ଛାତ୍ରୀଙ୍କ ପ୍ୟାଣ୍ଟ ଖୋଲି ହରଡ଼ଘଣାରେ ଶିକ୍ଷୟିତ୍ରୀ: ଥାନାରେ ଅଣ୍ଡର ଟେକିଂ ଲେଖି ମୁକୁଳିଲେ

ବ୍ରହ୍ମପୁର ଅଫିସ,୧୫।୨: ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଏକ ଘରୋଇ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ଶ୍ରେଣୀଗୃହରେ ଜଣେ ଶିକ୍ଷୟିତ୍ରୀ ଜଣେ ଛାତ୍ରୀଙ୍କ ପ୍ୟାଣ୍ଟ ଖୋଲିଦେବାରୁ ହରଡ଼ଘଣାରେ ପଡ଼ିଛନ୍ତି। ଫଳରେ ଛାତ୍ରୀଙ୍କ ଅଭିଭାବକ ସ୍କୁଲ ପ୍ରିନ୍ସପାଲଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ସ୍କୁଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ପୋଲିସ ସ୍କୁଲରେ ପହଞ୍ଚି ସଂପୃକ୍ତା ଶିକ୍ଷୟିତ୍ରୀଙ୍କୁ ଥାନାକୁ ଆଣିଥିଲା ।
ସୂଚନାଯୋଗ୍ୟ, ଶନିବାର ସ୍କୁଲରେ ଧଳା ୟୁନିଫର୍ମ ପିନ୍ଧି ଆସିବା ପରିବର୍ତ୍ତେ ଛାତ୍ରୀ ଜଣକ କଳା ଲେଗ୍‌ଇନ୍ସ ପିନ୍ଧି ଆସିଥିଲେ । କ୍ଲାସ ଆରମ୍ଭ ବେଳେ ସଂପୃକ୍ତା ଛାତ୍ରୀଙ୍କ ପ୍ୟାଣ୍ଟକୁ ଶିକ୍ଷୟିତ୍ରୀ ଜଣକ କାଢ଼ି ଦେଇଥିଲେ। ଭୟରେ ଛାତ୍ରୀ ଜଣଙ୍କ କାହାକୁ କିଛି ନ କହି ଚୁପ୍‌ ହୋଇ କ୍ଲାସରେ ବସିଥିଲେ । ସ୍କୁଲ ଛାଡ଼ିବା ବେଳେ ସେ ତାଙ୍କ ପିତାଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ପରେ ଏନେଇ ଛାତ୍ରୀଙ୍କ ପିତା ଥାନାରେ ଅଭିଯୋଗ କରିଥିଲେ । ତେବେ ଶିକ୍ଷୟିତ୍ରୀ ଜଣଙ୍କ ଥାନାରେ ନିଜର ଭୁଲ ସ୍ବୀକାର କରିଥିଲେ। ଭବିଷ୍ୟତରେ ଏଭଳି ଭୁଲ୍‌ କେବେ କରିବେ ନାହିଁ ବୋଲି ଥାନାରେ ଅଣ୍ଡରଟେକିଂ ଦେଇଥିଲେ। ଶେଷରେ ଆପୋସ ସମାଧାନ ହୋଇଥିଲା ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁବାର ଭୋଟ ଗଣନା: କେନ୍ଦୁଝର ପ୍ରଶାସନର ପ୍ରସ୍ତୁତି ଶେଷ, କେନ୍ଦ୍ରଗୁଡ଼ିକୁ ମୋବାଇଲ ଫୋନ ମନା

କେନ୍ଦୁଝର,୨୨।୫(ସ୍ବ.ପ୍ର.): ଗୁରୁବାର ୨୦୧୯ ସାଧାରଣ ନିର୍ବାଚନକୁ ନେଇ ଭୋଟ ଗଣନା କରାଯିବ। ଏହାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ଅବଜର୍ଭର ଡ଼....

ଭିନ୍ନକ୍ଷମଙ୍କୁ ମିଳୁନି କାର୍ଯ୍ୟାଦେଶ, ଜିଲାପାଳଙ୍କ ଦ୍ୱାରସ୍ଥ

ଅନୁଗୋଳ ଅଫିସ, ୧୭।୧୦: ଅନୁଗୋଳ ବ୍ଲକ ବେଡ଼ାଶାସନ ପଞ୍ଚାୟତ କାନ୍ଥରେ ନାମ ଥାଇ ମଧ୍ୟ ହମାମିରାର ଭିନ୍ନକ୍ଷମ ହିତାଧିକାରୀ ଦୟାନିଧି ସାହୁଙ୍କୁ ଗୃହ କାର୍ଯ୍ୟାଦେଶ ପ୍ରଦାନ...

ଏସ୍‌ସିବିରେ ଖୋଲିବ କରୋନା ସୂଚନା, ତାଲିମ କେନ୍ଦ୍ର

କଟକ ଅଫିସ୍‌,୧୫ା୪: କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବେ କରୋନା ସମ୍ପର୍କରେ ତାଲିମ୍‌ ଏବଂ ସୂଚନା ପ୍ରଦାନ କରିବା...

ସିଏଏ, ଏନ୍‌ଆର୍‌ସିକୁ ବିରୋଧ: ଜିଲାପାଳଙ୍କ ବୁଝାଶୁଝା ପରେ ହଟିଲା ଆନ୍ଦୋଳନ

କେନ୍ଦ୍ରାପଡ଼ା ଅଫିସ,୨୧।୧୨: କେନ୍ଦ୍ରାପଡ଼ା ଜିଲାର ମୁସଲମାନ ଓ ଦଳିତ ମହାସଂଘ ପକ୍ଷରୁ ସିଏଏ ଓ ଏନ୍‌ଆର୍‌ସିକୁ ଶନିବାର ସକାଳେ ବିରୋଧ କରାଯାଇ ସହରର ନୂଆ ଇଦ୍‌ଗାହ...

ନିରାଡ଼ମ୍ବର ଭାବେ ମଧୁବାବୁଙ୍କ ଜୟନ୍ତୀ ପାଳିତ

ବାଲେଶ୍ୱର ଅଫିସ,୨୮।୪- ବାଲେଶ୍ୱରର ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ ‘ଉତ୍କଳ ଗୌରବ ମଧୁସୂଦନ ସାଂସ୍କୃତିକ ପରିଷଦ’ ତରଫରୁ ମଧୁସୂଦନ ଦାସଙ୍କ ୧୭୩ତମ ଜୟନ୍ତୀ ଉତ୍ସବ ନିରାଡ଼ମ୍ବର ଭାବରେ...

ବିଶୋଧନ ହେଲା ସ୍ବର୍ଗଦ୍ୱାର

ପୁରୀ ଅଫିସ,୧୬ା୪: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ଓ ବିଶୁଦ୍ଧୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ପୁରୀର ସବୁଠୁ ସମ୍ବେଦନଶୀଳ କୁହାଯାଉଥିବା...

୧୧ ମଣ୍ଡପରେ ପୂଜା ପାଇବେ ମା’

ଭଦ୍ରକ ଅଫିସ, ୨୭।୧୦ – ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ପ୍ରସିଦ୍ଧ ଭଦ୍ରକ କାଳୀପୂଜା ପାଇଁ ସାରା ସହର ଉତ୍ସବମୁଖର ହୋଇଉଠିଛି। ସୁସଜ୍ଜିତ ମଣ୍ଡପ,...

ନୟାଗଡ଼ରେ ବଜ୍ରପାତ ବିପତ୍ତି: ୪ ବର୍ଷରେ ଗଲାଣି ୨୭ ଜୀବନ

ନୟାଗଡ଼ ଅଫିସ,୩୦ା୬- ବଣପାହାଡ଼ ଘେରା ନୟାଗଡ଼ ଜିଲାରେ ବିଭିନ୍ନ ସମୟରେ ବଜ୍ରପାତ ବିପତ୍ତି ଦେଖିବାକୁ ମିଳୁଛି। ଆଉ ଏଥିରେ କେତେକଙ୍କ ଅକାଳ ମୃତ୍ୟୁ ହେଉଥିବାବେଳେ କେତେକ...

Coronavirus Update

Archives

Model This Week

Why Dharitri