ଚୋରି ଘଟଣା: ୪ ଗିରଫ

କଟକ ଅଫିସ,୧୬ା୯ : ଦୁଇଟି ଚୋରି ଘଟଣାରେ ମଙ୍ଗଳାବାଗ ପୋଲିସ ରବିବାର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଯୋବ୍ରା ଅଞ୍ଚଳର ଦେବବ୍ରତ ସାମଲ ଓରଫ ପିଣ୍ଟୁ, ପୁରୁଣା ତିଗିରିଆର କାହ୍ନୁ ଚରଣ ନାୟକ, କଲେଜ ଛକ ଅଞ୍ଚଳର ବିଶ୍ୱନାଥ ମୁଦୁଲିଆର ଓରଫ ଶିବ ଓ ପାଟ୍ରାସାହିର ସୀମାଞ୍ଚଳ ରାଓ। ସେମାନଙ୍କ ନିକଟରୁ ଗୋଟିଏ ଲୁହାରଡ, ଦୁଇଟି ବାଇକ୍‌, ୪ଟି ଏଟିଏମ୍‌ ଖୋଳ, କିଛି ଶାଢୀ ଓ ଜିନ୍ସପ୍ୟାଣ୍ଟ ଜବତ କରାଯାଇଛି। ଏହି ଘଟଣାରେ ଅନ୍ୟ ଜଣେ ଫେରାର ଥିବାବେଳେ ପୋଲିସ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।
ପୋଲିସ ସୂତ୍ରରୁ ପ୍ରକାଶ, ଶଙ୍କରଲାଲ ମାହେଶ୍ୱରୀଙ୍କର କଲେଜ ଛକରେ ଏକ ଶାଢୀ ଶୋରୁମ୍‌ ରହିଛି। ଗତ ମେ’ ୪ ରାତିରେ ଦୁର୍ବୃତ୍ତମାନେ ତାଙ୍କ ଶୋ’ରୁମ୍‌ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ଦାମୀ ଶାଢି ଓ ଡ୍ରେସ୍‌ ଚୋରି କରିନେଇଥିଲେ। ଏହାର ପରଦିନ ସକାଳେ ଦୋକାନ ପାଖରେ ରହୁଥିବା ପଡୋଶୀଙ୍କଠାରୁ ଫୋନ୍‌କଲ ପାଇ ଶଙ୍କରଲାଲ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁବୃର୍ତ୍ତମାନେ ଦୋକାନ ଡ୍ର ଭାଙ୍ଗି ସମସ୍ତ ଟଙ୍କା ଓ ଶାଢୀ ଚୋରି କରିଥିବା ଦେଖିବା ପରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ଏକ ମାମଲା(ନଂ.୧୧୦/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ରବିବାର ଗିରଫ ପରେ ପୋଲିସ ପଚରାଉଚରା କରିବାବେଳେ ଅନ୍ୟ ଏକ ବଡ ଘଟଣା ସାମ୍ନାକୁ ଆସିଥିଲା। ଜୁନ୍‌ ୨୮ରେ ମଙ୍ଗଳାବାଗ ଏସ୍‌ବିଆଇ ବ୍ୟାଙ୍କରେ ହୋଇଥିବା ଚୋରିରେ ସମ୍ପୃକ୍ତି ଥିବା ନେଇ ସେମାନେ ପୋଲିସ ନିକଟରେ ସ୍ବୀକାର କରିଥିଲେ। ବ୍ୟାଙ୍କର ଲକିଂ ସିଷ୍ଟମ ଭାଙ୍ଗି ଭିତରେ ସେମାନେ ପଶିଥିଲେ। ହେଲେ ବ୍ୟାଙ୍କ୍‌ରେ ଲାଗିଥିବା ଆଲାରାମ୍‌ ବାଜିବାରୁ ଟଙ୍କା ଚୋରି ନ କରିପାରି ସେମାନେ ପଳାଇ ଯାଇଥିଲେ। ଯିବା ସମୟରେ ବ୍ୟାଙ୍କର ଜରୁରି କାଗଜପତ୍ର, ଏଟିଏମ୍‌ ଖୋଳ, ଡାଏରି, କାଲ୍‌କୁଲେଟର ଓ ବ୍ୟାଙ୍କ ଲକର ଚାବି ନେଇଥିଲେ। ଏ ନେଇ ଏସ୍‌ବିଆଇ ଚିଫ୍‌ ମ୍ୟାନେଜର ଭବାନୀ ଶଙ୍କର ମହାନ୍ତିଙ୍କ ପକ୍ଷରୁ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପରୀକୁ ନ୍ୟାୟ ବିରୋଧୀଙ୍କ ଦାବି

ଭୁବନେଶ୍ୱର,୨୭।୧୧(ବ୍ୟୁରୋ):ନୟାଗଡ଼ ଜିଲାର ୫ବର୍ଷର ଶିଶୁ କନ୍ୟା ପରୀକୁ ନ୍ୟାୟ ଜିଦ୍‌ରେ ବିରୋଧୀ ଅଟଳ। ବୁଧବାର ପରୀ ହତ୍ୟା ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିବୃତି...

ଷଷ୍ଠରୁ ଅଷ୍ଟମ ଏକକ ପ୍ରଶ୍ନପତ୍ର

ଭୁବନେଶ୍ୱର, ୬।୧୧(ବ୍ୟୁରୋ): ଆସନ୍ତା ଶିକ୍ଷାବର୍ଷରୁ ସମସ୍ତ ସରକାରୀ ସ୍କୁଲରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକକ ପରୀକ୍ଷା ଓ ଏକକ ପ୍ରଶ୍ନପତ୍ର ବ୍ୟବସ୍ଥା ଲାଗୁ ହେବ। ଏହି...

ସୁନୀଲ କୁମାର ବଂଶଲ ହେବେ ନୂଆ ଡିଜିପି

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ସୁନୀଲ କୁମାର ବଂଶଲ ହେବେ ପୋଲିସ ମହାନିର୍ଦ୍ଦେଶକ। ବଂଶଲ ଡିଜିପି ହେବା ନେଇ ରାଜ୍ୟ ସରକାର ବୁଧବାର ଘୋଷଣା କରିଛନ୍ତି। ଡିଜିପି ଅଭୟଙ୍କ ଠାରୁ...

ପାର୍ବଣ ଋତୁ ଲାଗି ରାଜ୍ୟ ସରକାରଙ୍କ କୋଭିଡ୍‌ ଗାଇଡଲାଇନ: ଜାଣନ୍ତୁ କ’ଣ ରହିଛି ଏଥିରେ

ଭୁବନେଶ୍ୱର,୯।୮(ବ୍ୟୁରୋ): ଆଗକୁ ପାର୍ବଣ ଋତୁ ଆସୁଥିବାରୁ କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି। ଆଗକୁ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ...

ପୃଥକ୍‌ ସଂଗ୍ରହ ହେବ ଓଦା, ଶୁଖିଲା ବର୍ଜ୍ୟ

ଭୁବନେଶ୍ୱର, ୬ା୨ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସଭାଗୃହରେ ବର୍ଜ୍ୟ ସଂଗ୍ରହ ଜନିତ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ଓଦା ଓ...

‘ହକି ବିଶ୍ୱକପ୍‌ ସ୍ମରଣୀୟ ହେବ’

ଭୁବନେଶ୍ୱର, ୬ା୧୨ (କ୍ରୀଡ଼ା ପ୍ରତିନିଧି):ହକି ବିଶ୍ୱକପ୍‌ର ୧୫ତମ ସଂସ୍କରଣ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ୨୦୨୩ ଜାନୁୟାରୀ ୧୩ରୁ ୨୯...

ଶୀତ ଗାଏବ: ଉପକୂଳରେ କୁହୁଡି, ୧୩ରେ ହାଲୁକା ବର୍ଷା

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଡିସେମ୍ବର ମାସ ଅଧା ହେଲାଣି। ମାତ୍ର ଏପର୍ଯ୍ୟନ୍ତ ଶୀତର ଦେଖା ନାହିଁ। ସହରାଞ୍ଚଳରେ ଶୀତ ଗାଏବ ହୋଇଯାଇଥିଲେ ମଧ୍ୟ ବଣପାହାଡ଼ ଘେରା ଜିଲାରେ ବି...

ଡବ୍ଲ୍ୟୁଓଡିସି ବାର୍ଷିକ ଅନୁଦାନ ୨୦୦ କୋଟି

ଭୁବନେଶ୍ୱର,୧୬।୨(ବ୍ୟୁରୋ): ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି)ର ବାର୍ଷିକ ଅନୁଦାନ ୧୦୦ କୋଟିରୁ ୨୦୦ କୋଟି ଟଙ୍କାକୁ ବୃଦ୍ଧି କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର...

Advertisement
Archives

Model This Week