ଛଟେଇ ହେବେ ୩ଲକ୍ଷ ଅପାରଗ ରେଲଓ୍ବେ କର୍ମଚାରୀ

ନୂଆଦିଲ୍ଲୀ,୨୨-୭: କାମରେ ଫାଙ୍କୁଥିବା ଅଥବା ଅପାରଗ ରେଲଓ୍ବେ କର୍ମଚାରୀ ବିଦା ହେବେ। ଜୋନାଲ ଅଫିସ୍‌କୁ ଏଭଳି କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ରେଲଓ୍ବେ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ୫୫ବର୍ଷ ଟପିଯାଇଥିବା ଅଥବା ୨୦୨୦ ପ୍ରଥମ ତ୍ରୈମାସ ସୁଦ୍ଧା ରେଲଓ୍ବେରେ ୩୦ ବର୍ଷ କାର୍ଯ୍ୟ କରିସାରିଥିବା ଏବଂ ପେନସନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା କର୍ମଚାରୀଙ୍କ କାର୍ଯ୍ୟର ସମୀକ୍ଷା କରି ତାଲିକା ଦେବାକୁ ଜୋନାଲ ଅଫିସ୍‌ଗୁଡ଼ିକୁ କୁହାଯାଇଛି। କେନ୍ଦ୍ର ସରକାର ୨୦୨୦ ସୁଦ୍ଧା ଏହାର କର୍ମଚାରୀ ସଂଖ୍ୟାକୁ ୧୩ ଲକ୍ଷରୁ ୧୦ ଲକ୍ଷକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ରେଲଓ୍ବେର ସମସ୍ତ ଜୋନାଲ ଅଫିସ୍‌କୁ ରେଲଓ୍ବେ ବୋର୍ଡର ଏ ସଂକ୍ରାନ୍ତରେ ପତ୍ର ପଠାଯାଇଛି। ଜୋନାଲ ଅଫିସ୍‌ ନିଜର ସମସ୍ତ କର୍ମଚାରୀଙ୍କ ଏକ ସର୍ଭିସ ରେକର୍ଡ ପ୍ରସ୍ତୁତ କରିବେ। ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କ ପ୍ରଦର୍ଶନ ତଥ୍ୟ ଯୋଡାଯିବ। ନିଯୁକ୍ତି ଦୃଷ୍ଟିରୁ ଉକ୍ତ ସର୍ତ୍ତ ପୂରଣ କରୁଥିବା କର୍ମଚାରୀଙ୍କ କାର୍ଯ୍ୟର ସମୀକ୍ଷା କରିବାକୁ ପତ୍ରରେ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ସର୍ତ୍ତ ମାନଦଣ୍ଡ ପୂରଣ କରୁଥିବା କର୍ମଚାରୀଙ୍କ କାର୍ଯ୍ୟର ସମୀକ୍ଷା କରିବାକୁ ହେବ। ଏହାପରେ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ପଠାଯିବ। ପ୍ରଥମ ତ୍ରୈମାସ ଅର୍ଥାତ୍‌ ୨୦୨୦ ଜାନୁୟାରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ସମୟକୁ ଧରାଯାଇଛି। ଅଗଷ୍ଟ ୯ ସୁଦ୍ଧା ଏହି ତାଲିକା ପଠାଇବାକୁ ଜୋନାଲ ଅଫିସ୍‌ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏକ ନିଶ୍ଚିତ ସମୟାବଧିରେ ରେଲଓ୍ବେରେ କର୍ମଚାରୀଙ୍କ କାର୍ଯ୍ୟର ସମୀକ୍ଷା କରାଯାଇଥାଏ। ଠିକ୍‌ ଭାବେ କାମ କରୁ ନ ଥିବା କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଥାଏ ଏବଂ ସମୟ ପୂର୍ବରୁ ଅବସର ନେବାକୁ ବାଧ୍ୟ କରାଯାଇଥାଏ। ଏନ୍‌ଡିଏ ସରକାର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ଅତ୍ୟନ୍ତ ଗମ୍ଭୀର ରହିଛନ୍ତି। ସୂଚନାଥାଉ କି, ନିକଟରେ ଲୋକ ସଭାରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ଗ୍ରୁପ୍‌-ଏ ଏବଂ ଗ୍ରୁପ୍‌-ବି ର ୧.୧୯ ଲକ୍ଷରୁ ଅଧିକ ଅଫିସରଙ୍କ ପ୍ରଦର୍ଶନର ସମୀକ୍ଷା କରାଯାଇଛି। ସମୟ ପୂର୍ବରୁ ଅବସର ଘୋଷଣା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ରେଲଓ୍ବେ କର୍ମଚାରୀଙ୍କ ମାନସିକ ଓ ଶାରୀରିକ ଫିଟ୍‌ନେସ୍‌, ତାଙ୍କର ଆଟେଣ୍ଡାନ୍ସ ଓ ଶୃଙ୍ଖଳା ସମ୍ପର୍କରେ ତଥ୍ୟ ମଗାଯାଇଛି। ଏହାଛଡ଼ା ରେଲଓ୍ବେର ସମ୍ପତ୍ତିକୁ ସେ କିଭଳି ଭାବେ ବ୍ୟବହାର କରନ୍ତି, ତାହା ମଧ୍ୟ ଜଣାଇବାକୁ ହେବ। ଏହାକୁ ଭିତ୍ତି କରି ସମ୍ପୃକ୍ତ କର୍ମଚାରୀଙ୍କ ମୂଲ୍ୟାଙ୍କନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୧୦,୦୦୦ରୁ ଉର୍ଦ୍ଧ୍ୱ ପ୍ରଭାବିତଙ୍କୁ ଏନ୍‌ଟିପିସିର ଚିକିତ୍ସା

ଭୁବନେଶ୍ୱର,୨୪।୫: ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍‌ଟିପିସି) ପକ୍ଷରୁ ଭ୍ରାମ୍ୟମାଣ ମେଡିକାଲ ମେଡିକାଲ ଚିକିତ୍ସା ଶିବିରରେ ୧୦,୦୦୦ରୁ ଉର୍ଦ୍ଧ୍ୱ ପ୍ରଭାବିତଙ୍କୁ ଚିକିତ୍ସା କରାଯାଇଛି। ଏହି ଶିବିରଗୁଡିକ...

ବିଓବିର ସୁଧହାରରେ ବୃଦ୍ଧି

ନୂଆଦିଲ୍ଲୀ,୩୦।୧୨:ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ଘରୋଇ ଖୁଚୁରା ମିଆଦୀ ଜମା ଉପରେ ସୁଧହାର ବୃଦ୍ଧି କରାଯାଇଛି। ବିଶେଷକରି ଏହା ଏନ୍‌ଆର୍‌ଓ ଏବଂ ଏନ୍‌ଆର୍‌ଇ ମିଆଦୀ ଜମା...

ଡକାର ର଼୍ୟାଲି ପାଇଁ ହିରୋର ପ୍ରସ୍ତୁତି

ନୂଆଦିଲ୍ଲୀ,୨୯-୧୧: ପ୍ରମୁଖ ୨ ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ପକ୍ଷରୁ ଡକାର ର଼୍ୟାଲି ପାଇଁ ପ୍ରସ୍ତୁତି ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ମୋଟୋସ୍ପୋର୍ଟସ ଟିମ୍‌...

୮.୫% ଖସିଲା କୋର୍‌ ସେକ୍ଟର

ନୂଆଦିଲ୍ଲୀ: ଗତ ୬ ମାସ ହେବ ଦେଶର କୋର୍‌ ସେକ୍ଟର ଶିଳ୍ପ କ୍ଷେତ୍ର ଅଭିବୃଦ୍ଧି ଲଗାତର ହ୍ରାସ ହେଉଛି। ଅଗଷ୍ଟ ମାସରେ ଏହା ୮.୫% ଖସିଥିବା...

ବିଗିଡ଼ିବ ବଜେଟର ସମ୍ପୂର୍ଣ୍ଣ ଗଣିତ

  ନୂଆଦିଲ୍ଲୀ, ୭।୪: କରୋନା ଯୋଗୁ ସାରା ବିଶ୍ୱର ସ୍ଥିତି ଏବେ ବେହାଲ ହୋଇଛି। ଭାରତରେ ୨୧ ଦିନିଆ ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ବର୍ତ୍ତମାନ...

ବିଶ୍ୱକୁ ଲାଗିବ ୩.୬ ଲକ୍ଷ କୋଟି ଡଲାର ଝଟକା

ନୂଆଦିଲ୍ଲୀ୨୮। ୩: କରୋନା ପ୍ରଭାବ ଯୋଗୁ ସାରା ବିଶ୍ୱରେ ଅଢେଇ କୋଟି ଲୋକ ରୋଜଗାର ହରାଇବେ ବୋଲି ଆଶଙ୍କା କରାଯାଇଛି। ଏହି ସମୟରେ ବିଶ୍ୱ ଅର୍ଥ...

ତନିସ୍କର ନୂଆ ପାର୍ବଣ କଲେକ୍ସନ‘ଏକତ୍ୱମ’

ଭୁବନେଶ୍ୱର : ପ୍ରମୁଖ ଜୁଏଲେରି ବ୍ରାଣ୍ଡ ତନିସ୍କ ପକ୍ଷରୁ ପାର୍ବଣ ଉପଲକ୍ଷେ ନୂଆ ‘ଏକତ୍ୱମ’ କଲେକ୍ସନ ଶୁଭାରମ୍ଭ କରାଯାଇଛି। ଦେଶର ଶ୍ରେଷ୍ଠ କାରିଗିରଙ୍କ ଦ୍ୱାରା ଏହି...

୫% ଜିଡିପି ହାସଲ କଷ୍ଟସାଧ୍ୟ

ନୂଆଦିଲ୍ଲୀ,୧-୨:ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ୬ ବର୍ଷର ସର୍ବନିମ୍ନ ସ୍ତର ୪.୫% ଖସିଛି। ମାନ୍ଦାବସ୍ଥା ଯୋଗୁ ବିକାଶ...

Advertisement
Archives

Model This Week