ମାଓବାଦୀମାନେ ଛୋଟପିଲାଙ୍କୁ ଢ଼ାଲ କରି ସୁରକ୍ଷାକର୍ମୀଙ୍କ ସହିତ ଲଢ଼େଇ କରିବାକୁ ଯୋଜନା କରୁଥିବା କୁହାଯାଉଛି। ଏଥିପାଇଁ ଛୋଟପିଲାଙ୍କୁ ନେଇ ବାଲ୍‌ ସଙ୍ଘମ୍‌ ଗଠନ କରାଯାଉଛି। ସୁରକ୍ଷାକର୍ମୀଙ୍କ ସହିତ ମୁହାଁମୁହିଁ ସମୟରେ ଏହି ବାଲ୍‌ ସଙ୍ଘମ୍‌ର ସଦସ୍ୟଙ୍କୁ ଆଗକୁ ଛଡ଼ାଯିବ। ଛୋଟପିଲାଙ୍କୁ ଦେଖି ସୁରକ୍ଷାକର୍ମୀ ଗୁଳିଚଳାଇବା ନିଶ୍ଚିତ ବନ୍ଦ କରିବେ। ଏହାର ସୁଯୋଗ ନେଇ ମାଓବାଦୀ ଆକ୍ରମଣ କରିବେ ବୋଲି ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଇତିମଧ୍ୟରେ ସୁରକ୍ଷାକର୍ମୀ ମାଓବାଦୀ ପ୍ରବଣ ଅଞ୍ଚଳର କେତେକ ଜଙ୍ଗଲରେ ଛୋଟପିଲାଙ୍କଠାରୁ ଟିଫିନ୍‌ ବୋମା, ବିସ୍ଫୋରକ, ଇଲେକ୍ଟ୍ରିକ୍‌ ଓ୍ବେର ଆଦି ଆପତ୍ତିଜନକ ସାମଗ୍ରୀ ଜବତ କରିଛନ୍ତି। ଛୋଟପିଲାଙ୍କୁ ସ୍କୁଲ ପୋଷାକରେ ଲଢ଼େଇ ସମୟରେ ଆଗକୁ ଛାଡିବାର ଯୋଜନା ମାଓବାଦୀ କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମ-ସମାଜ ଉପରେ ନିର୍ମିତ ଫିଲ୍ମର ସେନସର କରିବ ସନ୍ଥଙ୍କ ଧର୍ମ ସେନସର ବୋର୍ଡ !…

ନୂଆଦିଲ୍ଲୀ,୩।୧ : ବର୍ତ୍ତମାନ ଦେଶର ଧର୍ମ ଏବଂ ହିନ୍ଦୁ ଧର୍ମ ବିଶେଷଜ୍ଞମାନେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସିରିଏଲରେ ହିନ୍ଦୁ ଧର୍ମର ଅପମାନ ସହ ଜଡିତ ବିଷୟବସ୍ତୁ...

ମିଛ କହୁଥିବା ଶାହା କ୍ଷମା ମାଗନ୍ତୁ

କୋହିମା, ୧୧।୧୨: ନାଗାଲାଣ୍ଡର ମୋନ୍‌ ଜିଲାରେ ସେନା ଗୁଳିରେ ୧୪ ଜଣଙ୍କ ମୃତ୍ୟୁ ଘଟଣା ପ୍ରତିବାଦରେ ଶନିବାର ଏକ ବିଶାଳ ରାଲି କରାଯାଇଛି। ଗୁଳିକାଣ୍ଡ ସମ୍ପର୍କରେ...

ତ୍ରିରଙ୍ଗା ରାଲିରେ ଟ୍ରାଫିକ୍‌ କଣ୍ଟ୍ରୋଲ କଲେ ଓଓ୍ବାଇସି

ହାଇଦ୍ରାବାଦ,୧୧।୧: କିଛି ଦିନରୁ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ଦେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାକୁ ବିରୋଧ କରି ସାଧାରଣ ଜନତାଙ୍କଠାରୁ ଆରମ୍ଭ...

ନାମାଙ୍କନ ଦାଖଲ ପୂର୍ବରୁ ୩୦ଲକ୍ଷ ଜରିମାନା ଦେଲେ ଆଜମଙ୍କ ସ୍ତ୍ରୀ

ରାମପୁର,୧।୧୦: ଉତ୍ତରପ୍ରଦେଶ ରାମପୁରରୁ ସମାଜବାଦୀ ପାର୍ଟି (ଏସ୍‌ପି)ର ଏମ୍‌ପି ଥିବା ଆଜମ ଖାନ୍‌ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଏବେ ସେ ନିଜ ପାଇଁ...

୨୪ରେ ଦିଲ୍ଲୀ ମେୟର ନିର୍ବାଚନ

ନୂଆଦିଲ୍ଲୀ,୧୬।୧: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ(ଏମ୍‌ସିଡି) ମେୟର ନିର୍ବାଚନ ନେଇ ସୋମବାର ପୁଣି ତାରିଖ ଘୋଷଣା ହୋଇଛି। ଜାନୁଆରୀ ୨୪ରେ ମେୟର ନିର୍ବାଚନ ହେବା ନେଇ ସୂଚନା...

‘ଇସ୍‌ଲାମରେ ହିଜାବ ଜରୁରୀ ପ୍ରଥା ନୁହେଁ’

ବେଙ୍ଗାଲୁରୁ,୧୮।୨: ଇସ୍‌ଲାମରେ ହିଜାବ ଏକ ଅତ୍ୟାବଶ୍ୟକ ଧର୍ମୀୟ ପ୍ରଥା ନୁହେଁ ବୋଲି କର୍ନାଟକ ସରକାର ଶୁକ୍ରବାର ହାଇକୋର୍ଟଙ୍କୁ କହିଛନ୍ତି। ଏହାର ବ୍ୟବହାରକୁ ରୋକିବା ଭାରତୀୟ ସମ୍ବିଧାନର...

କରୋନାରୁ ଦୂରେଇ ରହିବା ଲାଗି ଲୋକେ ବୋଳି ହେଉଛନ୍ତି ଗୋବର-ଗୋମୂତ୍ର: ବିପଦ ଜନକ କହିଲେ ଡାକ୍ତର…

ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ କେତେକ ଲୋକ ସଂକ୍ରମରରୁ ଦୂରେଇ ରହିବା...

ଉତ୍ତରପ୍ରଦେଶ-କେରଳକୁ ମିଳିବ ଅଧିକ କରୋନା ଟିକା

ନୂଆଦିଲ୍ଲୀ,୧୪।୧୨: ଭାରତରେ ଖୁବ୍‌ ଶୀଘ୍ର କରୋନା ପ୍ରତିଷେଧକ ଟିକାଦାନ ସାର୍ବଜନୀକ ଭାବେ ଆରମ୍ଭ କରାଯିବ। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଉତ୍ତରପ୍ରଦେଶ ଏବଂ କେରଳକୁ ଅଧିକ...

Advertisement
Archives

Model This Week