ଛାତ୍ର ସଂସଦ ନିର୍ବାଚନ ବାତିଲକୁ ବିରୋଧ: କମାପାଲିଠାରେ ଏଆଇଡିଏସ୍‌ଓର ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୩।୮- ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ବାତିଲ ଘୋଷଣା କରାଯାଇଛି। ଏହାକୁ ଏଆଇଡିଏସ୍‌ଓ ତରଫରୁ ବିରୋଧ କରାଯାଇଛି। ସଂଗଠନ ପକ୍ଷରୁ ଶୁକ୍ରବାର ସ୍ଥାନୀୟ କମାପଲିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ନିର୍ବାଚନ ବେଳେ ଯଦି ହିଂସା ଦେଖାଦେଉଛି, ତେବେ ଉଚ୍ଚ ଶିକ୍ଷା ବିଭାଗ ଉପଯୁକ୍ତ ଗଣତାନ୍ତ୍ରିକ ପରିବେଶ ସୃଷ୍ଟି କରିବା କଥା। ଏହା ନ କରି ନିର୍ବାଚନ ବନ୍ଦ କରିଦେବା ନିନ୍ଦନୀୟ। ନିର୍ବାଚନ ବଦଳରେ ଚୟନ ଜରିଆରେ ଛାତ୍ର ସଂସଦ ଗଠନ ହେଲେ, ସେଥିରେ ଶାସକ ଦଳ ସମର୍ଥିତ ପ୍ରାର୍ଥୀମାନେ ହିଁ ସୁଯୋଗ ପାଇବେ। ଏହା ଗଣତନ୍ତ୍ରର ହତ୍ୟା। କ୍ୟାମ୍ପସର ବିଭିନ୍ନ ସମସ୍ୟାର ସମାଧାନ କରିବାରେ ନିର୍ବାଚିତ ଛାତ୍ର ସଂସଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ନିର୍ବାଚନ ନ ହେଲେ କଲେଜ କର୍ତ୍ତୃପକ୍ଷ ନିଜ ଇଚ୍ଛା ମୁତାବକ କ୍ୟାମ୍ପସ ଚଳାଇବେ। ଛାତ୍ରୀଛାତ୍ରଙ୍କ ମୂଳ ସମସ୍ୟା ଦୂର ହୋଇପାରିବନି। ଉଚ୍ଚ ଶିକ୍ଷା ବିଭାଗ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରା ନ ଗଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ସଂଗଠନର ଗଂଜାମ ଜିଲ୍ଲାର ସଭାପତି ଶିବାନୀ ଶଙ୍କର ମିଶ୍ର, ସମ୍ପାଦକ ନିମାଇଁ ଚରଣ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେବେ ମା’ ମଙ୍ଗଳା

କାକଟପୁର,୫।୧୦(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁରସ୍ଥିତ ମା’ ମଙ୍ଗଳାଙ୍କ ମନ୍ଦିରରେ ଆଶ୍ୱିନ ମୂଳାଷ୍ଟମୀ ତିଥିଠାରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣପୂଜା। ଶନିବାର ମହାଷ୍ଟମୀ ଅବସରରେ ମା’ମଙ୍ଗଳା ମହିଷାମର୍ଦ୍ଦିନୀ...

ଭିଜିଲାନ୍ସ ଜାଲରେ ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ

ଘସିପୁରା,୨୧।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବଳ ପଣ୍ଡା ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭୋର ସମୟରୁ ପଣ୍ଡାଙ୍କ...

ବୃତ୍ତି ବଦଳାଇଛି କରୋନା: ଟମାଟୋ ବିକି ପେଟ ପୋଷୁଛନ୍ତି ବାଦ୍ୟ କଳାକାର

ଲାଠୋର, ୨୨ା୬(ଡି.ଏନ.ଏ.)  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଲପାଙ୍କେଲ ଗ୍ରାମର ବାଦ୍ୟ କଳାକାର ବିନୋଦ ସୁନା। କରୋନା ତାଙ୍କ ଜୀବନ ଜୀବିକା...

ସିରିଜ୍‌ ଦୁର୍ଘଟଣା ଘଟାଇ ହେଉଥିଲେ ଫେରାର: ୩ ଯୁବକ, ଜଣେ ଯୁବତୀ ଅଟକ

ଖୋର୍ଦ୍ଧା ଅଫିସ,୨୮।୭: ମଉଜମସ୍ତିର ସୀମା ଟପିବା ଡାକି ଆଣିଛି ବିପତ୍ତି। ଫସିଛନ୍ତି ଚନ୍ଦ୍ରଶେଖରପୁର, ପଟିଆ, ଶୈଳଶ୍ରୀବିହାରର ୩ ଯୁବକ, ଜଣେ ଯୁବତୀ। ସିରିଜ୍‌ ଦୁର୍ଘଟଣା ଘଟାଇ...

୩୦ରେ ଭଣ୍ଡାରିପୋଖରୀରେ କଂଗ୍ରେସର ବିକ୍ଷୋଭ

ଭଣ୍ଡାରିପୋଖରୀ,୨୪।୬(ଡି.ଏନ୍‌.ଏ): କେନ୍ଦ୍ର ସରକାରଙ୍କ ତୈଳଦର ବୃଦ୍ଧି ପ୍ରତିବାଦରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସ ପକ୍ଷରୁ ୩୦ ତାରିଖ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ...

ପୌରପାଳିକା ହାତରେ ଦେବୋତ୍ତର ବିଭାଗ ରାଜସ୍ୱ

ବାରିପଦା ଅଫିସ,୨୫।୯- ମୟୂରଭଞ୍ଜ ଜିଲାରେ ଥିବା ମଠ ମନ୍ଦିର ସମ୍ପତ୍ତିିରୁ ମ୍ୟୁନିସିପାଲିଟି ପକ୍ଷରୁ ଟିକସ ଆଦାୟ କରାଯାଇ ସହରବାସୀଙ୍କ କ୍ଷେତ୍ରରେ ବିନିଯୋଗ କରାଯାଉଛି। ମାତ୍ର ମଠମନ୍ଦିର...

ଅଜଣା ଜନ୍ତୁ ଆକ୍ରମଣରେ ୨୫ମେଣ୍ଢା ମୃତ

ଅମରପାଲି, ୧୩।୧୧ (ଡି.ଏନ.ଏ.)-ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ କୁମୁରସିଂହା ଗ୍ରାମରେ ସୋମବାର ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ୨୫ଟି ମେଣ୍ଢାଙ୍କର ମୃତ୍ୟୁ...

ବଂଶଧାରାରେ ବୁଡ଼ି ଜଣଙ୍କ ମୃତ୍ୟୁ, ମିଳୁନି ଅନ୍ୟ ଜଣଙ୍କ ପତ୍ତା

କାଶୀନଗର,୧୦ା୯(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟ ବଂଶଧାରା ନଦୀରେ ଗୁରୁବାର ସନ୍ଧ୍ୟାରେ ୨ ନାବାଳକ ବୁଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ରାତିରେ ଜଣଙ୍କ...

Advertisement
Archives

Model This Week