ଚିହ୍ନଟ ୪ଗାଁର ବିସ୍ଥାପିତଙ୍କ ସହ ଆଲୋଚନା

ଦିଗପହଣ୍ଡି,୮ା୨(ଡି.ଏନ୍‌.ଏ.)-ଗଜପତି ଜିଲା ଆର୍‌.ଉଦୟଗିରି ବ୍ଲକ ଛେଳିଗଡ଼ ଗ୍ରାମ ନିକଟରେ ଏକ ବୃହତ ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ୧୯୯୯ ମସିହାରେ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ୨୦୦୪ରେ ଏହି ପ୍ରକଳ୍ପ ସ୍ବୀକୃତି ପାଇବା ପରେ ସ୍ବତନ୍ତ୍ର ଡିପିଆର ପ୍ରସ୍ତୁତ କରାଯାଇଥିଲା। ପ୍ରକଳ୍ପ ପାଇଁ ୫୭୪ ହେକ୍ଟର ଜମି ଆବଶ୍ୟକ ଥିବାବେଳେ ସେଥିରୁ ୧୧୭ ହେକ୍ଟର ଜମି ବନ ବିଭାଗର, ୩୧୦ ହେକ୍ଟର ଜମି ରାଜସ୍ବ ବିଭାଗର ଏବଂ ୧୪୭ ହେକ୍ଟର ଜମି ବେସରକାରୀ ସାଧାରଣ ଲୋକଙ୍କର ରହିଛି। ପ୍ରକଳ୍ପ ଯୋଗୁ ଛେଳିଗଡ଼ ପଞ୍ଚାୟତର କାକିଲି, ସୁଗୁବା, ବିଦ୍ୟାଧରପୁର, ତିଳିଗାଁ ଆଦିି ୪ଟି ଗାଁ ସମୂର୍ଣ୍ଣ ବୁଡିବା ଓ ପ୍ରାୟ ୧୭୮ ପରିବାର ପ୍ରଭାବିତ ହେବାକୁ ଥିବାରୁ ସେମାନଙ୍କୁ ବିସ୍ଥାପିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବାବୁଲିବନ୍ଧ, ବାଲିପାଟ ଏବଂ ଗଡସାମନ୍ତରାପୁର ଗାଁ ନିକଟରେ ଚିହ୍ନଟ ଜମିରେ ଥଇଥାନ କଲୋନୀ ର୍ନିମାଣ କରାଯାଇ ନିୟମ ପ୍ରକାରେ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ତେବେ ବିସ୍ଥାପିତ ହେବାକୁ ଥିବା ପରିବାର ଗାଁ ଛାଡ଼ୁ ନ ଥିବାରୁ ପ୍ରକଳ୍ପ କାର୍ଯ୍ୟରେ ଅଗ୍ରଗତି ହୋଇପାରୁନି। ଶୁକ୍ରବାର ଭୁବନେଶ୍ୱରସ୍ଥିତ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନ ଡ଼୍ୟାମ ସୁରକ୍ଷା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜ୍ୟୋତିର୍ମୟ ରଥ, ମୁଖ୍ୟଯନ୍ତ୍ରୀ ଇଂ.ଅଶିନୀ ମହାନ୍ତି, ନିର୍ବାହୀ ଯନ୍ତ୍ରୀ ନଗେନ୍ଦ୍ରନାଥ ମହାରଣା, ସ୍ବତନ୍ତ୍ର ଭୂ- ଅର୍ଜନ ଅଧିକାରୀ କରୁଣାକର ରାଇକା ପ୍ରମୁଖ ବିସ୍ଥାପିତ ହେବାକୁ ଥିବା ଗ୍ରାମର ପ୍ରାୟ ୬୦ ଗ୍ରାମବାସୀଙ୍କ ସହ ଏନେଇ ବିଭିନ୍ନ ଆଲୋଚନା କରିଥିବା ସାମାଜିକ କର୍ମୀ ଲଳିତ ମୋହନ ମହାପାତ୍ର କହିଛନ୍ତି। ବୈଠକରେ ଗ୍ରାମବାସୀ ସେମାନଙ୍କ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। ତେବେ ଖୁବଶୀଘ୍ର ସମସ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ପ୍ରତିବାଦରେ ଘରୋଇ ବସ୍‌ ମାଲିକ ସଂଘର ଆନ୍ଦୋଳନ ନିଷ୍ପତ୍ତି, ପରିବହନ ମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର

ପୁରୁଷୋତ୍ତମପୁର,୨୬ା୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ୍‌ର ମନମୁଖୀ ଓ ବେନିୟମ ଭାବେ ଚଳାଚଳ କରୁଥିବାର ଅଭିଯୋଗକୁ ନେଇ ଏହାର ବିରୋଧରେ ପୁରୁଷୋତ୍ତମପୁର ମା’ କନକେଶ୍ବରୀ ଘରୋଇ...

ବଜାରରୁ ଆଳୁ ଗାଏବ, ୫ କେଜି ମାଗିଲେ ମିଳୁଛି ୨ କେଜି

ଗଞ୍ଜାମ,୨୬ା୭(ବିଦ୍ୟାଧର ସାହୁ): ଗଞ୍ଜାମ ସହରରୁ ଆଳୁ ଗାୟବ। ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ଧର୍ମଘଟ ଯୋଗୁ ବନ୍ଦ ହୋଇଯାଇଛି। ଏହାର ଫାଇଦା ଉଠାଇବାକୁ ଆଳୁ ଗୋଦାମ ମlଲିକ...

ଗୋ-ମାଂସ ବୋଝେଇ ଟ୍ରକ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ବଜରଙ୍ଗୀ ଦଳ

ଛତ୍ରପୁର,୨୬ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଡିଆର୍‌ଡିଏ ଛକ ନିକଟରେ ଶୁକ୍ରବାର ସକାଳେ ଏକ ଗୋ-ମାଂସ ବୋଝେଇ ଟ୍ରକ୍‌ ଜବତ ହୋଇଛି l ଏହା କଟକରୁ...

ଗାଁ ପୋଖରୀରେ ବୁଡ଼ି ଭାଇ ଭଉଣୀ ମୃତ, ଅନ୍ୟ ଜଣେ ଶିଶୁ ଜୀବିତ

ଖଲ୍ଲିକୋଟ,୨୫।୭(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଦପଲ୍ଲୀ ପଞ୍ଚାୟତର ମରେଇନୂଆଁ ଗାଁ’ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୋଖରୀରେ ଗାଧୋଉଥିବା ସମୟରେ ପୋଖରୀ...

ବାହାରୁ ଔଷଧ କିଣିବାକୁ କହୁଛନ୍ତି ଡାକ୍ତର

ବ୍ରହ୍ମପୁର,୨୩ା୭ (ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲର ଜଣେ ଡାକ୍ତର ଜଣେ ରୋଗୀଙ୍କୁ ବାହାରୁ ଔଷଧ କିଣିବାକୁ କହିଥିଲେ। ଏନେଇ ସେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri