Posted inଜାତୀୟ

ଚିଲଡ୍ରେନ୍‌ ବ୍ୟାଙ୍କ: ଟଙ୍କାଏ ଦିଟଙ୍କା ଜମା କରୁଛନ୍ତି ଛୋଟ ପିଲା

ଇନ୍ଦୋର,୧୯।୧୧: ମଧ୍ୟପ୍ରଦେଶ ଇନ୍ଦୋରରେ ଛୋଟ ଛୋଟ ପିଲାଙ୍କ ଦ୍ୱାରା ଗଠନ କରାଯାଇଛି ଚିଲଡ୍ରେନ୍‌ ବ୍ୟାଙ୍କ। ଏଥିରେ ନିଜ ପକେଟ ମନିରୁ ଟଙ୍କାଏ ଦିଟଙ୍କା ଛୋଟ ଛୋଟ ପିଲା ସଞ୍ଚୟ କରୁଛନ୍ତି। ଇତିମଧ୍ୟରେ ବ୍ୟାଙ୍କରେ ୧୫୦ ଜଣ ଖାତା ଖୋଲିଛନ୍ତି। ସ୍ଥାନୀୟ ଛତିପୁରା ଥାନାଠାରେ ସଞ୍ଜିବନୀ ଶିଶୁ କେନ୍ଦ୍ର ଦ୍ୱାରା ଏହି ବ୍ୟାଙ୍କ ପରିଚାଳିତ ହେଉଛି। ଏହା ୨୦୧୬ଠାରୁ କାର୍ଯ୍ୟ ଆରମ୍ଭ କରିଛି। ଏଠାରେ ଖାତା ଖୋଲିଥିବା ଛୋଟ ଛୋଟ ପିଲାଙ୍କୁ ଆବଶ୍ୟକ ସମୟରେ ୫ ଶହ ଟଙ୍କା ପର୍ଯ୍ୟନ୍ତ ଋଣ ମଧ୍ୟ ମିଳିପାରୁଛି। ଏହାଦ୍ୱାରା ପିଲାଙ୍କ ମଧ୍ୟରେ ସଞ୍ଚୟ ଭାବନା ସୃଷ୍ଟି ହେଉଥିବା ସ୍ଥାନୀୟ ପୋଲିସ ଅଧିକାରୀ ସଞ୍ଜୟ ସିଂ ରାଠୋର କହିଛନ୍ତି। ସେ ପିଲାମାନଙ୍କୁ ପରିବେଶ ସୁରକ୍ଷା, ସାଧାରଣ ସ୍ବାସ୍ଥ୍ୟ, ସାଧାରଣ ଜ୍ଞାନ, ଇଂଲିଶ୍‌ ଏବଂ କମ୍ପ୍ୟୁଟର ଆଦି ବିଷୟରେ ଶିକ୍ଷା ଦେଇଥାନ୍ତି। ଉପେକ୍ଷିତ ପିଲାଙ୍କୁ ଏଠାରେ ଲାଳନ ପାଳନ କରାଯାଇଥାଏ। ଇତିମଧ୍ୟରେ ୩ ଶହରୁ ଅଧିକ ପିଲା ପାଠ ପଢ଼ିବା ପରେ ସକ୍ଷମ ହୋଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ହୋଇ ପାରିଥିବା ସଞ୍ଜୟ ସିଂ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

ଅମରାବତୀ,୯।୯: ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରାଯାଇଛି। ଟିଡିପି ଏ ବିଷୟରେ ସୂଚନା...

ରାସ୍ତାକଡ଼ରେ ଚା’ ତିଆରି କଲେ ମହୁଆ ମୋଇତ୍ର, ଭିଡ଼ିଓ ଭାଇରାଲ…

କୋଲକାତା,୧୨।୧ : ତୃଣମୂଳ କଂଗ୍ରେସ ଏମପି ମହୁଆ ମୋଇତ୍ର ତାଙ୍କର ଅନନ୍ୟ ଶୈଳୀ ପାଇଁ ଜଣାଶୁଣା। ଭାଜପାକୁ କଡ଼ା ସମାଲୋଚନା ଜାରି ରଖିଥିବା ମହୁଆ ପୁଣି...

କୁକୁରକୁ ଖାଇବାକୁ ନ ଦେବାରୁ ଭାଇଙ୍କୁ ହତ୍ୟା

ପାଲ୍ଲକଡ଼,୭।୧୧: କେରଳ ରାଜ୍ୟ ପାଲ୍ଲକଡ଼ ଜିଲାର ପେରୁମ୍ବ୍ରାଧୋଡ଼ି ଅଞ୍ଚଳରେ କୁକୁରକୁ ଖାଦ୍ୟ ନ ଦେବାରୁ ଜଣେ ଯୁବକଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ପିଟି ହତ୍ୟା କରିଛନ୍ତି।...

ଦିଲ୍ଲୀ, ପଞ୍ଜାବ, ହରିୟାଣାରେ ପ୍ରଭାବ: ଟିକାଏତ କହିଲେ ସଫଳ ହେଲା ‘ଭାରତ ବନ୍ଦ’

ନୂଆଦିଲ୍ଲୀ,୨୭ ।୯: ସଂଯୁକ୍ତ ମୋର୍ଚ୍ଚା କୃଷକ ମଞ୍ଚ ପକ୍ଷରୁ ସୋମବାର ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ବିଶେଷ ଭାବେ ଦିଲ୍ଲୀ, ହାରିୟାଣା ଓ ପଞ୍ଜାବରେ ଦେଖିବାକୁ...

ଲାର୍ଭୋଭଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ, ୧।୪: ଭାରତ ଗସ୍ତରେ ଆସିଥିବା ରୁଷିଆର ବହିର୍ବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭଙ୍କୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି। ଉଭୟ ନେତା ପ୍ରାୟ ୪୦...

କନ୍ୟା ସନ୍ତାନ ଜନ୍ମ ହେଲେ ହସ୍ପିଟାଲରେ ମାଗଣା ଚିକିତ୍ସା…

ପୁଣେ,୬।୧୧ : ପୁଣେର ଏକ ହସ୍ପିଟାଲ ’‘ବେଟି ବଚାଓ ମିଶନ’ର ଜୀବନ୍ତ ଉଦାହରଣ ପାଲଟିଛି। କନ୍ୟାଭ୍ରୁଣ ହତ୍ୟା ବିରୋଧରେ ଅଭିଯାନ ଅନ୍ତର୍ଗତ ଏଠାରେ କନ୍ୟା ସନ୍ତାନ...

କଟକ ଦମ୍ପତିଙ୍କ ସମେତ ୮ ଦଗ୍ଧ

କଟକ ଅଫିସ/ ସିକନ୍ଦରାବାଦ,୧୪ା୯: ତେଲଙ୍ଗାନାର ସିକନ୍ଦରାବାଦସ୍ଥିତ ଏକ ଇଲେକ୍ଟ୍ରିକ୍‌ ସ୍କୁଟର ଶୋ’ରୁମ୍‌ରେ ସୋମବାର ବିଳମ୍ବିତ ରାତିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ...

ତିନି ଦିନିଆ ଭାରତ ଗସ୍ତରେ ଭୁଟାନ ରାଜା

ଥିମ୍ପୁ/ନୂଆଦିଲ୍ଲୀ,୧।୪: ଭୁଟାନ ରାଜା ଜିଗମେ ଖେସର ନାମନ୍ୟାଲ ଓ୍ବାଙ୍ଗଚୁକ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି। ସେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣରେ ଭାରତକୁ...

Advertisement
Archives

Model This Week