ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ସ୍କୁଲ ଆଗରେ ମୃତଦେହ ରଖି ପ୍ରତିବାଦ

କେନ୍ଦୁଝର,୨୧।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ମସିଣାଯୋଡ଼ି ଏଜୁକେଶନାଲ କମ୍ପ୍ଲେକ୍ସ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ପଦ୍ମା ଜୁଆଙ୍ଗଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ହଷ୍ଟେଲରେ ରହି ପଢୁଥିବା ପଦ୍ମାଙ୍କ ୍‌ଚିକିତ୍ସାରେ ଅବହେଳାରୁ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ୍ୟୁ ପରେ ସ୍କୁଲ କର୍ତ୍ତୃପକ୍ଷ ପଦ୍ମାଙ୍କ ମୃତଦେହକୁ ଘର ବାରଣ୍ଡାରେ ଛାଡ଼ି ଚାଲିଯାଇଥିଲେ। ଏପରିକି କୌଣସି ମେଡିକାଲ ରିପୋର୍ଟ ଦେଇ ନ ଥିଲେ। ଫଳରେ ଚିକିତ୍ସାରେ ଅବହେଳା ଅଭିଯୋଗ କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସ୍କୁଲ ଆଗରେ ମୃତଦେହ ରଖି ଗାଁ ଲୋକେ କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ି ବସିଛନ୍ତି। ପଣ୍ଡାପଡ଼ା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ପଠାଇ ପରିବାର ଲୋକଙ୍କ ସହ ଆଲୋଚନା ଜାରି ରଖିଛି। ପଣ୍ଡାପଡା ଥାନା ଅଧିକାରୀ ପଦ୍ମାଳୟା ସାହୁ କହିଛନ୍ତି ଯେ, ଗତ ୧୭ ତାରିଖରେ ପଦ୍ମାଙ୍କ ଝାଡାବାନ୍ତି ହୋଇଥିଲା। ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଧୂହତ୍ୟା ଅଭିଯୋଗ

ପଦ୍ମପୁର,୨୪।୫ (ଡି.ଏନ.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ରାଜଘରପୋଖରୀ ପଞ୍ଚାୟତ ସାନକୋରବାଟିଆ ଗ୍ରାମର ଉଷାରାଣୀ ଜେନା ନାମ୍ନୀ ଜଣେ ମହିଳାଙ୍କୁ ଶାଶୁଘର ଲୋକେ...

ନାବାଳିକା ଗର୍ଭବତୀ, ଅଭିଯୁକ୍ତ ଫେରାର

ବ୍ରହ୍ମପୁର ଅଫିସ,୪ା୭-କେ. ନୂଆଗାଁ ଥାନା ଇଲାକାରେ ଜନୈକା ନାବାଳିକାଙ୍କୁ ଭୟଭୀତ କରି ବାରମ୍ବାର ବଳାତ୍କାର କରିବା ପରେ ସେ ଗର୍ଭବତୀ ହେବା ଜାଣି ଅଭିଯୁକ୍ତ ଫେରାର୍‌...

ମଣ୍ଡିରେ ଧାନ, ଚିନ୍ତାରେ ଚାଷୀ

ସୋନପୁର, ୩୦।୬(ନି.ପ୍ର.)ସୁବର୍ଣ୍ଣପୁର ଜିଲାର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ଧାନ ପଡି ରହିଛି। ମିଲର୍ସମାନେ ଧାନ ଉଠାଉ ନାହାନ୍ତି। ଜିଲାର ଉଲୁଣ୍ଡା ବ୍ଲକର ଯାଲୋଏ, ଡୁଙ୍ଗୁରିପାଲି ବ୍ଲକର...

୨୨ ଦିନ ପରେ ବି ଚାଷୀଙ୍କୁ ଟଙ୍କା ମିଳୁନି

ପଟ୍ଟାମୁଣ୍ଡାଇ,୭ା୨(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚଳିତବର୍ଷ ଖରିଫ ଧାନକିଣାରେ ଅବ୍ୟବସ୍ଥା ସାମନାକୁ ଆସିଛି। ମଣ୍ଡିରେ ଧାନ ବିକ୍ରିର ପ୍ରାପ୍ୟ ଚାଷୀଙ୍କୁ ୪୮ ଘଣ୍ଟା ମଧ୍ୟରେ ପ୍ରଦାନ...

କର୍ଲାମୁଣ୍ଡା ବ୍ଲକ: ୧୪ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫୪୩ ପ୍ରବାସୀ ଓଡିଆ

କର୍ଲାମୁଣ୍ଡା,୨୧ା୫,(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କରୋନା ମୁକାବିଲା ପାଇଁ ୧୪ଟି (ଟିଏମସି) ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ତ୍ତମାନ ସୁଦ୍ଧା ୫୪୩ ଜଣ ପ୍ରବାସୀ ଓଡିଆଙ୍କୁ ରଖାଯାଇଛି। ବ୍ଲକର...

ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା

ଉଲୁଣ୍ଡା, ୧୭ା୬(ଡି.ଏନ.ଏ.) : ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କୋଟସମଲାଇ ପାତାଳି ଶ୍ରୀକ୍ଷେତ୍ରଠାରେ ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ସୋମବାର...

ଟ୍ରଲର ମାଡ଼ରେ ଯାଉଛି ଅଲିଭ୍‌ରିଡ୍‌ଲେଙ୍କ ଜୀବନ

ରାଜନଗର, ୧୯ା୧୨(ଡି.ଏନ.ଏ.):ହିନ୍ଦୁ ଶାସ୍ତ୍ରରେ ଭଗବାନଙ୍କ ଦ୍ୱିତୀୟ ଅବତାର ରୂପେ କଇଁଛଙ୍କୁ ସ୍ଥାନ ଦିଆଯାଇଛି। ସମୁଦ୍ର ମନ୍ଥନ ସମୟରେ କଇଁଛଙ୍କ ପିଠିରେ ମନ୍ଦରାଚଳ ପର୍ବତକୁ ରଖାଯାଇ ଘୂର୍ଣ୍ଣନ...

ଅସୁସ୍ଥ ମାଈ ହାତୀର ମୃତ୍ୟୁ

କଟକ ଅଫିସ, ୩୦।୯: କଟକ ବାଙ୍କୀ ଅନ୍ତର୍ଗତ ବାଆଁରା କୂଆମଡ଼ା ଜଙ୍ଗଲରେ ଅସୁସ୍ଥ ମାଈ ହାତୀର ସୋମବାର ମୃତ୍ୟୁ ଘଟିଛି। ହାତୀଟି ୫ ଦିନ ହେବ...

Advertisement
Archives

Model This Week