ଚୋକ୍‌ସିଙ୍କୁ ଦିଆଯିିବ ଏୟାର ଆମ୍ବୁଲାନ୍ସ ସହାୟତା

ନୂଆଦିଲ୍ଲୀ,୨୩-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଶନିବାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ବିରୋଧରେ ଏକ ସତ୍ୟପାଠ ଦାଖଲ କରାଯାଇଛି। ଚୋକ୍‌ସିଙ୍କ ପକ୍ଷରୁ ଦିଆଯାଇଥିବା ସତ୍ୟପାଠର ଜବାବ ଦେଇଛି ଇଡି। ଏଥିରେ ଦର୍ଶାଯାଇଛି ଯେ, ହୀରା ବ୍ୟବସାୟୀଙ୍କୁ ଆଣ୍ଟିଗୁଆରୁ ଭାରତ ଆଣିବା ଲାଗି ଇଡି ପକ୍ଷରୁ ଏକ ଏୟାର ଆମ୍ବୁଲାନ୍ସର ବ୍ୟବସ୍ଥା କରାଯିବ। ଏଥିସହ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଗଠିତ ଏକ ଦଳ ଏହି ଆମ୍ବୁଲାନ୍ସରେ ଯିବା ଆସିବା କରିବେ। ଭାରତରେ ଚୋକ୍‌ସିଙ୍କୁ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ଇଡି ପକ୍ଷରୁ ସତ୍ୟପାଠରେ ଦର୍ଶାଯାଇଛି। ଏଥିରେ କୁହାଯାଇଛି ଯେ, ନିଜର ସ୍ବାସ୍ଥ୍ୟାବସ୍ଥାକୁ ନେଇ ହୀରା ବ୍ୟବସାୟୀ ଅଦାଲତକୁ ବାଟବଣା କରିବାକୁ ଚେଷ୍ଟା କରୁଛନ୍ତି। ସେ ଆଇନ ପ୍ରକ୍ରିୟାକୁ ବିଳମ୍ବିତ କରିବାକୁ ଚାହୁଁଥିବା ଏଥିରୁ ସ୍ପଷ୍ଟ ହୋଇଛି। ଇଡି କହିଛି ଯେ, ମେହୁଲଙ୍କୁ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହେବାକୁ ଅନେକଥର ସୁଯୋଗ ଦିଆଯାଇଥିଲା, କିନ୍ତୁ ସେ ସହଯୋଗ କରି ନଥିଲେ। ତାଙ୍କର ୬୧୨୯ କୋଟି ଟଙ୍କାର ବାଜ୍ୟାପ୍ତ କରାଯାଇଛି ବୋଲି ଚୋକ୍‌ସି ଦାବି କରିଥିବା ବେଳେ ଇଡି ଏହାକୁ ଖଣ୍ଡନ କରିଛି। ଯାଞ୍ଚ ବେଳେ ୨୧୦୦ କୋଟି ଟଙ୍କାର ସମ୍ପତ୍ତି କେବଳ ଜବତ ହୋଇଛି ବୋଲି ଇଡି ସତ୍ୟପାଠରେ ଦର୍ଶାଇଛି। ଭାରତରୁ ପଳାୟନ ପୂର୍ବରୁ ସେ ସମସ୍ତ ସମ୍ପତ୍ତି ବିକ୍ରି କରିବାକୁ ଉଦ୍ୟମ କରିଥିଲେ ବୋଲି କୁହାଯାଇଛି। ଉଲ୍ଲେଖଥାଉ କି, ପିଏନ୍‌ବି ମାମଲାରେ ଅସୁସ୍ଥତା କାରଣରୁ ସେ ଭାରତ ଫେରିପାରିବେ ନାହିଁ ବୋଲି ଚୋକ୍‌ସି ସତ୍ୟପାଠରେ ଦର୍ଶାଇଥିଲେ। ସିବିଆଇ, ଇଡି ଚାହିଁଲେ ସେମାନେ ଆଣ୍ଟିଗୁଆରେ ପହଞ୍ଚତ୍ ତାଙ୍କୁ ଜେରା କରିପାରିବେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୫ ମାସର ସର୍ବନିମ୍ନ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୫-୮: ଖୁଚୁରା ମୁଦ୍ରାସ୍ଫୀତି ପରେ ପାଇକାରୀ ମୁଦ୍ରାସ୍ଫୀତି କ୍ଷେତ୍ରରେ ମୋଦି ସରକାର ଆଶ୍ୱସ୍ତ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି...

ଆହୁରି ବଢ଼ିବ କଞ୍ଜୁମର ପ୍ରଡକ୍ଟ ମୂଲ୍ୟ

ଚଳିତବର୍ଷ ପ୍ରଥମ ମାସରୁ ହିଁ କଞ୍ଜୁମର ଉତ୍ପାଦଗୁଡ଼ିକର ଦର ବୃଦ୍ଧି ଘଟିଛି। ବିଶେଷ କରି ଏୟାର କଣ୍ଡିଶନର ଏବଂ ରେଫ୍ରିଜରେଟରଗୁଡ଼ିକର ମୂଲ୍ୟ ବୃଦ୍ଧି ଘଟିଛି। ଦେଶର...

ତୀବ୍ର ହେଉଛି ଫ୍ୟୁଚର ଡିଲ୍‌ ମାମଲା

ନୂଆଦିଲ୍ଲୀ, ୧୦।୧: ଦେଶର ସବୁଠାରୁ ଚର୍ଚ୍ଚାର ମାମଲା ହେଉଛି ଫ୍ୟୁଚର ଗ୍ରୁପ ଡିଲ୍‌। ୨୦୧୯ରେ ହୋଇଥିବା ଡିଲ୍‌ ଚୁକ୍ତିନାମାକୁ ସ୍ଥଗିତ ରଖିବା ପାଇଁ ଆମାଜନ ନ୍ୟାଶନାଲ...

ବିଳାଶପୂର୍ଣ୍ଣ ହୋଟେଲ କିଣିଲେ ମୁକେଶ ଅମ୍ବାନୀ, ଦିନକର ଭଡା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଆମେରିକାର ନ୍ୟୁୟର୍କ ସହରରେ ଥିବା ମାଣ୍ଡାରିନ ଓରିଏଣ୍ଟାଲ ହୋଟେଲ କିଣିଛନ୍ତି। ଏହି ହୋଟେଲକୁ ସେ ୭୨୮...

ହୁଡ୍‌କୋ ପକ୍ଷରୁ ଆର୍ଥତ୍କ ଫଳାଫଳ ଘୋଷଣା

ଭୁବନେଶ୍ୱର,୩୦।୬ : ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ହୁଡ୍‌କୋ ପକ୍ଷରୁ ଆର୍ଥତ୍କ ଫଳାଫଳ ଘୋଷଣା କରାଯାଇଛି। ଏହି ସମୟ ଅବଧିରେ ଆର୍ଥତ୍କ ଅଭିବୃଦ୍ଧି କ୍ଷେତ୍ରରେ ହୁଡ୍‌କୋ...

ଜେଏସ୍‌ପିକୁ ସିଏସ୍‌ଆର୍‌ ଜର୍ନାଲ୍‌ ଆଓ୍ବାର୍ଡ

ନୂଆଦିଲ୍ଲୀ,୨୮।୨: ଦେଶର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ତଥା ଇସ୍ପାତ ନିର୍ମାତା ‘ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର’ (ଜେଏସପି)କୁ ନିକଟରେ ଆଉ ଏକ ସମ୍ମାନଜନକ ପୁରସ୍କାର ପ୍ରଦାନ...

ମାଷ୍ଟର କ୍ୟାଣ୍ଟିନ୍‌ରେ କଲ୍ୟାଣ ଜୁଏଲର୍ସର ନୂତନ ଶୋ’ ରୁମ୍‌

ଭୁବନେଶ୍ୱର,୨୫।୯: (ଅଭୟ ଦାଶ): କଲ୍ୟାଣ ଜୁଏଲର୍ସର ନୂତନ ଶୋ’ ରୁମ୍‌ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍‌ଠାରେ ରବିବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବଲିଉଡ୍‌...

୯% ପର୍ଯ୍ୟନ୍ତ ଖସିପାରେ ଜିଡିପି

ନୂଆଦିଲ୍ଲୀ,୨୮।୮: ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଘରୋଇ ବଜାରର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି) ୩ରୁ ୯%ରୁ ଖସିପାରେ। କରୋନା ପାଇଁ ବଜାର ବର୍ତ୍ତମାନ ସଙ୍କଟ ଦେଇ ଗତି...

Advertisement
Archives

Model This Week