ଚୁମ୍‌କି ସେ ତ ପାଣିରେ ବୁଡ଼ିବ ନାହିଁ କି

ଚୁମ୍‌କି ସେ ତ ପାଣିରେ ବୁଡ଼ିବ ନାହିଁ କି-ଥରେ ମନେପକାନ୍ତୁ ନା ଅତୀତର ଏହି ଲୋକପ୍ରିୟ ଗୀତକୁ। ପ୍ରଶାନ୍ତ ନନ୍ଦ ଏବଂ ମହାଶ୍ୱେତା ରାୟଙ୍କ ଉପରେ ଦୃଶ୍ୟାୟିତ ହୋଇଥିଲା ଏହି ଗୀତ। ଆଉ ସିନେମାଟି ଥିଲା ‘ମା ଓ ମମତା’। ଓଡ଼ିଆ ସିନେମାରେ ଗୀତର ଧାଡ଼ିକୁ ନେଇ ଚଳଚ୍ଚିତ୍ର ନିର୍ମାଣ ଧାରା ବେଶ୍‌ ପୁରୁଣା। ନିକଟରେ ଏହି ତାଲିକାରେ ନିଜ ନାମକୁ ସାମିଲ କରିଛି ନୂଆ ଓଡ଼ିଆ ସିନେମା ‘ଚୁମ୍‌କି ସେ ତ ପାଣିରେ ବୁଡ଼ିବ ନାହିଁ କି। ଖାସ୍‌ କଥା ହେଲା, ଏହି ଫିଲ୍ମରୁ ବଡ଼ ପରଦାରେ ନାୟିକା ଭାବରେ ଡେବ୍ୟୁ କରୁଛନ୍ତି ଉପାସନା। କେବଳ ସେତିକି ନୁହେଁ, ଭଦ୍ର ମୋଶନ ଷ୍ଟୁଡିଓ ବ୍ୟାନରରେ ଆନିଶ ଭଦ୍ରଙ୍କ ସହ ପ୍ରଯୋଜନା କରିଛନ୍ତି ନାୟିକା ଉପାସନା। ଅପରପକ୍ଷରେ ‘ଇସ୍କ ତୁ ହି ତୁ, ତୁ ମୋ ଲଭ୍‌ ଷ୍ଟୋରି, ହିରୋ ନଂ ଓ୍ବାନ୍‌, ଓନ୍‌ଲି ପ୍ୟାର୍‌, ପ୍ରେମ କୁମାର ଏବଂ ତୁ ମୋ ଲଭ୍‌ ଷ୍ଟୋରି-୨’ର ସୋଲୋ କୋରିଓଗ୍ରାଫି କରି ଚର୍ଚ୍ଚିତ ହୋଇଥିବା ଅନ୍ୟତମ ଆଗଧାଡିର କୋରିଓଗ୍ରାଫର ଗିରିଶ୍‌ ମହାନ୍ତି ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଭାର ସମ୍ଭାଳୁଛନ୍ତି। କାହାଣୀ ଅନୁସାରେ ସାଗର ଜଣେ କଣ୍ଠଶିଳ୍ପୀ। ଏକ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମ ଶେଷକରି ଫେରୁଥିବା ବେଳେ ଜଣେ ଅଜଣା ଯୁବତୀ ସହ ଭେଟହୁଏ। ତା’ପରେ ସେହି ଫେରିବା ବାଟରେ ଘଟେ ଅନେକ ଘଟଣା। ତେବେ ପ୍ରେମର ଡୋରିରେ ବାନ୍ଧି ହୋଇଥିବା ସାଗର ଏବଂ ଏହି ଯୁବତୀ ଏଥିରେ ସଫଳ ହୁଅନ୍ତି କି ନାହିଁ ତାହା ସିନେମାରେ ଦେଖିବାକୁ ମିଳିବ। ବଡ଼ ପରଦାରେ ବ୍ରେକ୍‌ ପାଇବା ପୂର୍ବରୁ ଉପାସନା କେତୋଟି ଧାରାବାହିକ ‘ଦେବୀ, ଚାନ୍ଦ ନା ତମେ ତାରା, ମାନିନୀ’ରେ ଅଭିନୟ କରିଥିଲେ। ନୂଆ ସିନେମା ‘ଚୁମ୍‌କି ସେ ତ ପାଣିରେ ବୁଡ଼ିବ ନାହିଁ କି’ର ବିଭିନ୍ନ ଭୂମିକାରେ ଉପାସନାଙ୍କ ବ୍ୟତୀତ ଶ୍ରେୟାନ, କୌଶିକ ମହାପାତ୍ର, ଜ୍ୟୋତି ମିଶ୍ର, ଚୌଧୁରୀ ବିକାଶ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଜ୍ଞା, ପୁଷ୍ପା ପଣ୍ଡା, ଶକ୍ତି ବରାଳ, ହାଡୁ ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

୨୯ ବର୍ଷ ବୟସରେ…

ଅଭିନୟରେ ଅନୁପମ ଖେର କେତେ ଦକ୍ଷ ତାହା କହିବା ବାହୁଲ୍ୟ। ଭୂମିକାଟି ଯେମିତି ହୋଇଥାଉ ନା କାହିଁକି ତାକୁ ନେଇ ଆଣି ଥୋଇବାରେ ସେ ବେଶ୍‌...

ରାଜାମୌଲୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଲେ ରାମ ଗୋପାଳ ବର୍ମା!

ବମ୍ବେ: ନିଜର ଫିଲ୍ମକୁ ନେଇ ବିଶ୍ୱସ୍ତରରେ ପ୍ରଶଂସାର ପାତ୍ର ହୋଇଛନ୍ତି ଏସ୍‌.ଏସ୍‌. ରାଜାମୌଲୀ। ବାହୁବଳୀ ଏବଂ ଆର୍‌ଆର୍‌ଆର୍‌ ଭଳି ଫିଲ୍ମ ତାଙ୍କ ଲୋକପ୍ରିୟତାକୁ ବହୁଗୁଣିତ କରିଛି।...

ଏହି ଅଭିନେତ୍ରୀ କରୋନା ପଜିଟିଭ: ହସ୍ପିଟାଲରେ ଭର୍ତ୍ତି

ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ରେନୁ ପାରିଖ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ଟୁଇଟରରେ ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବେ...

ମୁହଁ ଖୋଲିଲେ ମଲ୍ଲିକା: ହାତରୁ କାହିଁକି ଚାଲିଗଲା ୨୦-୩୦ ଫିଲ୍ମ କହିଲେ

ଅଭିନେତ୍ରୀ ମଳ୍ଲିକା ଶେରାଓ୍ବତ୍‌ ବୋଲ୍ଡ ଦୃଶ୍ୟ ପାଇଁ ବଲିଉଡ୍‌ରେ ବେସ୍‌ ପରିଚିତ। ଅନେକ ଫିଲ୍ମରେ କାମକରି ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି...

କିରଣ କୁମାରଙ୍କ ତୃତୀୟ କରୋନା ରିପୋର୍ଟ ନେଗେଟିଭ୍‌

ମୁମ୍ବାଇ,୨୭।୫: ଅଭିନେତା କିରଣ କୁମାର ମେ ୧୪ରେ କରୋନା ପଜିଟିଭ୍‌ ଭାବେ ଚିହ୍ନଟ ହୋଇଥିଲେ। ଏହାପରେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ସୁରକ୍ଷା ଦୃଷ୍ଟିରୁ ତାଙ୍କ...

୨୮ ବର୍ଷ ହେବ ସଲମାନଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି ଶେରା

ମୁମ୍ବାଇ: ସଲମାନ ଖାଁ। ବଲିଉଡର ଏହି ଭାଇଜାନ ତାଙ୍କ ଆଖପାଖର ଲୋକଙ୍କୁ କେତେ ଭଲ ପାଆନ୍ତି ତାହା ହୁଏତ ଅନେକେ ଜାଣିଥିବେ। ତାଙ୍କର ଏହି ନିଃସ୍ବାର୍ଥପର...

ମୁଁ ବଞ୍ଚିଛି, କାହିଁକି ଏମିତି କହିଲେ ଅଭିନେତ୍ରୀ ମିଷ୍ଟି ଚକ୍ରବର୍ତ୍ତୀ

ନିକଟରେ ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀ ପରଲୋକ ଘଟିଛି। ସୋସିଆଲ ମିଡିଆରେ ମିଷ୍ଟି ମୁଖାର୍ଜୀଙ୍କ ବଦଳରେ ପ୍ରସିଦ୍ଧ ବଙ୍ଗୀୟ ଅଭିନେତ୍ରୀ ତଥା ମଡେଲ ମିଷ୍ଟି ଚକ୍ରବର୍ତ୍ତୀଙ୍କ ଦେହାନ୍ତ...

କାର୍ତ୍ତିକଙ୍କଠାରୁ ଦୂରରେ ରହିପାରୁନାହାନ୍ତି ସାରା, ଭେଟିବା ଲାଗି ଲକ୍ଷ୍ନୌ ପହଞ୍ଚିଲେ

ମୁମ୍ବାଇ: ବଲିଉଡ୍‌ର ନୂଆ ଲର୍ଭବର୍ଡ ସାରା ଅଲ୍ଲୀ ଖାନ୍‌ ଏବଂ କାର୍ତ୍ତିକ ଆର୍ୟନଙ୍କ ସମ୍ପର୍କ ପୁଣି ଚର୍ଚ୍ଚାରେ। ପ୍ରଥମେ ‘କଫି ଉଇଥ୍‌ କରନ୍‌’ ଶୋ’ରେ କାର୍ତ୍ତିକଙ୍କୁ...

Advertisement
Archives

Model This Week