ଚୋରା କେନ୍ଦୁପତ୍ର ବୋଝେଇ ଟାଟାଏସି ଜବତ, ୨ ଗିରଫ

ବଇଣ୍ଡା,୧୮।୮(ଡି.ଏନ୍‌.ଏ.) : ଅନୁଗୋଳ ଜିଲା ଆଠମଲିକ ବ୍ଲକ ଠାକୁରଗଡ଼ ଥାନା ଶିଣ୍ଡୋଳ ଗ୍ରାମରେ ରବିବାର ଏକ ଚୋରା କେନ୍ଦୁପତ୍ର ବୋଝେଇ ଟାଟାଏସିକୁ ଧଣ୍ଡାତୋପା ବନ ବିଭାଗ ଜବତ କରିଛି। ସେଥିରୁ ୧୦ କ୍ୱିଣ୍ଟାଲ କେନ୍ଦୁପତ୍ର ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏଥିସହ ଗାଡ଼ିର ଡ୍ରାଇଭର ଆଠମଲିକ ଥାନା ଟାଇଁସର ଗ୍ରାମର ରଞ୍ଜନ ମହାକୁଡ଼ (୨୫) ଓ ତେଲିନଈ ଗ୍ରାମର ବ୍ୟବସାୟୀ କମଳ ପ୍ରଧାନ(୨୨)ଙ୍କୁ ଗିରଫ କରାଯାଇଛି। ଘଟଣାରୁ ଜଣାପଡ଼ିଛି ଯେ, ଓଡି -୧୯- ଏନ୍‌- ୦୬୪୧ ଟାଟାଏସି ଗାଡ଼ିରେ ମାଧପୁର ଅଞ୍ଚଳରୁ ଅନୁଗୋଳ ଅଭିମୁଖେ ଚୋରା କେନ୍ଦୁପତ୍ର ବୋଝେଇ ହୋଇ ଯାଉଥିବା କୌଣସି ସୂତ୍ରରୁ ସୂଚନା ମିଳିଥିଲା। ଆଠମଲିକ ଡିଏଫ୍‌ଓ ସମ୍ୟକ୍‌ ସାମନ୍ତରାଙ୍କ ନିର୍ଦ୍ଦେଶ କ୍ରମେ ଧଣ୍ଡାତୋପା ରେଞ୍ଜର ରାହାସ ସାହୁ, ଫରେଷ୍ଟର କିଶୋର ଚନ୍ଦ୍ର ପ୍ରଧାନ, ଫରେଷ୍ଟ ଗାର୍ଡ ଶାନ୍ତନୁ କୁମାର ଦେହୁରୀ, ଓ୍ବାଚର ପ୍ରଦୀପ କୁମାର ଦେହୁରୀ, ସନ୍ତୋଷ କୁମାର ବାଘ, କମଳ ଲୋଚନ ନାୟକ ପ୍ରମୁଖ ଚଢ଼ାଉ କରିଥିଲେ। ଉଭୟ ଗିରଫ ଅଭିଯୁକ୍ତଙ୍କୁ ଆଠମଲିକ କୋର୍ଟକୁ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଚାଲିଥିଲା ଜୁଆଆଡ୍ଡା: ୧୦ଙ୍କୁ ବାନ୍ଧିଲା ପୋଲିସ

ଛତ୍ରପୁର,୪।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ପୋଲିସ ମଙ୍ଗଳବାର ରାତିରେ ସ୍ଥାନୀୟ ଷ୍ଟେଶନ ରୋଡ଼ରେ ଚାଲିଥିବା ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରିଥିଲା। ସେଠାରୁ ୧୦...

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି: ଦ୍ୱିତୀୟ ଦିନରେ କ୍ରିୟାନୁଷ୍ଠାନ କମିଟିର ଧାରଣା

ଭଦ୍ରକ ଅଫିସ,୧୨।୨- ଭଦ୍ରକ ବିଧାୟକ ସଞ୍ଜିବ ମଲିକଙ୍କ ବାସଗୃହ ସମ୍ମୁଖରେ ଶୁକ୍ରବାର ପ୍ରତିକ ଧାରଣା ଦିଆଯାଇଛି। ଏହି ଧାରଣା ଆଗାମୀ ଦିନରେ ଜିଲାର ଅନ୍ୟ ବିଧାୟକଙ୍କ...

ସବୁଜିମା ନିଶାରେ ବୃକ୍ଷମାନବ

କେନ୍ଦୁଝର,୨୨ା୭(ଦୀପକ ମିଶ୍ର)-ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର କେନ୍ଦୁଝର ଜିଲା। ଶିଳ୍ପାୟନ ଓ ଖଣିଖନନ ପାଇଁ ଲକ୍ଷ ଲକ୍ଷ ବୃକ୍ଷରାଜି ନଷ୍ଟ ହେଉଛି। ସାମାଜିକ ବନୀକରଣ ଏଠାରେ...

ବଜାର କରିଦେଲେ ଜାମ

ଅନୁଗୋଳ ଅଫିସ, ୪ା୫ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା କୋଭିଡ୍‌ ସଂକ୍ରମଣର ଚେନ୍‌ ଭାଙ୍ଗିବାକୁ ରାଜ୍ୟ ସରକାର ଆସନ୍ତା ୫ରୁ ୧୯ ତାରିଖ ଯାଏ ଲକ୍‌ଡାଉନ୍‌ ଘୋଷଣା...

ଆହୁରି ସତର୍କ ହେବାକୁ ପଡିବ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜ୍ୟରେ ହଜାର ତଳେ ରହୁଛି ସଂକ୍ରମଣ, ଏହା ରାଜ୍ୟ ପାଇଁ ଖୁସି ଖବର। କେବଳ ଗୋଟିଏ ଜିଲାକୁ ଛାଡି ଆଉ ସବୁ ଜିଲାରେ ଟେଷ୍ଟ...

କଦଳୀ ଚାଷ ଉଜାଡ଼ିଲେ ହାତୀ

ପାଲଲହଡ଼ା, ୨ା୭(ଡି.ଏନ.ଏ.)ପାଲଲହଡ଼ା ବ୍ଲକ ଖମାର ବନାଞ୍ଚଳ ବଡସଡା ପଞ୍ଚାୟତ ଖଣତାପଶି ଗ୍ରାମରେ ହାତୀ ଉପଦ୍ରବ ଦେଖାଦେଇଛି। ଗ୍ରାମର ସୁରେଶ କୁମାର ସାହୁଙ୍କ କଦଳୀ ବାଡ଼ିରେ ୧୦ରୁ...

ଅନୁଗୋଳ ପୋଲିସ ହାତରେ ଚୋରା କୋଇଲା ଗ୍ୟାଙ୍ଗ

ଅନୁଗୋଳ ଅଫିସ, ୧୮।୧୨- ଚୋରା କୋଇଲା କାରବାର କରୁଥିବା ଏକ ଗ୍ୟାଙ୍ଗର ୪ଜଣଙ୍କୁ ଅନୁଗୋଳ ପୋଲିସ କାବୁ କରିଛି। ଏଥିସହ ସମ୍ପୃକ୍ତ ମାଫିଆଙ୍କ ନିକଟରୁ ବିପୁଳ...

ମାଟ୍ରିକ ସାର୍ଟିଫିକେଟ ପାଇଁ ଅର୍ଥ ଆଦାୟ ଅଭିଯୋଗ

ପାତ୍ରପୁର,୪ା୭(ଡି.ଏନ୍‌.ଏ.)- ରାଜ୍ୟରେ ଦଶମ ଶ୍ରେଣୀ ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ୨ଦିନ ହେଲା ସାର୍ଟିଫିକେଟ ପ୍ରଦାନ କରାଯାଉଛି। ସରକାର ବିନା ଅର୍ଥରେ ଏହି ସାର୍ଟିଫିକେଟ ଦେଉଥିବାବେଳେ ପାତ୍ରପୁର...

Advertisement
Archives

Model This Week