ଚିହ୍ନଟ ୪ଗାଁର ବିସ୍ଥାପିତଙ୍କ ସହ ଆଲୋଚନା

ଦିଗପହଣ୍ଡି,୮ା୨(ଡି.ଏନ୍‌.ଏ.)-ଗଜପତି ଜିଲା ଆର୍‌.ଉଦୟଗିରି ବ୍ଲକ ଛେଳିଗଡ଼ ଗ୍ରାମ ନିକଟରେ ଏକ ବୃହତ ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ୧୯୯୯ ମସିହାରେ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ୨୦୦୪ରେ ଏହି ପ୍ରକଳ୍ପ ସ୍ବୀକୃତି ପାଇବା ପରେ ସ୍ବତନ୍ତ୍ର ଡିପିଆର ପ୍ରସ୍ତୁତ କରାଯାଇଥିଲା। ପ୍ରକଳ୍ପ ପାଇଁ ୫୭୪ ହେକ୍ଟର ଜମି ଆବଶ୍ୟକ ଥିବାବେଳେ ସେଥିରୁ ୧୧୭ ହେକ୍ଟର ଜମି ବନ ବିଭାଗର, ୩୧୦ ହେକ୍ଟର ଜମି ରାଜସ୍ବ ବିଭାଗର ଏବଂ ୧୪୭ ହେକ୍ଟର ଜମି ବେସରକାରୀ ସାଧାରଣ ଲୋକଙ୍କର ରହିଛି। ପ୍ରକଳ୍ପ ଯୋଗୁ ଛେଳିଗଡ଼ ପଞ୍ଚାୟତର କାକିଲି, ସୁଗୁବା, ବିଦ୍ୟାଧରପୁର, ତିଳିଗାଁ ଆଦିି ୪ଟି ଗାଁ ସମୂର୍ଣ୍ଣ ବୁଡିବା ଓ ପ୍ରାୟ ୧୭୮ ପରିବାର ପ୍ରଭାବିତ ହେବାକୁ ଥିବାରୁ ସେମାନଙ୍କୁ ବିସ୍ଥାପିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବାବୁଲିବନ୍ଧ, ବାଲିପାଟ ଏବଂ ଗଡସାମନ୍ତରାପୁର ଗାଁ ନିକଟରେ ଚିହ୍ନଟ ଜମିରେ ଥଇଥାନ କଲୋନୀ ର୍ନିମାଣ କରାଯାଇ ନିୟମ ପ୍ରକାରେ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ତେବେ ବିସ୍ଥାପିତ ହେବାକୁ ଥିବା ପରିବାର ଗାଁ ଛାଡ଼ୁ ନ ଥିବାରୁ ପ୍ରକଳ୍ପ କାର୍ଯ୍ୟରେ ଅଗ୍ରଗତି ହୋଇପାରୁନି। ଶୁକ୍ରବାର ଭୁବନେଶ୍ୱରସ୍ଥିତ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନ ଡ଼୍ୟାମ ସୁରକ୍ଷା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜ୍ୟୋତିର୍ମୟ ରଥ, ମୁଖ୍ୟଯନ୍ତ୍ରୀ ଇଂ.ଅଶିନୀ ମହାନ୍ତି, ନିର୍ବାହୀ ଯନ୍ତ୍ରୀ ନଗେନ୍ଦ୍ରନାଥ ମହାରଣା, ସ୍ବତନ୍ତ୍ର ଭୂ- ଅର୍ଜନ ଅଧିକାରୀ କରୁଣାକର ରାଇକା ପ୍ରମୁଖ ବିସ୍ଥାପିତ ହେବାକୁ ଥିବା ଗ୍ରାମର ପ୍ରାୟ ୬୦ ଗ୍ରାମବାସୀଙ୍କ ସହ ଏନେଇ ବିଭିନ୍ନ ଆଲୋଚନା କରିଥିବା ସାମାଜିକ କର୍ମୀ ଲଳିତ ମୋହନ ମହାପାତ୍ର କହିଛନ୍ତି। ବୈଠକରେ ଗ୍ରାମବାସୀ ସେମାନଙ୍କ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। ତେବେ ଖୁବଶୀଘ୍ର ସମସ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ଼ରୁ ନିଖୋଜ ହୋଇଥିବା ୨ ଯୁବକ ୨୦ ଘଣ୍ଟା ପରେ ଉଦ୍ଧାର

ବରଗଡ଼,୮ା୭(ପ୍ରେମାନନ୍ଦ ଖମାରୀ/ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ରୁ ନିଖୋଜ ହୋଇଥିବା ୨ଯୁବକ ପ୍ରାୟ ୨୦ ଘଣ୍ଟାର ସନ୍ଧାନ ପରେ ସୁରକ୍ଷିତ ଉଦ୍ଧାର…

କୋଟିଆ ପଞ୍ଚାୟତରେ ଆନ୍ଧ୍ର ତହସିଲଦାର, SIR ସର୍ଭେକୁ ନେଇ…

ପଟାଙ୍ଗି,୮ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପଡ଼ୋଶୀ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଅନୁପ୍ରବେଶ…

ଭିଜିଲାନ୍ସ ଜାଲରେ ରେଞ୍ଜର, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ ସ୍ଥାନରେ ଚଢାଉ

କେନ୍ଦ୍ରାପଡା, ୮।୭ (ଜଗନ୍ନାଥ ଧଳ): କଟକସ୍ଥ ଭିଜିଲାନ୍ସ ବିଭାଗ ସ୍ବତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ରେଞ୍ଜର ରବିନ୍ଦ୍ର କୁମାର ନାୟକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

‘ସେ ଏହାର ଯୋଗ୍ୟ ଥିଲେ’: ବାରୁଇପୁର ବଳାତ୍କାର-ହତ୍ୟା ଅଭିଯୁକ୍ତଙ୍କ ମୃତଦେହ ନେବାକୁ ମନା କଲେ ମାଆ

କୋଲକାତା,୮।୭: ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳଙ୍କ ମାଆ ବୁଧବାର କହିଛନ୍ତି ଯେ ସେ ତାଙ୍କ ପୁଅର ମୃତଦେହ ଦାବି କରିବେ…

ଭିଜିଲାନ୍ସ ପଞ୍ଝାରେ ଖଣି ଉପନିର୍ଦ୍ଦେଶକ: ଏକକାଳୀନ ଚଢ଼ାଉବେଳେ ଘରୁ ମିଳିଲା ଏତେ ଟଙ୍କା

କୋରାପୁଟ/ଜୟପୁର,୮।୭ (ଅମିତାଭ ବେହେରା/ପବନ ପାଣିଗ୍ରାହୀ): ଜୟପୁରସ୍ଥିତ ଖଣି ବିଭାଗର ଉପନିର୍ଦ୍ଦେଶକ ସତ୍ୟଜିତ୍‌ ରାଉତ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି। ବାଲିଘାଟ…

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ସହ…

ଧାମନଗର,୮ା୭(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନରେ ଖୋଲାଖୋଲି ଚାଲୁଛି ବେଆଇନ କରତକଳ। ଏହି ବେଆଇନ କରତକଳଗୁଡିକୁ ଧରିବା ପାଇଁ କାର୍ଯ୍ୟରତ ରେଞ୍ଜର ବବୁଲ ମଲିକ…

ସୂର୍ଯ୍ୟ-ବୁଧଙ୍କ ଶୁଭ ସଂଯୋଗ: ଜୁଲାଇ ୧୩ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ବ୍ୟବସାୟରେ ମିଳିବ ପ୍ରଚୁର ଲାଭ

ସୂର୍ଯ୍ୟ ଓ ବୁଧଙ୍କ ମିଳନରେ ଗଠିତ ହେଉଛି ଶୁଭ ‘ବୁଧାଦିତ୍ୟ ଯୋଗ’ (ସୂର୍ଯ୍ୟ ଓ ବୁଧଙ୍କ ଯୁତି)। ଆସନ୍ତା ଜୁଲାଇ ୧୩ ତାରିଖ ସକାଳ ୬ଟା ୫୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri