Posted inଖେଳ

ଛେତ୍ରୀ ପ୍ଲେୟର ଅଫ୍‌ ଦି ଇୟର

ନୂଆଦିଲ୍ଲୀ, ୧୦ା୭ (ପି.ଟି.)-ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ବର୍ଷର ଶ୍ରେଷ୍ଠ ପୁରୁଷ ଫୁଟ୍‌ବଲର ଭାବେ ମନୋନୀତ କରିଛି। ସେ ରେକର୍ଡ ୬ଷ୍ଠ ଥର ପାଇଁ ଏହି ପୁରସ୍କାର ଜିତିବାରେ ସଫଳ ହୋଇଛନ୍ତି। ୩୪ ବର୍ଷୀୟ ଷ୍ଟ୍ରାଇକର କିଛି ବର୍ଷ ହେଲା ଚମତ୍କାର ଫର୍ମରେ ରହିଛନ୍ତି। ପୂର୍ବରୁ ସେ ଏହି ପୁରସ୍କାର ୨୦୦୭, ୨୦୧୧, ୨୦୧୩, ୨୦୧୪ ଓ ୨୦୧୭ରେ ଜିତିଥିଲେ। ବର୍ତ୍ତମାନ ସେ ଇଣ୍ଡିଆନ ସୁପର ଲିଗ୍‌ରେ ବେଙ୍ଗାଲୁରୁ ଏଫ୍‌ସି ତରଫରୁ ଖେଳୁଛନ୍ତି। ବର୍ତ୍ତମାନ ସକ୍ରିୟ ଥିବା ଖେଳାଳିମାନଙ୍କ ମଧ୍ୟରେ ଛେତ୍ରୀ ହେଉଛନ୍ତି ଦ୍ୱିତୀୟ ସର୍ବାଧିକ ଅନ୍ତର୍ଜାତୀୟ ଗୋଲ ସ୍କୋରର। ସେ ୭୦ ଗୋଲ କରିସାରିଥିବା ବେଳେ କ୍ରିଷ୍ଟିଆନୋ ରୋନାଲ୍‌ଡୋ (୧୪୯)ଙ୍କ ପଛରେ ରହିଛନ୍ତି। ସେ ଲିଓନେଲ ମେସି(୬୮)ଙ୍କୁ ଅତିକ୍ରମ କରିଯାଇଛନ୍ତି, ଯିଏକି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ୨୦୧୯ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଓପନ୍‌ରରେ ତାଜିକ୍‌ସ୍ତାନ ବିପକ୍ଷ ମ୍ୟାଚରେ ୨ଟି ଗୋଲ ସ୍କୋର କରିବା ପରେ ଏହି ସଫଳତା ହାସଲ କରିଛନ୍ତି। ଛେତ୍ରୀ ପୁନଶ୍ଚ ଦେଶ ତରଫରୁ ସର୍ବାଧିକ ମ୍ୟାଚ ଖେଳିଥିବା ଫୁଟ୍‌ବଲର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ୧୦୯ ଥର ପ୍ରତିନିଧିତ୍ୱ କରିଥିବାବେଳେ ତାଙ୍କ ପଛକୁ ରହିଥିବା ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆ ୧୦୭ ଥର ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

ଯାତ୍ରା ପୂର୍ବରୁ ସେକ୍ସ ରାକେଟ୍‌ ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ, ଏସବୁ ଆପତ୍ତିଜନକ ଜିନିଷ ମିଳିବା ପରେ…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଗଞ୍ଜାମ ଜିଲା ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର…

୧୫ ବର୍ଷ ପରେ ଜନଗଣନା: ଭଞ୍ଜନଗର ତହସିଲରେ ୬୦୦ କର୍ମଚାରୀ ନିୟୋଜିତ, ଘରକୁ ଘର ବୁଲି…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ପ୍ରତି ୧୦ ବର୍ଷକୁ ଥରେ ଦେଶରେ ଜନଗଣନା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିକାଶ ଯୋଜନା ହୋଇଥାଏ। ଶେଷଥର ପାଇଁ ୨୦୧୧ ରେ ଦେଶରେ…

ନୀତୀଶ କୁମାର ହେଲେ ଅମିତ ଶାହାଙ୍କ ପଡ଼ୋଶୀ: ଦିଲ୍ଲୀରେ ୩ ଏକର ଭିଭିଆଇପି ବଙ୍ଗଳା ଆବଣ୍ଟିତ

ନୂଆଦିଲ୍ଲୀ,୧୭।୪: ନୀତୀଶଙ୍କୁ ଦିଲ୍ଲୀରେ ଏକ ଟାଇପ-୮ ବର୍ଗର ସରକାରୀ ବଙ୍ଗଳା ଆବଣ୍ଟିତ କରାଯାଇଛି, ଯାହାଦ୍ୱାରା ରାଜଧାନୀର ସବୁଠାରୁ VVIP ଜୋନରେ ତାଙ୍କର ରାଜନୈତିକ ଠିକଣା ପ୍ରତିଷ୍ଠା ହୋଇଛି।…

ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…

ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…

ସଂସଦରେ ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ କଟାକ୍ଷ କଲେ ନିଶିକାନ୍ତ ଦୁବେ କହିଲେ,‘ମାଇକେଲ ଜ୍ୟାକସନଙ୍କ ନାଚ ଦେଖିଲା ଭଳି ଲାଗୁଥିଲା’

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ବିଲ ଉପରେ ଭୋଟ ଦେବା ପୂର୍ବରୁ, ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ।…

ବିଜୁବାବୁଙ୍କୁ ନେଇ ଏମିତି ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଆମେ ତାଙ୍କର…

ଭୁବନେଶ୍ୱର,୧୭ା୪: ଆଜି ଅର୍ଥାତ୍‌ ଶୁକ୍ରବାର ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନ ଜନନାୟକ ବିଜୁବାବୁଙ୍କୁ ମନେ ପକାଇ ଏକ ବଡ଼…

ଏଥର କାହିଁକି ନଜର ଆସିଲେନି ପଞ୍ଜାବ କିଙ୍ଗ୍ସର ମାଲିକାଣୀ? MI ବିପକ୍ଷରେ ବିଜୟ ପରେ ପୋଷ୍ଟ କରିି…

ନୂଆଦିଲ୍ଲୀ,୧୭।୪: IPL 2026 ରେ ପଞ୍ଜାବ କିଙ୍ଗ୍ସ ଏକ ଚମତ୍କାର ପ୍ରଦର୍ଶନ କରୁଛି। ଏପର୍ଯ୍ୟନ୍ତ, ପଞ୍ଜାବ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଯିଏ ଗୋଟିଏ ବି ମ୍ୟାଚ ହାରିନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri