ଛୋଟାଙ୍କୁ ୩ ଦିନ ରିମାଣ୍ଡରେ ନେବ ଏସ୍‌ଟିଏଫ୍‌

ଖୋର୍ଦ୍ଧା ଅଫିସ,୧୮।୭: ଖୋର୍ଦ୍ଧା ଜିଲାର ନିଶା ସୌଦାଗର ସୁଧାଂଶୁ ପରିଡ଼ା ଓରଫ ଛୋଟାଙ୍କୁ ଗୁରୁବାର, ଶୁକ୍ରବାର ଓ ଶନିବାର ୩ ଦିନ ପାଇଁ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ରିମାଣ୍ଡରେ ନେବ। ଏନେଇ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ ଶ୍ରଦ୍ଧାଞ୍ଜଳି ରାୟଙ୍କ କୋର୍ଟରେ ଏସ୍‌ଟିଏଫ୍‌ ୭ ଦିନ ପାଇଁ ରିମାଣ୍ଡରେ ନେବା ଉଦ୍ଦେଶ୍ୟରେ ଆବେଦନ କରିଥିଲେ। ରିମାଣ୍ଡରେ ନେବା ପାଇଁ ବୁଧବାର ଏସ୍‌ଡିଜେଏମ୍‌ଙ୍କ ଅନୁମତି ମିଳିଛି। ପ୍ରକାଶଥାଉ କି,ଆମତ୍ସମର୍ପଣ କରି ଜେଲରେ ଅଛନ୍ତି ଛୋଟା। ଜଟଣୀ ଥାନା ଅଞ୍ଚଳରୁ ୩ ଜଣ ସହଯୋଗୀଙ୍କୁ ଏସ୍‌ଟିଏଫ୍‌ ଗିରଫ କରି ୩୫ ଲକ୍ଷ ଟଙ୍କାର ବ୍ରାଉନସୁଗାର, ଗୋଟିଏ ବନ୍ଧୁକ, ଦୁଇଟି ଗୁଳି ଓ ଗାଡ଼ି ଜବତ କରି କୋର୍ଟ ଚାଲାଣ କରିବା ପରେ ଛୋଟାଙ୍କୁ ଶକ୍ତ ଧକ୍କା ଲାଗିଥିଲା । ସହଯୋଗୀଙ୍କ ଠାରୁ ଏସ୍‌ଟିଏଫ୍‌ ଛୋଟାଙ୍କ ନିଶା ସାମ୍ରାଜ୍ୟ ସମ୍ପର୍କରେ ସୁରାକ ସଂଗ୍ରହ କରଥିଲା। ସେହିପରି ଛୋଟାଙ୍କ ଡ୍ରାଇଭର ଠାରୁ ଏସ୍‌ଟିଏଫ୍‌ ଅନୁରୂପ ତଥ୍ୟ ମଧ୍ୟ ଯୋଗାଡ଼ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ବାତିଲ ଓ ସାମୟିକ ସମୟ ପରିବର୍ତ୍ତନ

ଭୁବନେଶ୍ୱର,୫।୮: ହାଓ୍ବାଡ଼ା-ଚେନ୍ନାଇ ମୁଖ୍ୟ ରେଳଲାଇନରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ପଲାସା-କୋଟାଭାଲାସା ରେଳସେକ୍ସନର ବିଜୟ ନଗରମ ଓ କୋରୁକୋଣ୍ଡା ଷ୍ଟେସନ ସହିତ ପୁଣ୍ଡୁରୀ ଓ ଦୁସି...

ପ୍ରବଳ ବର୍ଷିବ, ୮ ଜିଲାକୁ ରେଡ୍‌ ଆଲର୍ଟ:ରାଜ୍ୟକୁ ସତର୍କ କଲା ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ୱର,୩୦ା୬(ବ୍ୟୁରୋ)- ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ରବିବାରଠାରୁ ରାଜ୍ୟରେ ବର୍ଷା ଆରମ୍ଭ...

ଆଉ ୩ଦିନ ଘନ କୁହୁଡ଼ି: ସତର୍କ ରହିବାକୁ ଏସ୍‌ଆର୍‌ସି ନିର୍ଦ୍ଦେଶ

ଭୁବନେଶ୍ୱର,୪।୧(ବ୍ୟୁରୋ): ରାଜ୍ୟରେ ଆଉ ୩ଦିନ ଘନକୁହୁଡ଼ି ରହିବ। କୁହୁଡ଼ିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେବାକୁ ଏସ୍‌ଆର୍‌ସି ସମସ୍ତ ଜିଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି।...

୬୩ ଭାରତୀୟଙ୍କ ସମ୍ପତ୍ତି ମୂଲ୍ୟ ଦେଶ ବଜେଟରୁ ଅଧିକ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ମାତ୍ର ୬୩ଜଣ ଭାରତୀୟଙ୍କ ସମ୍ପତ୍ତିର ମୂଲ୍ୟ ଦେଶର ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ(୨୪ ଲକ୍ଷ ୪୨ ହଜାର ୨୦୦ କୋଟି ଟଙ୍କା) ଠାରୁ ଅଧିକ।...

ଠିକାଦାରଙ୍କୁ ସୁରକ୍ଷା ଯୋଗାଇବାକୁ ଜିଲାପାଳ, ଏସ୍‌ପିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା(ପିଏମ୍‌ଜିଏସ୍‌ଓ୍ବାଇ) କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଗତ ୪ ବର୍ଷ ଧରି ଓଡ଼ିଶା ପ୍ରଥମ ସ୍ଥାନ ବଜାୟ ରଖିପାରିଛି। ମଙ୍ଗଳବାର ଲୋକସେବା...

ଶ୍ରୀମନ୍ଦିର ପାଇଁ ଜରୁରିକାଳୀନ ପାଣ୍ଠିରୁ ୩୦୦କୋଟି ଖର୍ଚ୍ଚ

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ମିଟର ପର୍ଯ୍ୟନ୍ତ ନିର୍ମାଣ ଉଚ୍ଛେଦ କରି ଆକର୍ଷଣୀୟ ଢଙ୍ଗରେ ଐତିହ୍ୟ ସୁରକ୍ଷାବଳୟ ତିଆରି କରୁଛନ୍ତି। ଏହି କାର୍ଯ୍ୟ...

ଭୁବନେଶ୍ୱର ଏମ୍‌ସର ୪ ଡାକ୍ତରଙ୍କୁ କରୋନା

ଭୁବନେଶ୍ୱର,୯।୬(ବ୍ୟୁରୋ): ଭୁବନେଶ୍ୱର ଏମ୍‌ସର ୪ ଡାକ୍ତରଙ୍କୁ କରୋନା ସଂକ୍ରମଣ ହୋଇଥିବା ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ସିନିୟର ରେସିଡେଣ୍ଟ ଡାକ୍ତର ରହିଛନ୍ତି। ତେବେ ସେମାନେ...

ଚଳିତବର୍ଷ ଦେଢ଼ଲକ୍ଷ ହେକ୍ଟର ବନୀକରଣ

ଭୁବନେଶ୍ୱର, ୬।୭(ବ୍ୟୁରୋ): ୨୦୨୧-୨୨ ଆର୍ଥିକ ବର୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରାଜ୍ୟରେ ବ୍ୟାପକ ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଜ୍ୟ...

Advertisement


Archives

Model This Week