ଛାତ୍ରଙ୍କ ଅଜାଣତରେ କଲେଜ କର୍ତ୍ତୃପକ୍ଷ ବ୍ୟାଙ୍କରୁ ଋଣ ଉଠାଇବା ଘଟଣା: ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କଲେ ଜିଲାପାଳ

ବାରିପଦା ଅଫିସ,୨୫ା୯- ମୟୂରଭଞ୍ଜ ଜିଲା ଚିତ୍ରଡା ସ୍ଥିତ ଏକ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନଙ୍କ ଅଜାଣତରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବ୍ୟାଙ୍କରୁ ଋଣ ଉଠାଇ ଆଣିବା ଘଟଣା ପଦାକୁ ଆସିଛି। ପ୍ରବଳ ବର୍ଷା ସତ୍ତ୍ୱେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ର ବାରିପଦାକୁ ୪୦ କି.ମି ଚାଲି ଚାଲି ଆସି ମଙ୍ଗଳବାର ଅପରାହ୍ନରେ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଜିଲାପାଳ ବିନୀତ ଭରଦ୍ୱାଜ, ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଅତିରିକ୍ତ ଜିଲାପାଳ ବ୍ରଜବନ୍ଧୁ ଭୋଳ ସେମାନଙ୍କ ସହ ଆଲୋଚନା କରିଥିଲେ। ପୋଲିସ ବିଭାଗର ତଦନ୍ତ ବ୍ୟତୀତ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏକ ଟିମ୍‌ ଗଠନ କରାଯାଇଛି ବୋଲି ଜିଲାପାଳ ଭରଦ୍ୱାଜ କହିଛନ୍ତି । ଏହି ଟିମ୍‌ରେ ଉପଜିଲାପାଳ, ଜିଲା ନିୟୋଜନ ଅଧିକାରୀ ଓ ପଲିଟେକ୍ନିକ କଲେଜର ଅଧ୍ୟକ୍ଷ ରହିବେ। ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ଭରଦ୍ୱାଜ କହିଛନ୍ତି। ଏହି ଘଟଣାରେ ମୋରଡା ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ସୋମବାର ରାତି ପ୍ରାୟ ୮ ଟା ବେଳେ ବର୍ଷାରେ ଭିଜି ଭିଜି କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ କରିବାକୁ ପ୍ରାୟ ୭୦ ଜଣ ଛାତ୍ର ଚାଲି ଚାଲି ପ୍ରାୟ ୮ କିମି ଦୂର ମୋରଡା ଥାନା ଅଭିମୁଖେ ବାହାରିଥିଲେ। ସେମାନଙ୍କ ଅଭିଯୋଗ ମୁତାବକ କଲେଜରେ ପଢ଼ୁଥିବା ଛାତ୍ରୀଛାତ୍ରମାନଙ୍କ ନାମରେ କଲେଜ କର୍ତ୍ତୃପକ୍ଷ ବ୍ୟାଙ୍କରୁ ଋଣ ଉଠାଇ ନେଇଛନ୍ତି। ସୋମବାର ସମସ୍ତ ଛାତ୍ରୀଛାତ୍ର ବ୍ୟାଙ୍କକୁ ଯାଇ ପଚାରି ବୁଝିଥିଲେ। ବ୍ୟାଙ୍କ ଅଧିକାରୀ ୧୬ ଜଣ ଛାତ୍ରଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ବାହାର କରିଥିବା ବେଳେ ସମସ୍ତଙ୍କ ନାମରେ ଋଣ ହୋଇଥିବା ଛାତ୍ରୀଛାତ୍ର ଜାଣିବାକୁ ପାଇଥିଲେ। ଏନେଇ ସେମାନେ କଲେଜ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସନ୍ତୋଷଜନକ ଉତ୍ତର ପାଇପାରି ନ ଥିଲେ। ପରେ ସେମାନେ ମୋରଡା ଥାନାକୁ ଯାଇ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ। ମଙ୍ଗଳବାର ସକାଳେ ବେତନଟୀ ଏସଡିପିଓ ଏଲ.କେ. ପଟ୍ଟନାୟକ ବାରିପଦା ସହରସ୍ଥିତ ଏକ ବ୍ୟାଙ୍କକୁ ଆସି ତଦନ୍ତ କରିଛନ୍ତି। ତଦନ୍ତ ବେଳେ ଛାତ୍ରମାନଙ୍କ ନାମରେ ଋଣ ହୋଇଥିବା ଜଣାପଡ଼ିଛି। ତେବେ ସମ୍ପୂର୍ଣ୍ଣ ତଦନ୍ତ ପରେ ମତାମତ ଦେବେ ବୋଲି ଏସଡିପିଓ ପଟ୍ଟନାୟକ କହିଛନ୍ତି !


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼

କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?