ଛୁରାମାଡ଼ କରି ଲୁଟ୍‌ ଉଦ୍ୟମ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୫ା୮(ବ୍ୟୁରୋ): ରାଜମହଲ ଛକରେ ଜଣେ ବ୍ୟକ୍ତିଙ୍କ ଗୋଡକୁ ଛୁରାମାଡ କରି ଲୁଟ ଉଦ୍ୟମ କରୁଥିବା ଅଭିଯୁକ୍ତଙ୍କୁ କ୍ୟାପିଟାଲ ଥାନା ପୋଲିସ ରବିବାର ଗିରଫ କରିଥିବାବେଳେ ୨ଜଣ ଫେରାର ଅଛନ୍ତି। ସେ ହେଲେ ଅଶୋକ ନଗର ଅଞ୍ଚଳର ରାକେଶ ବେହେରା। ସୂଚନା ମୁତାବକ, ଏହି ଥାନା ଅଞ୍ଚଳରେ ରହୁଥିବା କେ ବିକ୍ରମ ଶନିବାର ରାତି ୮ଟା ୩୦ବେଳେ ବୋଲବମ ସାମଗ୍ରୀ କିଣିବାକୁ ୟୁନିଟ ୧ ମାର୍କେଟ ଯାଉଥିଲେ। ରାଜମହଲ ଛକ ନିକଟରେ ଅଭିଯୁକ୍ତ ରାକେଶ ଏବଂ ତାଙ୍କ ଦୁଇ ସହଯୋଗୀ ବିକ୍ରମଙ୍କୁ ପଛରୁ ଆକ୍ରମଣ କରିଥିଲେ। ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ବେଳେ ଏକ ଛୁରିରେ ଅଭିଯୁକ୍ତ ବିକ୍ରମଙ୍କ ଗୋଡକୁ ଆକ୍ରମଣ କରିଥିଲେ। ସେ ଦୌଡି ଯାଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ପୋଲିସ ନଂ ୨୮୧/୧୯ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଫେରାର ଅଭିଯୁକ୍ତଙ୍କୁ ଧରିବା ନେଇ ଚଢାଉ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦରେ ହେବ ନୂତନ ସ୍ପିଲଓ୍ବେ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ହୀରାକୁଦ ବନ୍ଧର ଦୀର୍ଘ ମିଆଦୀ ନିରାପତ୍ତା ପାଇଁ ରାଜ୍ୟ ସରକାର ସ୍ପିଲଓ୍ବେ ନିର୍ମାଣ କରୁଛନ୍ତି। ସମାନଭାବେ ଆଉ ଏକ ସ୍ପିଲଓ୍ବେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ...

ଭାଉଜଙ୍କୁ ଅସଦାଚରଣ, ଆକ୍ରମଣ ମାମଲା: ଅଭିଯୁକ୍ତ ଗିରଫ

ଦିଗପହଣ୍ଡି, ୮।୭(ବ୍ୟୁରୋ): ଭାଉଜଙ୍କୁ ଅସଦାଚରଣ ଓ ଆକ୍ରମଣ କରିବା ଘଟଣାରେ ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ସୋମବାର ନିମଖଣ୍ଡିପେଣ୍ଠ ଗ୍ରାମର ଅକ୍ଷୟ କୁମାର କର ଓରଫ...

ପେଟ୍ରୋଲ ୨୬, ଡିଜେଲ ୩୬ ପଇସା ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୫: କରୋନା ମହାମାରୀ ସମୟରେ କ୍ରମାଗତ ଭାବେ ଦେଶରେ ତୈଳ ଦର ବୃଦ୍ଧି ପାଉଛି। ଗତ ୨ଦିନର ବିରତି ପରେ ପୁଣି ଥରେ ଏହା ବଢିଛି।...

ମାନସିକ ଚାପରୁ ମୁକୁଳି ବାତ୍ୟା ଅନୁଭୂତି ବଖାଣିଲେ ପିଲା

ପୁରୀ ଅଫିସ,୨୬ା୧୦: ବାତ୍ୟା ଫନୀରେ ପୁରୀ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଲକ୍ଷାଧିକ ଗଛ, ଘର, ବିଦ୍ୟୁତ୍‌ଖୁଣ୍ଟ ଭାଙ୍ଗି ପଡ଼ିିଥିଲା। ବାତ୍ୟା ପରେ ବିଦ୍ୟୁତ୍‌ ଯୋଗାଯୋଗ...

ଧାର୍ଯ୍ୟ ହେଲା ମାଟ୍ରିକ ପରୀକ୍ଷା ଫଳ ପଦ୍ଧତି

ଭୁବନେଶ୍ୱର,୭।୫: ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଶୁକ୍ରବାର ଏକ ନୂତନ ଗାଇଡ୍‌ଲାଇନ ଜାରି କରାଯାଇଛି। ଗାଇଡ୍‌ଲାଇନରେ ଜୁନ ୩୦ ତାରିଖ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ମେ’ ୫ରୁ ଲକ୍‌ଡାଉନ୍‌

ଭୁବନେଶ୍ୱର,୨।୫(ବ୍ୟୁରୋ): ଶେଷ ଅସ୍ତ୍ର ପ୍ରୟୋଗ କଲେ ରାଜ୍ୟ ସରକାର। କରୋନା ସଂକ୍ରମଣ ବୃଦ୍ଧି ଉପରେ ରୋକ ଲଗାଇବା ପାଇଁ ରବିବାର ମେ’ ୫ରୁ ୧୯ ପର୍ଯ୍ୟନ୍ତ...

ରଥଯାତ୍ରା ପ୍ରସଙ୍ଗ: ପୁନର୍ବିଚାର ପରେ ଆଇନଗତ ପଦକ୍ଷେପ ନେବେ ସରକାର

ଭୁବନେଶ୍ୱର,୨୨।୬(ବ୍ୟୁରୋ): ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନ କରିବା ପାଇଁ ସୁପ୍ରିମକୋର୍ଟ ଜୁନ୍‌ ୧୮ ତାରିଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ...

ଆଜି ଆସୁଛନ୍ତି ଅମିତ୍‌ ଶାହା, ଜନତା ମଇଦାନ ସଭାରେ ଯୋଗଦେବେ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଶୁକ୍ରବାର ପୂର୍ବାହ୍ନ ୧୦ଟା ୧୦ ମିନିଟ୍‌ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ...

Advertisement


Archives

Model This Week

Why Dharitri